Pratidin TV

Odisha's Digital News Platform

ଗିରଫ୍ ହେଲେ ଜୟନ୍ତୀ ମ୍ୟାଡାମ୍ , ଜବତ୍ ହେଲା ୫ କୋଟିରୁ ଉର୍ଦ୍ଧ ମୂଲ୍ୟର ସମ୍ପତ୍ତି …

1 min read

ଭୁବନେଶ୍ୱର : ଗିରଫ୍ ହେଲେ ଡିଏସଡବ୍ଲ୍ୟୁଓ ମ୍ୟାଡାମ୍ ଜୟନ୍ତୀ ବେହେରା । ଗତକାଲି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ୍ କଲା ଭିଜିଲାନ୍ସ । ସୂଚନା ଅନୁଯାୟୀ ଜୟନ୍ତୀଙ୍କ ଭଡା ଘର,ଫ୍ଲାଟ୍ ,ଭୁବନେଶ୍ୱର କାର୍ଯ୍ୟାଳୟ,ବାଲେଶ୍ୱର ଘର. ସୁନହାଟରେ ଥିବା ଝିଅଘର ଏବଂ ଚିଡିଆପୋଲ ନିକଟରେ ଥିବା ଛତୁଆ ପ୍ରସ୍ତୁତକାରୀ ଠିକାଦାର ଶଙ୍କର ଚଣ୍ଡଙ୍କ ଘରେ ଏହି ଚଢାଉ କରାଯାଇଥିଲା । ଗତକାଲି ମୋଟ ୧୧ ଟି ସ୍ଥାନରେ ଚଢାଉକରିଥିଲା ଭିଜିଲାନ୍ସ । ତେବେ ଚଢାଉ ପରେ ଜୟନ୍ତୀଙ୍କ ସ୍ଥାବର ଅସ୍ଥାବର ସମ୍ପତ୍ତି ଦେଖି ଭିଜିଲାନ୍ସର ଅକଲ ଗୁଡୁମ୍ ହୋଇଯାଇଥିଲା । ୫ କୋଟିରୁ ଉର୍ଦ୍ଦ ମୂଲ୍ୟର ସମ୍ପତ୍ତି ଓ କ୍ୟାସ୍ ଜବତ୍ କରିଥିଲା ପୋଲିସ ।

ଚଢଉ ସମୟରେ ଜୟନ୍ତୀଙ୍କ ଘରୁ ୨.୭୯ ଲକ୍ଷ ଟଙ୍କା ,୧.୬୧ କୋଟିର ବ୍ୟାଙ୍କ,ପୋଷ୍ଟାଲ ଜମା ଓ ବୀମା ପଲିସି , ଗୋଟିଏ କାର୍ ,୨ଟି ବାଇକ୍ ,୨ କେଜିରୁ ଅଧିକ ରୂପା , ସାଢେ ୬ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ଅନେକ ଗୁରୁତ୍ୱପୁର୍ଣ୍ଣ କାଗଜପତ୍ର ମଧ୍ୟ ଜବତ କରିଛି ଭିଜିଲାନ୍ସ । ତାଛଡା ଜୟନ୍ତୀଙ୍କର ବାଲେଶ୍ୱରର ପିରିଙ୍ଗିପାଟଣାରେ ୩ ମହଲା କୋଠା , ଗଣେଶ୍ୱରପୁରର ବିର୍ଦ୍ଧେଶ୍ୱର କଲୋନି ସ୍ଥିତ ୩ ମହଲା କୋଠା , ଉକ୍ତ ଘର ୨ଟି ଯଥାକ୍ରମେ ୪୦୦୦ ଓ ସାଢେ ୫୫୦୦ ବର୍ଗଫୁଟର ।

Advertisement

ସେହିଭଳି ବାଲେଶ୍ୱରରେ ନିର୍ମାଣଧୀନ ୨ମହଲା କୋଠା ,ଭୁବନେଶ୍ୱର ଗୌତମ ନଗର ଉତ୍କଳ ରୟାଲ ରେସିଡେନ୍ସିରେ ଗୋଟିଏ ୩ ବିଏଚ୍‌କେ ଫ୍ଲାଟ୍ ,ପୁରୁଣା ଭୁବନେଶ୍ୱର ଷ୍ଟଲୱାଟ ପାଲେସରେ ୩ ବିଏଚକେ ଫ୍ଲାଟ୍ ଏବଂ ବାଲେଶ୍ୱରରେ ପ୍ରମୁଖ ଅଞ୍ଚଳରେ ୮ ଗୋଟି ଫ୍ଲାଟ୍ ରହିଛି ଜୟନ୍ତୀଙ୍କ ନାଁରେ ।

Leave a Reply

Your email address will not be published. Required fields are marked *