Pratidin TV

Odisha's Digital News Platform

୯ରେ ଆସୁଛି ଭୟଙ୍କରବାତ୍ୟା !

ଭୁବନେଶ୍ୱର : ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବାର ଆକଳନ କରିଛି ପାଣିପାଗ ବିଭାଗ ।, ତାହା କେଉଁ ଆଡ଼କୁ ଗତି କରିବ, ତାହା ବର୍ତ୍ତାମନା ସୁଦ୍ଧା ସ୍ପଷ୍ଟ କରାଯାଇ ନାହିଁ। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି ଯେ ବିଭିନ୍ନ ମଡେଲ୍ରୁ ଜଣାପଡ଼ୁଛି ଯେ ଆସନ୍ତା ୬ ତାରିଖରେ ଦକ୍ଷିଣ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହା ୭ତାରିଖ ରାତି ଓ ୮ତାରିଖ ସକାଳ ସୁଦ୍ଧା ଲଘୁଚାପ, ୯ ତାରିଖରେ ବାତ୍ୟାରେ ପରିଣତ ହୋଇ ପାରେ।

ଠିକସେ ହି ସମୟରେ, ଘୂର୍ଣ୍ଣବଳୟର ଦକ୍ଷିଣରେ ବିଷୁବ ରେଖା ତଳେ (ଦକ୍ଷିଣରେ) ଆଉ ଏକ ସିଷ୍ଟମ ସୃଷ୍ଟି ହେତୁ ପ୍ରାରମ୍ଭିକ ତିନିଦିନ ଅର୍ଥାତ୍୯ ତାରିଖ ପର୍ଯ୍ୟନ୍ତ ସିଷ୍ଟମ ଶକ୍ତିଶାଳୀ ହେବାରେ ବିଳମ୍ବ ହୋଇପାରେ। ସମ୍ଭାବ୍ୟ ବାତ୍ୟା ସୃଷ୍ଟିହେବା ପରେ ଏହାର ଗତିପଥ ଓ ତୀବ୍ରତା ବିଷୟରେ ଅଧିକ କହିହେବ ।ଏଣୁ ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟବାସୀ ଭୟଭୀତ ହେବାର କୌଣସି କାରଣ ନାହିଁ। ମୌସୁମୀ ପୂର୍ବ ସମୟରେ ବାତ୍ୟାର ଠିକ୍ଆକଳନ ଏତେ ପୂର୍ବରୁ କରିବା ସମ୍ଭବ ନୁହେଁ ବୋଲି ଡ. ପଶୁପାଳକ କହିଛନ୍ତି।

Leave a Reply

Your email address will not be published. Required fields are marked *