Pratidin TV

Odisha's Digital News Platform

ଏବେ ଭାରତ ନହେଁ ବିଦେଶ ମାଟିରେ ଦୌଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ୍‌…

ଏବେ ଦେଶ ନୁହେଁ ବିଦେଶର ରେଳ ଲାଇନରେ ଦୌଡିବ ଭାରତର ବନ୍ଦେ ଭାରତ । ଘୁଘୁ ଗର୍ଜନ କରି ବିଦେଶ ମାଟିରେ ଭାରତର ବିରତ୍ୱର ଗାଥା କହିବ । ଏବେ ରେଳଯାତ୍ରୀ ମାନଙ୍କର ପ୍ରଥମ ପସନ୍ଦ ପାଲଟିଛି ବନ୍ଦେଭାରତ ଏକ୍ସପ୍ରେସ । ଦ୍ରୁତ ଗତି ଏବଂ ଉତ୍କୃଷ୍ଟ ସୁବିଧା ସହିତ ସଜ୍ଜିତ ଏହି ଟ୍ରେନ୍ କେବଳ ଭାରତରେ ନୁହେଁ, ବରଂ ବିଦେଶରେ ମଧ୍ୟ ବେଶ ଲୋକପ୍ରିୟ ହୋଇପାରିଛି । ତେବେ ବିଦେଶରେ ବନ୍ଦେଭାରତ ଏକ୍ସପ୍ରେସର ଲୋକପ୍ରିୟତା କୁ ଦୃଷ୍ଟିରେ ରଖି ଏହି ସେମି ହାଇ ସ୍ପିଡ୍ ଟ୍ରେନର ରପ୍ତାନୀ କରିବାକୁ ସରକାର ଯୋଜନା କରୁଥିବା ଜଣାପଡ଼ିଛି । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏନେଇ ସୂଚନା ପ୍ରଦାନ କରିଛନ୍ତି । ସେ କହିଛନ୍ତି ଯେ ଅନେକ ବିଦେଶୀ ରାଷ୍ଟ୍ର ବନ୍ଦେ ଭାରତ ଏକ୍ସପ୍ରେସ କିଣିବା ନେଇ ସରକାରଙ୍କ ସହିତ ଆଲୋଚନା କରୁଥିବା ଜଣାପଡ଼ିଛି । ଆସନ୍ତା କିଛି ବର୍ଷ ମଧ୍ୟରେ ଭାରତ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ବିଦେଶରେ ରପ୍ତାନି ଆରମ୍ଭ କରିବ ।

ବିଜନେସ୍ ଟୁଡେରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ରେଳମନ୍ତ୍ରୀ କହିଛନ୍ତି, ରେଳ ମନ୍ତ୍ରଣାଳୟ ସରକାରୀ ତଥା ବେସରକାରୀ କ୍ଷେତ୍ର ୟୁନିଟ୍ ବ୍ୟତୀତ ନିଜସ୍ୱ କର୍ମଶାଳାକୁ ସ୍ୱଦେଶୀ ଡିଜାଇନ୍ ଏବଂ ଦକ୍ଷତା ସହିତ ବନ୍ଦେ ଭାରତ ଟ୍ରେନର ଉତ୍ପାଦନ ପ୍ରସ୍ତୁତ କରିବାରେ ସକ୍ଷମ କରିଛି । ସେ କହିଛନ୍ତି ଯେ ଆମ ଇଞ୍ଜିନିୟରଙ୍କ ସାହାଯ୍ୟରେ ଆମ ଦେଶରେ ବନ୍ଦେ ଭାରତ ଟ୍ରେନ ନିର୍ମାଣ କରିବା ଏକ ବଡ ଆହ୍ୱାନ ରହିଛି । ଆମେ ଏହି ଆହ୍ୱାନକୁ ଅତିକ୍ରମ କରିଛୁ । ଅଶ୍ୱିନୀ ବୈଷ୍ଣବ ଦାବି କରିଛନ୍ତି ଯେ ଆସନ୍ତା କିଛି ବର୍ଷ ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ଅନ୍ୟ ଦେଶକୁ ରପ୍ତାନି କରିବାରେ ସକ୍ଷମ ହେବ ।

Leave a Reply

Your email address will not be published. Required fields are marked *