Pratidin TV

Odisha's Digital News Platform

ଇଞ୍ଜିନିୟର୍ସ ଡେ’ରେ ଇଞ୍ଜିନୟର୍ସଙ୍କ ବିକଳ ଅବସ୍ଥା ; ରାସ୍ତାରେ ବସି ଫଳ ବିକି ଜୋତା ପଲିସ କଲେ ଇଞ୍ଜିନିୟରିଙ୍ଗ୍ ଛାତ୍ରଛାତ୍ରୀ ….

1 min read

ଭୁବନେଶ୍ୱର ; ଆଜିର ଦିନକୁ ଇଞ୍ଜିନୟର୍ସ ଡେ ରୂପେ ପାଳି ଆସୁଛି ପୁରା ଦେଶ ।କିନ୍ତୁ ଏହି ଦିବସରେ ଖୁସ ହେବା ପରିବର୍ତ୍ତେ ରାଜ୍ୟରେ ଦେଖିବାକୁ ମିଳିଛି ଇଞ୍ଜିନିୟର୍ସ ଛାତ୍ରଛାତ୍ରୀଙ୍କ ବିକଳ ଅବସ୍ଥା । କିଏ ରାସ୍ତାରେ ବସି ଫଳ ବିକୁଛି ତ କିଏ ଜୋତା ପଲିସ୍ କରୁଛି ପୁଣି କିଏ ହାତରେ ବୋର୍ଡ ଧରି ନ୍ୟାୟ ଧାରଣା ଦେଇଛି ।

ଆଜି ରାଜଧାନୀର ରାଜରାସ୍ତାରେ ୧ ଟଙ୍କାରେ ଜୋତା ପଲିସ ଓ ୨୦ ଟଙ୍କାରେ ଫଳ ବିକ୍ରି କରି ଅଭିନବ ପ୍ରତିବାଦ କରିଛନ୍ତି ଇଞ୍ଜିନିୟର ଛାତ୍ରଛାତ୍ରୀ । ଅଭିଯୋଗ କେବଳ ବେକାରୀ ସମସ୍ୟ ପାଇଁ । ଏଭଳି ଅଭିନବ ପ୍ରତିବାଦର ମୂଳ ଉଦେଶ୍ୟ ହେଲା, ଇଞ୍ଜିନିୟରିଂ ପଢ଼ି ସାରି, କାମ ନପାଇ ଆମେ ଜୋତା ପଲିସ କରୁଛୁ । ତାହା ସରକାର ଦେଖନ୍ତୁ । ଆଉ ଇଞ୍ଜିନିୟରଙ୍କ ଦୁଃଖ ବୁଝନ୍ତୁ ।ଖାଲି ସେତିକି ନୁହେଁ, ରାଜ୍ୟରେ ଖାଲି ପଡ଼ିଥିବା ଇଂଜିନିୟରିଂ ପଦବୀ ପୂରଣ ପାଇଁ ଦାବି କରିବା ସହ ଗେଟ୍ ପରୀକ୍ଷାକୁ ବିରୋଧ କରି ପ୍ରତିବାଦ କରିଛନ୍ତି ଆଶାୟୀ ।

Advertisement

ଜଳ ସମ୍ପଦ ବିଭାଗରେ ସେମାନଙ୍କୁ ଚାକିରି ମିଳୁନି, ବାରମ୍ବାର ସରକାରଙ୍କ ତରଫରୁ ସରକାରୀ ପଦ ପଦବୀ ପାଇଁ ପୋଷ୍ଟ ବାହାରୁଛି । ହେଲେ ସେମାନେ ଗେଟ୍ ପାସ କରିବା ପରେ ମଧ୍ୟ ତାଙ୍କୁ ଚାକିରୀ ମିଳୁନଥିବା କହିଛନ୍ତି ଇଞ୍ଜିନିୟର ଛାତ୍ରଛାତ୍ରୀ ।ତେବେ ସରକାର ସମୃକ୍ତ ମାମଲା ଉପରେ କିଭଳି ପଦକ୍ଷେପ ନେବେ ଆଉ କେବେ ନେବେ ତାହା ଦେଖିବା ବାକି ରହିଲା ।

Leave a Reply

Your email address will not be published. Required fields are marked *