Pratidin TV

Odisha's Digital News Platform

କଲେଜ୍ ଛାତ୍ରଙ୍କୁ ଧକ୍କା ଦେଇ ଛୁଁ ମାରିଲା ମନ୍ତ୍ରୀଙ୍କ ଗାଡି

ଭୁବନେଶ୍ୱର : କଲେଜ୍ ଛାତ୍ରଙ୍କୁ ଧକ୍କା ଦେଇ ଫେରାର୍ ହୋଇଗଲା ମନ୍ତ୍ରୀଙ୍କ କାର୍ । ରାସ୍ତାରେ ଗୁରୁତର ଅବସ୍ଥାରେ ପଡି ଛଟପଟ ହେଉଥିବା ୨ ଛାତ୍ରଙ୍କୁ ଛାଡିଦେଇ ଚମ୍ପଟ ମାରିଲା ମନ୍ତ୍ରୀଙ୍କ ଏସକର୍ଟ ଗାଡି ।

ମିଳିଥିବା ସୂଚନା ଅନୁଯାୟୀ ଗୁରୁତର ଛାତ୍ରଦ୍ୱୟ ହେଲେ ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ଖରିଆରରୋଡ଼ ସହର ପିଏଚଡିପଡାର ଜିତୁ ଦାସ ଓ ଯୋଗେଶ ପୋଡ଼ । ସେମାନେ ନ୍ୟାସନାଲ କଲେଜର ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ର ହୋଇଥିବା ବେଳେ । ଆଜି ସକାଳୁ ଦୁହେଁ ଏକ ବାଇକ ଯୋଗେ କଲେଜ୍ ଯାଉଥିଲେ । ଏହି ସମୟରେ ରାଜ୍ୟ ସରକାରଙ୍କ ଯୋଜନା ଓ ସମନ୍ୱୟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ଏସକର୍ଟ ଗାଡି ନୂଆପଡାରୁ ଖରିଆରରୋଡ୍‌ସ୍ଥିତ ମନ୍ତ୍ରୀଙ୍କ ବାସ ଭବନକୁ ଯାଉଥିଲା ଗୋତମା ଗାଁ ନିକଟ ରାଜପଥ ଉପରେ ମନ୍ତ୍ରୀଙ୍କ ଏସକର୍ଟ ଗାଡି ଛାତ୍ରଙ୍କ ବାଇକ୍‌କୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ଛାତ୍ର ଦୁଇଜଣ ତଳେ ପଡିଯାଇ ଛଟପଟ ହେଉଥିବା ବେଳେ ମନ୍ତ୍ରୀଙ୍କ ଗାଡିଟି ନରହି ପଳାଇଯାଇଥିଲା ।

ଖବର ପାଇ ପୋଲିସ ଏବଂ କଲେଜର ଅନ୍ୟ ଛାତ୍ରଚାତ୍ରୀ ମାନେ ସେଟାରେ ପହଞ୍ଚିଥିଲେ । ଏହାପରେ ଛାତ୍ରଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ ନୂଆପଡା ମେଡିକାଲରେ ଭର୍ତ୍ତି କରାଇଥିଲେ । ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସୋମନଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରଣ କରାଯାଇଛି । ଏହାକୁ ନେଇ ପରିବାର ଲୋକ ଏବଂ କଲେଜ ଛାତ୍ରଛାତ୍ରୀମାନେ ଚିକିତ୍ସାଳୟ ବାହାରେ ଉତ୍ତେଜନା ଦେଖାଇଛନ୍ତି । ପୋଲିସ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *