ଅବସର ପରେ ବି ମାଗଣାରେ ଛାତ୍ରଛାତ୍ରୀଙ୍କୁ ପଢାଉଛନ୍ତି କାଳନ୍ଦୀ ଗୁରୁଜୀ ।
1 min readଅସ୍ତରଙ୍ଗ ; ସେ ଗୁର, ଯିଏ ମାଟି ପିଣ୍ଡୁଳାକୁ ନୂଆ ଜୀବନ ଦିଏ। ପିଲାଟିଏ ଭଲ ମଣିଷ ଭଲ ମଣିଷ ଟିଏ ହେବା ପାଈଁ ଅବିରତ ଚେଷ୍ଟା ଜାରି ରଖିଥାନ୍ତି। ଏମିତି ଜଣେ ଗୁରୁ କାଳନ୍ଦୀ ଚରଣ ଛାଟୋଇ। ଚାକିରୀ ଜୀବନ ରୁ ଅବସର ପରେ ମାଗଣା ଶିକ୍ଷାଦାନ କରୁଛନ୍ତି। ସେ ଏକାଧାରରେ ଜଣେ ଶିକ୍ଷକ, କବି, ଲେଖକ ଓ ପ୍ରବଚକ।
ଚାକିରୀ ରୁ ଅବସର ନେବା ପରେ ବି କର୍ମ ଚଞ୍ଚଳ। ଯୁବ ସୁଲଭ ଉଦିପନା ରେ ପିଲାଙ୍କୁ ପଢ଼ାଉଛନ୍ତି ପାଠ। ତାହା ପୁଣି ଅବେଇତୈନିକ ଭାବରେ। ସେ ଭଳି ଜଣେ ଶିକ୍ଷକ ହେଉଛନ୍ତି କାଳନ୍ଦୀ ସାରେ। ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଂଚଳର ଏକ ଜଣାଶୁଣା ନାଁ କାଳନ୍ଦୀ ସାରେ। ଅସ୍ତରଙ୍ଗ ବ୍ଲକ କେନ୍ଦ୍ରାପଟି ପଂଚାୟତର ନୁଆସାହି ଗାଁରେ ଜନ୍ମଗ୍ରହଣ କରିଥିଲେ କାଳନ୍ଦୀ ଚରଣ ଛାଟୋଇ। ଏକାଧାର ଜଣେ ସଂସ୍କୃତ ଶିକ୍ଷକ, ଲେଖକ, କବି ପ୍ରବଚକ ଭାବରେ ବେଶ ଲୋକ ପ୍ରିୟ। କାଳନ୍ଦୀ ସାରେ ଙ୍କ ଶିକ୍ଷାଦାନ ପଦ୍ଧତି ଛାତ୍ର ଛାତ୍ରୀ ଙ୍କୁ କରିଥାଏ ବେଶ ଆକର୍ଷିତ। ଶିକ୍ଷକତା ତାଙ୍କର ବୃତ୍ତି ନୁହେଁ, ତାଙ୍କର ବ୍ରତ ବୋଲି କହିଛନ୍ତି ସ୍ଥାନୀୟ ଶିକ୍ଷକ ।
୧୯୮୦ମସିହାରେ ଜଣେ ସଂସ୍କୃତ ଶିକ୍ଷକ ଭାବେ ଅସ୍ତରଙ୍ଗ ଉଚ୍ଚ ବିଦ୍ୟାଳୟରେ ଯୋଗ ଦେବା ପରେ ଦୀର୍ଘ ୪୦ବର୍ଷ ହେଲା ନିଜ ଜୀବନକୁ ଛାତ୍ର ଛାତ୍ରୀ ଙ୍କ ପାଈଁ ଉତ୍ସର୍ଗ କରିଛନ୍ତି। ଛାତ୍ର ଛାତ୍ରୀ ଙ୍କୁ ସଂସ୍କୃତ ଶିକ୍ଷାଦାନ ଶହ ସମୟାନୁବର୍ତ୍ତିତା ହେବା ନୀତିଶିକ୍ଷା, କବିତା ଲେଖନ ଓ ପଠନ ଏକକ ଅଭିନୟ ଭଳି ଭିନ୍ନ ଭିନ୍ନ ବିଷୟ ବସ୍ତୁ ଉପରେ ଛାତ୍ର ଛାତ୍ରୀ ଙ୍କୁ ଦକ୍ଷତା ବୃଦ୍ଧି ପାଈଁ ସର୍ବଦା ଚେଷ୍ଟିତ। ଜଣେ ଆଦର୍ଶ ଶିକ୍ଷକ ଭାବେ ବେଶ ସୁନାମ ଅର୍ଜନ କରି ୨୦୧୪ମସିହାରେ ସରକାରୀ ଚାକିରୀ କ୍ଷେତ୍ରରୁ ଅବସର ନେଇଥିଲେ।
ଚାକିରୀ ରୁ ଅବସର ନେବା ପରେ ଅସ୍ତରଙ୍ଗ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସବୁଜ ଶାଖା ଅନୁରୋଧ କ୍ରମେ ଦୀର୍ଘ ୫ବର୍ଷ ହେଲା କାଳନ୍ଦୀ ସାରେ ବିନା ଦରମା ରେ ସ୍ୱେଚ୍ଛାକୃତ ଭାବେ ଶିକ୍ଷାଦାନ କରି ଆସୁଛନ୍ତି। ମନରେ ସେହି ଉତ୍ସାହ ସେହି ଉଦ୍ଦୀପନା ନିଶା ପିଲା ମାନେ କେମିତି ଭଲ ପଢିବେ ଓ ଭଲ ମଣିଷ ହେବେ ।