Pratidin TV

Odisha's Digital News Platform

ମୃତ୍ୟୁ ପରେବି ମା’ର ଦୁଃଖ ଦୂର କରିଦେଇ ଗଲା ଝିଅ ।

1 min read

ଜଗତସିଂହପୁର ; ମୃତ୍ୟୁ କାହା ଜୀବନରେ କେତେବେଳେ ଆସିବ ତାହା ଜାଣିବା ଅସମ୍ଭବ । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପରିବାର ର ଆର୍ଥିକ ମାନଦଣ୍ଡ କୁ ସୁଦୃଢ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ପ୍ରଣୟନ କରିଥିଲେ ।

ଏହା ଦ୍ଵାରା ପ୍ରତ୍ୟକ ହିତାଧିକାରୀ ବିଭିନ୍ନ ବ୍ୟାଙ୍କରେ ଥିବା ସଞ୍ଚୟ ଖାତାରୁ ବର୍ଷକୁ ଚାରିଶହ ଟଙ୍କାର ବୀମା ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥାଏ । ମୃତ୍ୟୁ କିମ୍ବା ଦୃର୍ଘଟଣା ଜନିତ କ୍ଷତି ବାବଦକୁ ଦୁଇ ଲକ୍ଷ୍ୟ ଟଙ୍କା ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ବ୍ୟାଙ୍କ ସହାୟତା ରେ ପାଇବାକୁ ହକଦାର । ଏହି ପରିପ୍ରେକ୍ଷୀରେ ଜଗତସିଂହପୁର ବ୍ଲକ ଅଳା ପଞ୍ଚାୟତ ସାନ ଲହଙ୍ଗା ଗ୍ରାମର କାଞ୍ଚନ ବାଳା ରାଉତ ଜଗତସିଂହପୁର ସ୍ଥିତ ପଞ୍ଜାବ ନାସନାଲ ବ୍ୟାଙ୍କରେ ଏକ ସଞ୍ଚୟ ଖାତା ଖୋଲିଥିଲେ । ବ୍ୟାଙ୍କ ମିତ୍ର ର ପରାମର୍ଶ କ୍ରମେ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ସ୍କିମରେ ଅନ୍ତର୍ଭୁକ୍ତ ହୋଇଥିଲେ । ହେଲେ ବୀମା କରିବାର ଦୁଇ ମାସ ପରେ କାଞ୍ଚନ ମୃତ୍ୟୁ କରିଥିଲେ । କାଞ୍ଚନ ର ପରିବାର ଆର୍ଥିକ ସ୍ଥିତି ଦ୍ରୁବଳ ଥିବାରୁ ହଠାତ ପରିବାର ମଧ୍ୟ୍ୟ ରେ ଦୁଃଖ ର କଳା ପାହାଡ଼ ମାଡିଆସିଥିଲା ।

Advertisement

ଏପରି ପରିସ୍ଥିତି ରେ କାଞ୍ଚନ ବୀମା ଭୁକ୍ତ ହୋଇ ମୃତ୍ୟୁ ବରଣ କରିଥିବାରୁ କାଞ୍ଚନ ର ମା ପିଙ୍କି ରାଉତ ଙ୍କୁ ପଞ୍ଜାବ ନ୍ୟସନାଲ ବ୍ୟାଙ୍କ ତରଫରୁ ବୀମା ରାଶି ବାବଦକୁ ବ୍ୟାଙ୍କ ମ୍ୟାନେଜର ଅନିରୁଦ୍ଧ ସ୍ୱାଇଁ , ବିଶିଷ୍ଟ ସମାଜସେବୀ ପ୍ରଭାତ ବେହେରା , ରାସ୍ତା ଓ କୋଠା ବାଡ଼ି ବିଭାଗ ମୁଖ୍ୟ ଯନ୍ତ୍ରୀ ନିମାଇଁ ଚରଣ ଦାସ ପ୍ରମୁଖ ଙ୍କ ଉପସ୍ଥିତ ରେ ପିଙ୍କି ରାଉତଙ୍କୁ ଚେକ ପ୍ରଦାନ କରାଯାଇଛି।

Leave a Reply

Your email address will not be published. Required fields are marked *