Pratidin TV

Odisha's Digital News Platform

ଚୀନକୁ ଫେରିଲା ମହାମାରୀ ! କମ୍ ପଡୁଛି ଆଇସିୟୁ ବେଡ ..

1 min read

ସାରା ବିଶ୍ୱ ଦେଖିଛି ଚାଇନାରେ କରୋନା ମହାମାରୀ ଯୋଗୁ ସାରା ଦେଶ ଅବସ୍ଥା କିପରିଥିଲା । ମହାମାରୀ ଯୋଗୁଁ ଚାଇନାରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଯାଇଥିଲା । ଏହିମହାମାରୀ ଚାଇନା ରେ ରଚିଥିଲା ମୃତ୍ୟର ତାଣ୍ଡବ ଲୀଳା । ଚାଇନା ବର୍ତ୍ତମାନ ମହାମାରୀ ଏକ ଶିକ୍ଷା ଲାଭ କରିଛି । ସୋମବାର ଚାଇନା ଅନେକ ଏଜେନ୍ସି ଦେଶରେ ଆଇସିୟୁ ଶଯ୍ୟା ସଂଖ୍ୟା ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଛନ୍ତି । ଏଜେନ୍ସିମାନେ ସେମାନଙ୍କ ପ୍ରସ୍ତାବରେ କହିଛନ୍ତି ଯେ ଦେଶରେ ଆଇସିୟୁ ଶଯ୍ୟା ସଂଖ୍ୟା ୨୦୨୫ ସୁଦ୍ଧା ୧୦୦,୦୦୦ ଲୋକଙ୍କ ପାଇଁ ୧୫ ଏବଂ ୨୦୨୭ ସୁଦ୍ଧା ୧୮ ହେବା ଉଚିତ ।

ଜନସ୍ୱାସ୍ଥ୍ୟ ବ୍ୟବସ୍ଥାର ଅଂଶ ଭାବରେ ଚାଇନା ସାମ୍ପ୍ରତିକ ସମୟରେ ଆଇସିୟୁ ଶଯ୍ୟା ସଂଖ୍ୟାକୁ କିଛି ମାତ୍ରାରେ ବୃଦ୍ଧି କରିଛି । ତେବେ ଏହି ଖବର ସାମ୍ନାକୁ ଆସିବାପରେ ସମସ୍ତେ କହୁଛନ୍ତି ଆଜିବି ଚାଇନା ରୁ ଶେଷ ହୋଇନାହିଁ ମହାମାରୀ । ଅନେକ କହିଛନ୍ତି ଯେ ଦେଶରେ ଆଜିବି ସ୍ୱାସ୍ଥ୍ୟ ବ୍ୟବସ୍ଥା ସଂରକ୍ଷିତ ନୁହେଁ । ଜାତୀୟସ୍ୱାସ୍ଥ୍ୟ ଆୟୋଗ ସମେତ ଅନେକ ଏଜେନ୍ସି ସେମାନଙ୍କ ସୁପାରିଶରେ ଡାକ୍ତରଖାନା ଶଯ୍ୟା ସଂଖ୍ୟା ବୃଦ୍ଧି ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *