Pratidin TV

Odisha's Digital News Platform

ପ୍ରତି ଶୁକ୍ରବାର ପରେ ଶନିବାର ଆସିଥାଏ: ପଥର ଫିଙ୍ଗାଳିଙ୍କୁ ଯୋଗୀଙ୍କ ତେରେଛା ବାଣ

ନୂଆଦିଲ୍ଲୀ: ଧର୍ମ ନାମରେ ହିଂସା କରୁଥିବା ଅସାମାଜିକ ତତ୍ତ୍ୱଙ୍କୁ ପରୋକ୍ଷରେ ଚେତାବନୀ ଦେଇଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ପ୍ରଫେଟ୍ ମହମ୍ମଦଙ୍କ ସମ୍ପର୍କରେ ବିବାଦୀୟ ବୟାନ ଦେଇଥିବା ତଥା ବିଜେପିରୁ ନିଲମ୍ବିତ ହୋଇଥିବା ନୂପୂର ଶର୍ମାଙ୍କୁ ଗିରଫ କରିବା ଦାବିରେ ହିଂସାକାଣ୍ଡ କରାଯାଇଥିଲା । ଏହି ହିଂସାକାଣ୍ଡ ସମୟରେ ପଥର ମାଡ କରାଯିବାରୁ ୧୨ ଜଣ ପୁଲିସ ଅଧିକାରୀ ଆହତ ହୋଇଥିଲେ । ଏହି ଘଟଣାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

ଯୋଗୀଙ୍କ ମିଡିଆ ପରାମର୍ଶଦାତା ରହିଥିବା ମୃତ୍ୟୁଞ୍ଜୟ କୁମାର ଏମିତି ଏକ ତେରେଛା ବାଣ ମାରିଛନ୍ତି । ଲୋକ ଭୁଲିଯିବା ଅନୁଚିତ୍ କି ଶୁକ୍ରବାର ପରେ ଶନିବାର ଆସିଥାଏ । ଦେଶରେ ପ୍ରତି ଶୁକ୍ରବାର ପଥର ମାଡ ହେବା ଫେସନରେ ପରିଣତ ହେବାକୁ ଯାଉଥିବା ବେଳେ ଦଙ୍ଗାକାରୀଙ୍କୁ ଚେତେଇବାକୁ ଏମିତି ଲେଖିଛନ୍ତି ମୃତୁଞ୍ଜୟ । ଏମିତି ଲେଖିବା ସହିତ ଏକ ବୁଲଡୋଜରର ଫଟୋ ପୋଷ୍ଟ କରିଛନ୍ତି ।

ଏହାପରେ ହରିୟାଣା ବିଜେପି ଆଇଟି ସେଲ୍ ମୁଖ୍ୟ ମଧ୍ୟ ସମାନ ଘଟଣା ଉପରେ ଟ୍ୱିଟ୍ କରିଥିଲେ । ଅରୁଣ ଯାଦବ ଲେଖିଥିଲେ, ଶୁକ୍ରବାରକୁ ପଥର ଫୋପଡା ଦିବସ ଭାବରେ ପାଳନ କରାଯାଉଥିବା ବେଳେ ଏଣିକି ଶନିବାରକୁ ଜାତୀୟ ବୁଲଡୋଜର ଦିବସ ଭାବରେ ପାଳନ କରାଯିବ । ଏହି ଘଟଣାକୁ ନେଇ ଝାରଖଣ୍ଡର ରାଞ୍ଚି, ପଶ୍ଚିମବଙ୍ଗର ହାଓଡା ଏବଂ ଉତ୍ତରପ୍ରଦେଶର ପ୍ରୟାଗରାଜରେ ହିଂସାକାଣ୍ଡ ଦେଖାଦେଇଥିଲା । ଝାରଖଣ୍ଡରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଥିଲେ ।

Leave a Reply

Your email address will not be published. Required fields are marked *