Pratidin TV

Odisha's Digital News Platform

ଇଞ୍ଜିନିୟରିଂ ଛାତ୍ର କରୁଛନ୍ତି ଗଞ୍ଜେଇ ବେପାର ।

ଭୁବନେଶ୍ୱର ; କମିସନରେଟ ପୋଲିସ ସ୍ପେସିଆଲ କ୍ରାଇମ୍ ୟୁନିଟ ପଞ୍ଝାରେ ଗଞେଇ ମାଫିଆ । ୟେ କୌଣସି ଛୋଟ ମଟ ଗଞ୍ଜେଇ ମାଫିଆ ନୁହଁ ବରଂ ହାୟର ଏଜୁକେଟେଡ୍ ଗଞ୍ଜେଇ ମାଫିଆ । ଡ୍ରୀଗ୍ର ଇଞ୍ଜିନିୟରିଂ କିନ୍ତୁ କାମ ଗଞ୍ଜେଇ ଚାଲାଣ ।
ଗତକାଲି ରାତିରେ ସ୍ପେସିଆଲ କ୍ରାଇମ୍ ୟୁନିଟ ୫ ଜଣ ଗଞେଇ ମାଫିଆଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ୨ଟି ଦାମୀ ଗାଡ଼ି,୧୩୦ କେଜି ଗଂଜେଇ ଜବତ କରାଯାଇଛି ।

ଜଂକିଆର ମାଷ୍ଟର ମାଇଣ୍ଡ ପୁଷ୍ପକ ଶ୍ରୀଚନ୍ଦନଙ୍କ ଶିକ୍ଷାଗତ ଯୋଗ୍ୟତା ବିଟେକ ଇଞ୍ଜିରୀୟରିଂ । କିନ୍ତୁ କାମ ତାଙ୍କର ଗଞ୍ଜେଇ ବେପାର । କନ୍ଧମାଳ ରୁ ୩ହଜାରରେ ଗଂଜେଇ ଆଣି କଲିକତାରେ ୮ ହଜାରରେ କିକ୍ରି କରୁଥିଲା ମୁଖ୍ୟ ଅଭିଯୁକ୍ତ ।
କନ୍ଧମାଳ ଫିରୀଙ୍ଗରୁ ଗଞ୍ଜେଇ ଆଣି ଖୋର୍ଦ୍ଧା , ବାମିଖାଲରେ ଭଡ଼ା ଘରେ ଗଞେଇ ଷ୍ଟକ୍ କରି ରଖୁଥିଲେ , ପରେ ସୁଜଗ ଦେଖି କଲିକତା ଚାଲାଣ କରୁଥିଲେ ।

ଆଉ ଗଞେଇ ଇନକମ୍ ଟଙ୍କାରେ ରିଲ୍ସ କରୁଥିଲା ପୁଷ୍ପକ , ରିଲ୍ସ ପାଇଁ କଲିକତା ରୁ ମଡେଲ ଆଣୁଥିଲା ପୁଷ୍ପକ । ଯୁବତୀଙ୍କୁ ଦେଉଥିଲା ମୋଟା ଅଙ୍କର ଟଙ୍କା ଓଡ଼ିଶା ରୁ କଲିକତା ଗଞେଇ ନେବା ପାଇଁ ଗାଡ଼ି ଭଡ଼ା ୧ ଲକ୍ଷ୍ୟ ଟଙ୍କା ନେଉଥିଲେ । ନିଜ ନାଁରେ ଦାମିକିଆ ହୋଣ୍ଡା ଆମେଜ୍ ଗାଡ଼ି କିଣି ଗଞେଇ ବେପାର କରୁଥିଲା ପୁଷ୍ପକ । ତଦନ୍ତ ସମୟରେ ଜଣାପଡ଼ିଛି ଯେ ପୁଷ୍ପକ ସହ ୨ ମାସ ହେଲା ଗଞେଇ ବେପାର ରେ ସାମିଲ ଥିଲେ ପୁରା ଟିମ । ୨ଜଣ ଜଙ୍କିଆର ,ଜଣେ ଯାଜପୁରର , ୨ ଜଣ ପଚିମବଙ୍ଗ ର ଅଭିଯୁକ୍ତ । ଗଞ୍ଜେଇ ଟଙ୍କା କହାକୁ କେତେ ଟଙ୍କା ଦେଇଛି ସେସବୁର ତଦନ୍ତ ଚଳାଇଛି ପୋଲିସ । ଆଉ ପୁଷ୍ପକକୁ ରିମାଣ୍ଡରେ ଆଣି ସବୁ ଗୁମର ଖୋଲିବ ପୋଲିସ ।

Leave a Reply

Your email address will not be published. Required fields are marked *