Pratidin TV

Odisha's Digital News Platform

ମୁଁ କ୍ଷମତାରେ ଥାଏ ନ ଥାଏ ଓଡିଶାବାସୀଙ୍କ ସେବା ଶେଷ ପର୍ଯ୍ୟନ୍ତ କରିବି – ବିଜେଡି ସୁପ୍ରିମୋ ନବୀନ

1 min read

ଆଜି ପଦଯାତ୍ରାରେ ବିଜେଡି । ପୁଣିଥରେ ଲୋକଙ୍କ ସହ ଯୋଡି ହେବା ପାଇଁ ପଦଯାତ୍ରାକୁ ଶକ୍ତିଶାଳୀ ମାଧ୍ୟମ କରିଛି ବିଜେଡି । ଏହି ଅବସରରେ ସୁପ୍ରିମୋ ନବୀନ ପଟ୍ଟନାୟକ ଯୋଗ ଦେଇ ଦଳୀୟ ନେତା, କର୍ମୀଙ୍କୁ ଦେଇଛନ୍ତି ଗୁରୁମନ୍ତ୍ର ।

ବିଜେପି ସରକାରଙ୍କୁ ଟାର୍ଗେଟ କରି ନବୀନ କହିଛନ୍ତି, ‘୨୪ ବର୍ଷରେ ଓଡ଼ିଶାର ବିକାଶ ପାଇଁ ଅନେକ କାମ କରିଛି ବିଜେଡି । ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା, ଆଦିବାସୀଙ୍କ ବିକାଶ ହୋଇଛି। ୨୦୦୦ ରେ ଓଡ଼ିଶାରେ ଗରୀବି ୭୦% ଥିଲା ଏବେ ଏହା ମାତ୍ର ୧୦% । ମୁଣ୍ଡ ପିଛା ଆୟ ବଢିଛି। ଡବଲ ଇଞ୍ଜିନ ରାଜ୍ୟ ଠାରୁ ଓଡିଶା ଆଗରେ। ଏବେ ନୂଆ ସରକାର ଭଗ୍ଦଳଚ୍ଚ ନାଁ ବଦଳାଇ ଦେଇଛନ୍ତି। ଆପଣ ନାଁ ଆଉ ରଙ୍ଗ ବଦଳାଇ ପାରନ୍ତି କିନ୍ତୁ ଲୋକ ସବୁ ଜାଣିଛନ୍ତି। ନବୀନ ଆଉ ମଧ୍ୟ କହିଛନ୍ତି ଯେ You Can Change the Name, You Can Change the Colour But You Can’t Change the History , ଇଲେକସନ ବେଳେ ହାତୀ ଦେବୁ ଘୋଡ଼ା ଦେବୁ, ହେଲେ ଏବେ ବିଜେପିର ମିଛ ସବୁ ଲୋକ ଜାଣି ସାରିଲେଣି ।

Advertisement

ମୁଁ କ୍ଷମତାରେ ଥାଏ ବା ନ ଥାଏ ଆପଣ ମାନଙ୍କର ସେବା କରି ଆସିଛି ଓ ଶେଷ ପର୍ଯ୍ୟନ୍ତ କରି ବି ବୋଲି ନବୀନ କହିଛନ୍ତି ।

Leave a Reply

Your email address will not be published. Required fields are marked *