Pratidin TV

Odisha's Digital News Platform

ବସ୍ କଣ୍ଡକ୍ଟରଙ୍କୁ ଆକ୍ରମଣ କଲେ ଇଞ୍ଜିନିୟର ଛାତ୍ର, ଏନକାଉଣ୍ଟର କରିଦେଲା ପୋଲିସ…

1 min read

ଉତ୍ତରପ୍ରଦେଶର ପ୍ରୟାଗରାଜ ସିଭିଲ ଲାଇନରେ ଚାଲୁଥିବା ଇଲେକ୍ଟ୍ରିକ୍ ବସ୍‌ରେ ଲାରେବ ହାସମୀ ନାମକ ଜଣେ ଇଞ୍ଜିନିୟରିଂ ଛାତ୍ର ଯାତ୍ରା କରୁଥିଲେ । ସେ ନିଜ କଲେଜ ଯାଉଥିବା ବେଳେ ବାଟରେ ବସ୍ ଭଡ଼ାକୁ ନେଇ ତାଙ୍କର କଣ୍ଡକ୍ଟର ହରିକେଶ ବିଶ୍ୱକର୍ମାଙ୍କ ସହ ଗଣ୍ଡଗୋଳ ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ହାସମୀ ନିଜ ବ୍ୟାଗରେ ଥିବା ଏକ ମାରଣାସ୍ତ୍ର ବାହାର କରି ହରିକେଶଙ୍କ ବେକ ଓ ହାତକୁ ଆକ୍ରମଣ କରିଥିଲେ । ଏହାଦେଖି ଡ୍ରାଇଭର ଗାଡ଼ି ଅଟକାଇବାରୁ ହାସମୀ ଓହ୍ଲାଇ ଫେରାର ହୋଇ ଯାଇଥିଲେ । ପରେ ଗୁରୁତର ଅବସ୍ଥାରେ ଡ୍ରାଇଭର ହରିକେଶଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ପୁଲିସ୍ ଖବର ପାଇବା ପରେ ହାସମୀଙ୍କୁ ଖୋଜାଖୋଜି କରିଥିଲା । ପରେ ଲରେବ ହାଶ୍ମୀଙ୍କୁ ପୋଲିସ ଗିରଫ କରିଥିଲା । ପୁଲିସ୍ ତାଙ୍କୁ ଥାନାକୁ ନେଉଥିବା ବେଳେ ସେଠାରେ ହାସମୀ ନିଜ ପାଖରେ ରଖିଥିବା ବନ୍ଧୁକରୁ ଗୁଳି ଚଳାଇ ଖସି ଯିବାକୁ ଚେଷ୍ଟା କରିଥିଲା । ମାତ୍ର ଗୁଳିଟି କାହା ଦେହରେ ବାଜି ନ ଥିବା ବେଳେ ପୋଲିସ ହାସମିଙ୍କ ଉପରକୁ ଗୁଳି ଚଳାଇ ଏନକାଉଣ୍ଟର କରିଥିଲା । ଯାହା ତାଙ୍କ ଗୋଡରେ ବାଜିଥିଲା, ପରେ ପୋଲିସ ତାଙ୍କୁ ଗିରଫ କରି ଚିକିତ୍ସା ପାଇଁ ଡାକ୍ତରଖାନାକୁ ନିଆଯାଇଥିଲା ।

ସେପଟେ ପୋଲିସ ସୂଚନା ଦେଇଛି ଯେ ଅଭିଯୁକ୍ତ ଛାତ୍ର ଜଣକ ଏହି ଆକ୍ରମଣ ପରେ ସେ ଏକ ଭିଡିଓ କରି କହିଥିଲେ ଯେ ଇସଲାମକୁ ଅପମାନିତ କରି ସେ କଣ୍ଡକ୍ଟରକୁ ଆକ୍ରମଣ କରିଛନ୍ତି । କେହି ଭାବିବା ଉଚିତ ନୁହେଁ ଯେ ଏହି ନିୟମ ମୋଦୀଙ୍କର ଏବଂ ଯୋଗୀଙ୍କ ନୁହେଁ । ସେ ଭିଡିଓରେ ଅସ୍ତ୍ର ଦେଖାଇଥିଲେ । ତେବେ ପୋଲିସ କହିଛି ଯେ ଅଭିଯୁକ୍ତ ଛାତ୍ର ଲରେବ ହାଶମୀଙ୍କ ଆତଙ୍କବାଦୀ ସଂଯୋଗ ସମ୍ପର୍କରେ ମଧ୍ୟ ତଦନ୍ତ ଆରମ୍ଭ ହୋଇଛି । ଭିଡିଓରେ ସେ ଧର୍ମର ସାହାଯ୍ୟ ନେଇ ବିବାଦୀୟ ଏବଂ ଉତ୍ତେଜନାମୂଳକ କଥା କହିଥିଲେ । ଯେଉଁଥିପାଇଁ ସେ ଜଣେ ଜିହାଦି ବୋଲି ସନ୍ଦେହ କରାଯାଉଛି ।

Leave a Reply

Your email address will not be published. Required fields are marked *