Pratidin TV

Odisha's Digital News Platform

ସ୍ତ୍ରୀକୁ ମାରି ୨୨୪ ଖଣ୍ଡ କରି ନଦୀରେ ଫୋପାଡିଲା ସ୍ୱାମୀ , ଗୁଗୁଲ୍ ରେ ସର୍ଚ୍ଚ କରିଥିଲା ସ୍ତ୍ରୀକୁ ମାରିବାର ଲାଭ ..

1 min read

ଅମାନୁଷିକ, ଅମାନବୀୟ ବର୍ବର ଆଉ ଭୟଙ୍କର । ସତରେ ମଣିଷ କଣ ଏତେ ଭୟଙ୍କର ହୋଇପାରେ । ଏତେ ନିର୍ଦ୍ଦୟ ଏତେ ଭୟଙ୍କର ହୋଇପାରେ ମଣିଷ । ଏଘଟଣା ଶୁଣିଲେ ଲୋମ ଟାଙ୍କୁରି ଉଠିବ । ମଣିଷ ଏମିତି ନୃଶଂସ ପାଲଟିଯିବ ତାହା କେବେ କେହି କଳ୍ପନା କରିନଥିବେ । ଜହ୍ଲାଦ ପାଲଟିଗଲା ସ୍ୱାମୀ ପ୍ରଥମେ ସ୍ତ୍ରୀ କୁ ହତ୍ୟା କଲା । ପରେ ଟିକ୍ ଟିକ୍ କରି ୨୨୪ ଖଣ୍ଡ କଲା । ଏହା ପରେ ନଦୀରେ ଭସାଇଦେଲା । କେବଳ ସେତିକିରେ ସ୍ୱାମୀର ମନ ମାନିନଥିଲା । ଗୁଗୁଲ୍ ରେ ସ୍ତ୍ରୀକୁ ମାରିବାର ଫାଇଦା ସର୍ଚ୍ଚ ମଧ୍ୟ କରିଥିଲା ।
ଏଭଳି ଏକ ଲୋମହର୍ଷଣ କାରୀ ଘଟଣା ଦେଖିବାକୁ ମିଳିଛି ବ୍ରିଟେନରେ । ଖବର ମୁତାବକ ବ୍ରିଟେନର ୨୮ ବର୍ଷୀୟ ନିକୋଲସ ମେଟସନ୍ ୨୬ ବର୍ଷୀୟ ହୋଲି ବ୍ରେମଲିଙ୍କୁ ୨୦୨୧ରେ ବିବାହ କରିଥିଲେ । ତେବେ ୨୦୨୩ ମାର୍ଚ୍ଚ ୨୫ରେ ବ୍ରେମଲି କୁଆଡେ ନିଖୋଜ ହୋଇଯାଥିଲେ । ନିଖୋଜ ହେବାର ୮ ଦିନ ପରେ ବ୍ରେମଲିଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଲିଙ୍କନଶାୟରର ବିଥମ ନଦୀରୁ ମିଳିଥିଲା । ଏବେ ହତ୍ୟାର ପ୍ରାୟ ଏକ ବର୍ଷ ପରେ ଏହାର ଖୁଲାସା ହୋଇଛି । ବିନା କୌଣସି କାରଣରେ ନିଜ ଦୋଷ ସ୍ୱୀକାର କରିଛି ସ୍ୱାମୀ ନିକୋଲସ । ହେଲେ ସ୍ତ୍ରୀକୁ କାହିଁକି ମାରିଲା ସେ ବିଷୟରେ କିଛି କହିନାହିଁ ସ୍ୱାମୀ ।


ରିପୋର୍ଟ ମୁତାବକ, ୨୦୨୩ ମାର୍ଚ୍ଚ ୨୪ରେ ବ୍ରେମଲି ନିଖୋଜ ଥିବା ନେଇ ଲିଙ୍କନଶାୟର ପୁଲିସକୁ ରିପୋର୍ଟ ମିଳିଥିଲା । ଏହାପରେ ପୁଲିସର ଏକ ଟଇମ୍ ମେଟସନ୍ ରହୁଥିବା ଆପାର୍ଟମେଣ୍ଟରେ ପହଞ୍ଚିଥିଲା । ସେହିପରି ସମୟରେ ବ୍ରେମଲି ତାଙ୍କୁ ମାରପିଟ୍ କରି ଘର ଛାଡି ଚାଲି ଯାଇଥିବା ନେଇ ମେଟସନ୍ ପୁଲିସକୁ କହିଥିଲେ । ଏଥିସହ ବ୍ରେମଲି ତାଙ୍କୁ କାମୁଡି ଥିବା ଚିହ୍ନ ମଧ୍ୟ ଦେଖାଇଥିଲେ ।ଏହାର ଦିନକ ପରେ ଯେତେବେଳେ ପୁଲିସ ପୁଣି ଥରେ ମେଟସନଙ୍କ ଫ୍ଲାଟକୁ ଯାଇଥିଲା ସେତେବେଳେ ବାଥ ଟବ୍ ଓ ତଳେ ରକ୍ତ ଛିଟା ପଡିଥିବା ଦେଖିବାକୁ ମିଳିଥିଲା । ରୋଷେଇ ଘରେ ଏକ ଆରି ବ୍ଲେଡ୍ ରଖାଯାଇଥିବା ବେଳେ ବ୍ଲିଚିଂର ଦୁର୍ଗନ୍ଧ ମଧ୍ୟ ହେଉଥିଲା । ମେଟସନ୍ ବ୍ରେମଲିଙ୍କୁ ପ୍ରଥମେ ଛୁରୀ ଭୁଷି ହତ୍ୟା କରିଥିଲା । ପରେ ତାଙ୍କ ମୃତଦେହକୁ ସେହି ଆରି ବ୍ଲେଡ୍‌ରେ ୨୨୪ ଖଣ୍ଡ କରି ଏକ ଜରି ପଲିଥିନରେ ଭର୍ତ୍ତି କରିଥିଲା । ହତ୍ୟାର ଗୋଟିଏ ଦିନ ପରେ ନିଜର ଜଣେ ବନ୍ଧୁଙ୍କ ସହାୟତାରେ ସେ ବ୍ରେମଲିଙ୍କ ଖଣ୍ଡବିଖଣ୍ଡିତ ମୃତଦେହକୁ ନଦୀକୁ ଫିଙ୍ଗି ଦେଇଥିଲା । ଏଥିପାଇଁ ସେ ନିଜ ସାଙ୍ଗଙ୍କୁ ପ୍ରାୟ ୫୦୦୦ ଟଙ୍କା ଦେଇଥିବା ପୁଲିସ କହିଛି ।ଏହି ମାମଲାରେ ପୁଲିସ ଶୁକ୍ରବାର ମେଟସନ୍ ଓ ତାଙ୍କ ସାଙ୍ଗ ଜେଶୁଆ ହ୍ୟାନକକ୍‌କୁ ଗିରଫ କରିଛି । ତେବେ ସେ ନିଜ ପତ୍ନୀଙ୍କୁ କାହିଁକି ହତ୍ୟା କରିଥିବା ତା’ର କୌଣସି କାରଣ କହିନି ମେଟସନ୍ ।

Advertisement

Leave a Reply

Your email address will not be published. Required fields are marked *