Pratidin TV

Odisha's Digital News Platform

ପ୍ରଶାନ୍ତ ଜଗଦ୍ଦେବଙ୍କ ଦାଦାଗିରି : EVM ଭାଙ୍ଗି ଫେରାରବେଳେ ଧରିଲା ପୁଲିସ ..

1 min read

ପୁଣି ଥରେ ଦାଦାଗିରି ଦେଖାଇଛନ୍ତି ଖୋର୍ଦ୍ଧାର ବିଜେପି ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ। ବୋଲଗଡ଼ ବ୍ଲକର ଏକ ବୁ୍‌ଥ୍‌ରେ ପଶି ଇଭିଏମ୍‌ ଭଙ୍ଗାରୁଜା କରିଛନ୍ତି ପ୍ରଶାନ୍ତ। ଏହାପରେ ସାଂସଦ ପ୍ରାର୍ଥୀ ଅପରାଜିତାଙ୍କ ଗାଡି ନେଇ ଫେରାର ହୋଇଯାଉଥିବ ବେଳ । ପୁଲିସ ତାଙ୍କୁ ଗୋଡାଇ ଗୋଡାଇ ଧରିଛି ଏହାପରେ ତାଙ୍କୁ ବୋଲଗଡ ଥାନାରେ ଅଟକ ରଖିଥିବା ଜଣାପଡିଛି। ସୂଚନାନୁଯାୟୀ ବୋଲଗଡ଼-ବେଗୁନିଆ ନିର୍ବାଚନ ମଣ୍ଡଳିର ରାଜସୁନାଖଳା ନିକଟ କାଉଁରିଆ ପାଟଣାର ୧୧୪ ନମ୍ବର ବୁଥରେ ପଶି ଭଙ୍ଗାରୁଜା କରିଛନ୍ତି ପ୍ରଶାନ୍ତ।

ଭୋଟିଂ ପାଇଁ ଲୋକ ଲାଇନରେ ଥିବା ବେଳେ ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ହଠାତ ବୁଥ୍‌ ଭିତରେ ପଶି ଭୋଟରଙ୍କୁ ଖରାପ ବ୍ୟବହାର କରିବା ସହ କାର୍ଯ୍ୟରତ ପୋଲିଂ ଅଫିସରଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଏତିକିରେ ଅଟକି ନଥିଲେ ପ୍ରଶାନ୍ତ ଜଗଦ୍ଦେବ ବୁଥ୍‌ ଭିତରେ ଥିବା EVM ହୋଡିଂକୁ ଭାଙ୍ଗିଥିଲେ। ଯାହା ପରେ ସେଠାରେ ଚାପା ଉତ୍ତେଜନା ଦେଖିବାକୁ ମିଳିଥିଲା। ଏହି ଘଟଣା ଘଟାଇବା ପରେ ଅପରାଜିତାଙ୍କ ଗାଡ଼ିରେ ବସି ଫେରାର ହୋଇଯାଇଥିଲେ ପ୍ରଶାନ୍ତ ଜଗଦ୍ଦେବ।ଅଧା ବାଟରେ ପୋଲିସ ମାଡ଼ି ବସିଥିଲା। ଏବେ ବୋଲଗଡ଼ ଥାନାରେ ଅଟକ ରଖାଯାଇଥିବା ଜଣାପଡିଛି ।

Advertisement

Leave a Reply

Your email address will not be published. Required fields are marked *