ନ୍ୟୁଜିଲାଣ୍ଡକୁ ୨୮୩ରନର ଟାର୍ଗେଟ ଦେଇଛି ଇଂଲଣ୍ଡ, ପ୍ରଥମ ମ୍ୟାଚରେ କିଏ ମାରିବ ବାଜି ?
1 min readଅହମ୍ମଦାବାଦ: ଆଜିଠାରୁ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଦିନିକିଆ ବିଶ୍ୱକପ ଆରମ୍ଭ ହୋଇସାରିଛି । ଚଳିତ ବିଶ୍ୱକପ୍ର ପ୍ରଥମ ମ୍ୟାଚ୍ ହେଉଛି ପୂର୍ବ ବିଶ୍ୱକପ୍ ଫାଇନାଲର ପୁନରାବୃତ୍ତି ଟେଲିକାଷ୍ଟ । ୨୦୧୯ ରେ ଲର୍ଡସରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପ୍ ଫାଇନାଲରେ ଇଂଲଣ୍ଡ ନ୍ୟୁଜିଲାଣ୍ଡର ମୁକାବିଲା କରିଥିଲା । ଏଥର ଇଂଲଣ୍ଡର ଅଧିନାୟକ ଜୋସ୍ ବଟଲରଙ୍କ ହାତରେ ଏବଂ ନ୍ୟୁଜିଲ୍ୟାଣ୍ଡର ଅଧିନାୟକ ହେଉଛନ୍ତି ୱିଲିୟମ୍ସନ୍ । ତେବେ ସେ ପ୍ରଥମ ମ୍ୟାଚ୍ରେ ଖେଳୁନଥିବା ବେଳେ ଦଳକୁ ଟମ ଲାଥାମଙ୍କ ଅଧିନାୟକତ୍ୱ କରୁଛନ୍ତି । ଟିମ୍ ସାଉଦି ମଧ୍ୟ ନ୍ୟୁଜିଲାଣ୍ଡ ଦଳରେ ନାହାନ୍ତି । ଆଜି ଅହମ୍ମଦାବାଦରେ ପାଗ ସ୍ପଷ୍ଟ ଏବଂ ବର୍ଷା ହେବାର ସମ୍ଭାବନା ନାହିଁ । ବର୍ଷା ହେତୁ ୱାର୍ମ ଅପ୍ ମ୍ୟାଚ୍ ଖେଳାଯାଇ ପାରିଲା ନାହିଁ ।ଏହି ମ୍ୟାଚରେ କେନ୍ ୱିଲିୟମସନ ଏବଂ ଟିମ୍ ସାଉଦି ଖେଳୁ ନାହାଁନ୍ତି । ସେ ଆହତ ହୋଇଥିବାରୁ ବିଶ୍ରମାରେ ଅଛନ୍ତି ।
ଏହି ମ୍ୟାଚରେ ଟମ ଲାଥାମ ନ୍ୟୁଜିଲ୍ୟାଣ୍ଡର ଅଧିନାୟକ ଅଛନ୍ତି । ଟସ୍ ଜିତିବା ପରେ ସେମାନେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଇଂଲଣ୍ଡ ୫୦ ଓଭରରେ ୯ ୱିକେଟ୍ ହରାଇ ୨୮୨ ରନ୍ ସଂଗ୍ରହ କରିଛି । ତେବେ ନ୍ୟୁଜିଲାଣ୍ଡକୁ ୨୮୩ରନର ଟାର୍ଗେଟ ଦେଇଛି ଇଂଲଣ୍ଡ । ତେବେ ମୈଦାନକୁ ଓହ୍ଲାଇଥିବା ନ୍ୟୁଜିଲାଣ୍ଡ ବର୍ତ୍ତମାନ ୨୦ ରନ କରିଥିବା ବେଳେ ଗୋଟେ ୱିକେଟ ହରାଇ ସାରିଲାଣି । ତେବେ ଦେଖିବା ଆଜିର ମ୍ୟାଚରେ ବାଜି ମାରି ବିଜୟର ପ୍ରଥମ ଓପନିଂ କରିବ ।