Pratidin TV

Odisha's Digital News Platform

୭୦ ବର୍ଷ ବୟସରୁ ଉର୍ଦ୍ଧ୍ବ ପ୍ରତ୍ୟେକ ଭାରତୀୟଙ୍କୁ ମିଳିବ ମାଗଣା ଚିକିତ୍ସା

1 min read

ଗୁରୁବାର ଅର୍ଥାତ ଜୁନ ୨୭ ତାରିଖ ଦିନ ଉଭୟ ସଂସଦର ମିଳିତ ଅଧିବେଶନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜର ଅଭିଭାଷଣ ପ୍ରଦାନ କରିଛନ୍ତି | ଯେଉଁଥିରେ ସେ ମୋଦି ସରକାରଙ୍କ ସଫଳତା ବିଷୟରେ ଗୃହ ସଦସ୍ୟ ମାନଙ୍କୁ ଅବଗତ କରାଇଥିଲେ | ସରକାରଙ୍କ ଏହି ଯୋଜନାକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି |

ସୂଚନା ଅନୁଯାୟୀ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ଦିନ ସଂସଦ ଭବନରେ କହିଛନ୍ତି, ୭୦ ବର୍ଷ ବୟସରୁ ଅଧିକ ସମସ୍ତ ଭାରତୀୟଙ୍କୁ ମାଗଣାରେ ଚିକିତ୍ସା ସୁବିଧା ପ୍ରଦାନ କରାଯିବ। ଭାରତ ସରକାରଙ୍କ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଯେକୌଣସି ସ୍ଥାନରେ ଏପରି ସୁବିଧା ମିଳିବ।

Advertisement

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କରିବା ବେଳେ ଦେଶରେ ୨୫ ହଜାର ଜନ ଔଷଧୀ କେନ୍ଦ୍ର ଖୋଲିବା କାର୍ଯ୍ୟକ୍ରମ ଦ୍ରୁତଗତିରେ ଆଗେଇ ଚାଲିଥିବା କହିଛନ୍ତି |

ସେ କହିଛନ୍ତି, “ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା(AB-PMJAY)ରେ ମାଗଣା ସ୍ୱାସ୍ଥ୍ୟ ସେବା ୫୫ କୋଟି ହତାଧିକାରୀଙ୍କୁ ଦିଆଯାଉଛି। ଏବେ ସରକାର ଏ କ୍ଷେତ୍ରରେ ଆଉ ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ବର୍ତ୍ତମାନ ୭୦ ବୟସରୁ ଉର୍ଦ୍ଧ୍ବ ଲୋକମାନେ ଏହି ଯୋଜନାରେ ସାମିଲ ହେବେ | ସେମାନଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ।

ବିଶ୍ୱର ସବୁଠାରୁ ବଡ଼ ସର୍ବସାଧାରଣ ସ୍ୱାସ୍ଥ୍ୟ ବୀମା ଯୋଜନା ହେଉଛି AB-PMJAY | ଏହି ଯୋଜନରେ ପ୍ରତି ପରିବାରକୁ ୫ ଲକ୍ଷ ଟଙ୍କା ଯାଏ ମାଗଣା ଚିକିତ୍ସା ସେବା ଯୋଗାଇ ଦିଆଯାଉଛି।

Leave a Reply

Your email address will not be published. Required fields are marked *