Pratidin TV

Odisha's Digital News Platform

ପତ୍ନୀଙ୍କୁ ନେଇ ଚିନ୍ତାରେ ନାଗାଚୈତନ , ଏହି ଭୟଙ୍କର ରୋଗରେ ପୀଡିତା ସାମନ୍ଥା..

1 min read

ନୂଆଦିଲ୍ଲୀ : ସାଉଥ୍ କୁଇନ ସହ ଏବେ ଆକ୍ସନ କୁଇନ ଭାବେ ବେଶ୍ ଚର୍ଚ୍ଚାରେ ଅଛନ୍ତି ସାମନ୍ଥା ରୁଥ୍ ପ୍ରଭୁ । ନିକଟରେ ତାଙ୍କ ଆକ୍ସନ,ଥ୍ରିଲର ଫିଲ୍ମ ୟଶୋଦା ରିଲିଜ୍ ହେବାକୁ ଯାଉଛି । ଏନେଇ ତାଙ୍କ ପ୍ରଶଂସକମାନେ ବେଶ୍ ଉତ୍ସାହିତ ଥିବା ବେଳେ , ଏକ ଦୁଃଖଦ ଖବର ଖେଳିଯାଇଛି ପୁରା ଫିଲ୍ମ ଇଣ୍ଡଷ୍ଟ୍ରିରେ । ଶୁଣିବାକୁ ମିଳୁଛି ଯେ ବର୍ତ୍ତମାନ ସାମନ୍ଥା ଏକ ଭୟଙ୍କର ରୋଗ ମାୟୋସିଟିସର ସମ୍ମୁଖୀନ ହେଉଛନ୍ତି। ଯାହାର ଲକ୍ଷଣ ହେଲା ଶୀଘ୍ର ଥକିଯିବା ,ଦୁର୍ବଳ ଲାଗିବା , ବାରମ୍ବାର ମୁଣ୍ଡ ବୁଲାଇ ପଡିବା , ବାରମ୍ବାର ଥକା ଲାଗିବା , ଚାଲିବାକୁ ଇଛା ନହେବ ଇତ୍ୟାଦି । ତେବେ ଏ ରୋଗ ସାମନ୍ଥାଙ୍କୁ କିଚି ମାସ ପୁର୍ବରୁ ଜଣାପଡିଥିଲା । ଏହାର ଚିକିତ୍ସା ପାଇଂ ମଧ୍ୟ ସାମ୍‌ନ୍ଥା ଆବ୍ରୋଡ ଯିବା କଥା ମଝିରେ ଚର୍ଚ୍ଚାର ବିଷୟ ପାଲଟିଯାଇଥିଲା । ସେଠାରେ ସାମନ୍ଥାଙ୍କୁ ଜନଗହଳି ଜାଗାରୁ ଦୂରେଇରହିବାକୁ ମଧ୍ୟ ପରାମର୍ଶ ଦେଇଥିଲେ ଡାକ୍ତର ।

ସାମନ୍ଥାଙ୍କ ସ୍ଵାସ୍ଥ୍ୟ ବିଷୟରେ ଜାଣି ସମସ୍ତେ ଚକିତ ହେବା ସହ ତାଙ୍କ ଦୃଢ ରହିବାକୁ କହିଛନ୍ତି। ଛାଡପତ୍ର ପରେ ମଧ୍ୟ ସାମନ୍ଥାଙ୍କ ପୂର୍ବତନ ସ୍ଵାମୀ ନାଗା ଏବଂ ତାଙ୍କ ପରିବାର ଏହି କଷ୍ଟ ସମୟରେ ଅଭିନେତ୍ରୀଙ୍କ ସହ ଠିଆ ହୋଇଥିବା ନେଇ ଜଣାପଡିଛି।
ସୂଚନା ଅନୂଯାୟୀ ତାଙ୍କ ପୂର୍ବତନ ସ୍ଵାମୀ ନାଗା ଚୈତନ୍ୟ ଏବଂ ତାଙ୍କ ପିତା ନାଗାର୍ଜୁନ ସାମନ୍ତଙ୍କୁ ଭେଟିବାକୁ ଯୋଜନା କରୁଛନ୍ତି । କିନ୍ତୁ ନାଗା ଚୈତନ୍ୟ ସେମାନଙ୍କ ସହ ରହିବେ ନା ନାହିଁ ତାହା କହିବା କଷ୍ଟକର। ରିପୋର୍ଟରେ କୁହାଯାଇଛି ଯେ ସାମନ୍ଥା ରୋଗ ବିଷୟରେ ଜାଣିବା ମାତ୍ରେ ନାଗା ଚୈତନ୍ୟ ଚିନ୍ତିତ ଥିଲେ।

Advertisement

ଏଥି ସହିତ ଶଶୁର ନାଗାର୍ଜୁନ ମଧ୍ୟ ତାଙ୍କ ପୂର୍ବ ବୋହୂଙ୍କୁ ଭେଟିବାକୁ ଚେଷ୍ଟା କରୁଛନ୍ତି। ଖୁବ୍ ଶୀଘ୍ର ତାଙ୍କ ପୂର୍ବତନ ବହୁଙ୍କୁ ଭେଟିବା ପାଇଁ ଏକ ମିଟିଙ୍ଗ୍ ଫିକ୍ସ କରିବେ।ତେବେ ଜଣାପଡୁଛି ଯେ ଏହି ପରିବାର ପୁଣି ଥରେ ନିକଟବର୍ତ୍ତି ହେବାକୁ ଯାଉଛି । ଏହି କବର ପାଇବା ପରେ ସାମନ୍ଥା-ନାଗାଙ୍କ ପ୍ରସଂସକମାନଙ୍କ ଖୁସିର ସୀମା କହିଲେ ନସରେ । କେହି କେହିତ ଦୁହିଁଙ୍କ ଫଟୋପୋଷ୍ଟ କରି #we want back this couple ର ଟ୍ରେଣ୍ଡ ଲଗାଇଛନ୍ତି ।

Leave a Reply

Your email address will not be published. Required fields are marked *