Pratidin TV

Odisha's Digital News Platform

ଦ୍ୱନ୍ଦ ଦୂର କଲେ ଉପ ମୁଖ୍ୟମନ୍ତ୍ରୀ ,କହିଲେ ସୁଭଦ୍ରା ରେ ତ୍ରୁଟି ଥିଲେ ଫୋନ୍ ଯିବ ..

1 min read

‘ସୁଭଦ୍ରା’ ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଯେଉଁମାନେ ଯୋଗ୍ୟ କିନ୍ତୁ ଏଯାଏଁ ପାଇ ନାହାନ୍ତି ସେମାନଙ୍କ ଦ୍ୱନ୍ଦ ଦୂର କଲେ ଉପ ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ଯେଉଁମାନେ ଯୋଗ୍ୟ ହିତାଧିକାରୀ ଥାଇ ବି ଟଙ୍କା ପାଇ ନ ଥିବେ ତାହେଲେ ତାଙ୍କୁ ଫୋନ୍‌ କଲ୍‌ ଯିବ। ଆବେଦନରେ ତ୍ରୁଟି କିମ୍ବା ଅନ୍ୟାନ୍ୟ ସମସ୍ୟା ଥିଲେ ଫୋନ୍‌ ଯିବ ବୋଲି ସେ କହିଛନ୍ତି।

ପ୍ରଭାତୀ ପରିଡ଼ା କହିଛନ୍ତି, ଏଯାବତ ୧ କୋଟି ୬୦ ହଜାର ମହିଳା ‘ସୁଭଦ୍ରା ଯୋଜନା’ରେ ପଞ୍ଜୀକରଣ କରିଛନ୍ତି। ତେବେ ତୃତୀୟ ପର୍ଯ୍ୟାୟରେ ତ୍ରୁଟି ହେଲେ ଫୋନ୍‌ କଲ୍‌ ଯିବ। ଫୋନ୍‌ କରି ତ୍ରୁଟିକୁ ଠିକ୍‌ କରିବାକୁ ପରାମର୍ଶ ଦିଆଯିବ। ଘରକୁ ଘର ଯାଇ ଅଙ୍ଗନାଓ୍ବାଡି କର୍ମୀ ଭୁଲ୍‌କୁ ଠିକ୍‌ କରିବେ। ଯୋଗ୍ୟ ହିତାଧିକାରୀ ଶେଷ ଯାଏ ଟଙ୍କା ମିଳିବ। ପରବର୍ତ୍ତୀ କିସ୍ତି ପାଇଁ ଠିକ୍‌ ସମୟରେ ତାରିଖ ଘୋଷଣା ହେବ ବୋଲି ସେ କହିଛନ୍ତି।

Advertisement

Leave a Reply

Your email address will not be published. Required fields are marked *