Pratidin TV

Odisha's Digital News Platform

୩୬ ବର୍ଷ ଅପେକ୍ଷା ପରେ ବି ତୀରନ୍ଦାଜିରେ ପଦକ ଜିତିବା ସ୍ୱପ୍ନ ଅଧାରେ ରହିଲା

୩୬ ବର୍ଷ ଅପେକ୍ଷା ପରେ ମଧ୍ୟ ଭାରତ ତୀରନ୍ଦାଜରେ ପଦକ ଜିତିବାରେ ସଫଳ ହୋଇପାରିନାହିଁ | ଚଳିତ ପ୍ୟାରିସ ଅଲମ୍ପିକ୍ସରେ ପୁଣିଥରେ ଭାରତକୁ ତୀରନ୍ଦାଜ ଇଭେଣ୍ଟରେ ନିରାଶ ହେବାକୁ ପଡିଛି। ମହିଳା ବ୍ୟକ୍ତିଗତ ପ୍ରତିଯୋଗିତାରେ ତାରକା ଖେଳାଳି ଦୀପିକା କୁମାରୀ ଦକ୍ଷିଣ କୋରିଆର ସୁହିୟନ୍ ନାମଙ୍କ ନିକଟରୁ ପରାଜୟ ବରଣ କରିଛନ୍ତି। ଏଥିସହିତ ତୀରନ୍ଦାଜରେ ଭାରତର ପଦକ ଆଶା ମଉଳି ଯାଇଛି।

ଦୀପିକା କୁମାରୀ ଓ ଭଜନ ଓ କୌରଙ୍କ ଉପରେ ଶେଷ ଆଶା ଥିଲା । ମାତ୍ର ତାହା ଆଶାରେ ହିଁ ରହିଗଲା । ସେମାନେ ପଦକ ରାଉଣ୍ଡରେ ପହଞ୍ଚିବାରେ ସଫଳ ହୋଇପାରି ନ ଥିଲେ । ମହିଳା ବ୍ୟକ୍ତିଗତ ଇଭେଣ୍ଟରେ ପ୍ରି କ୍ୱାର୍ଟରରେ ଭଜନ ଇଣ୍ଡୋନେସିଆର ଡିୟାଣ୍ଡା ଚୋଇରୁନିସାଙ୍କ ନିକଟରୁ ଏବଂ ଦୀପିକା କ୍ୱାର୍ଟରରେ କୋରିଆର ନାମ ସୁ ହୋୟେନଙ୍କଠାରୁ ପରାଜିତ ହୋଇଥିଲେ । ଏଥିସହ ତୀରନ୍ଦାଜୀରେ ଭାରତର ଅଭିଯାନ ଶେଷ ହୋଇଯାଇଛି । ୧୯୮୮ରେ ତୀରନ୍ଦାଜୀକୁ ଅଲିମ୍ପିକ୍ସରେ ସାମିଲ କରାଯାଇଥିଲା । ସିଡନୀ ଗେମ୍ସ ୨୦୦୦ ବ୍ୟତୀତ ଭାରତ ଅନ୍ୟ ସମସ୍ତ ଗେମ୍ସରେ ଯୋଗ୍ୟତା ଅର୍ଜନ କରିଛି ।

ତୀରନ୍ଦାଜରୁ ଅଲିମ୍ପିକ୍ସ ପଦକ ପାଇଁ ଦୀର୍ଘ ୩୬ ବର୍ଷ ହେଲା ଭାରତ କରିଥିବା ଅପେକ୍ଷା ଆହୁରି ଲମ୍ବା ହୋଇଛି। ପ୍ୟାରିସ ଅଲିମ୍ପିକ୍ସରେ ଭାରତର ସମସ୍ତ ତୀରନ୍ଦାଜ ବିନା ପଦକରେ ନିଜର ଅଭିଯାନ ଶେଷ କରିଛନ୍ତି।

Leave a Reply

Your email address will not be published. Required fields are marked *