ଘରେ ପହଞ୍ଚି ଭିନେଶଙ୍କୁ ଗଙ୍ଗାଜଳ ପିଆଇଲେ ପୂର୍ବତନ ଖେଳାଳି …
1 min readପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ଭିନେଶ ଫୋଗାଟ୍ ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ମହିଳା କୁସ୍ତିର ୫୦କିଲୋଗ୍ରାମ ବର୍ଗରେ ଫାଇନାଲରେ ପ୍ରବେଶ କରିଥିଲେ ଏବଂ ସ୍ୱର୍ଣ୍ଣ ପଦକ ଜିତିବା ପାଇଁ ଏକ ପ୍ରତିଯୋଗୀ ଭାବରେ ବିବେଚିତ ହୋଇଥିଲେ । ତାଙ୍କ ସହ ପୁରା ଦେଶ ତାଙ୍କ ବିଜୟ କୁ ଅପେକ୍ଷା କରିଥିଲା । ହେଲେ ଫାଇନାଲ ପୂର୍ବରୁ ଏକ ଘଟଣା ଭାଙ୍ଗିଦେଇଥିଲା ସମସ୍ତଙ୍କ ହୃଦୟ । ନିୟମ ଅନୁଯାୟୀ, ଓଜନ ସମୟରେ ତାଙ୍କ ଓଜନ ୧୦୦ ଗ୍ରାମ ଅଧିକ ଥିବାରୁ ତାଙ୍କୁ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ଅଯୋଗ୍ୟ ଘୋଷଣା କରିଥିଲେ। ଏହି ନିଷ୍ପତ୍ତି ପରେ ଭିନେଶଙ୍କ ସହ ଭାଙ୍ଗି ଯାଇଥିଲା ୧୪0 କୋଟି ଭାରତୀୟ ଙ୍କ ହୃଦୟ।
ନିଶ୍ଚିତ ପଦକରୁ ବଞ୍ଚିତ ହୋଇଥିଲେ ଭିନେଶ । । ଏହାପରେ ଭିନେଶ କ୍ରୀଡ଼ା ପାଇଁ ଆର୍ବିଟ୍ରେଶନ କୋର୍ଟରେ ଦ୍ବାରସ୍ଥ ହୋଇଥିଲେ କିନ୍ତୁ ଏଥିରୁ ତାଙ୍କୁ କିଛି ସୁଫଳ ମିଳି ନଥିଲା।ଶେଷରେ ଭିନେଶ ଭାରତ ଫେରି ଆସିଥିଲେ । ପ୍ୟାରିସ ଅଲିମ୍ପିକ୍ସରୁ ନିରାଶ ହୋଇ ଭାରତ ଫେରିବା ପରେ ତାଙ୍କୁ ମିଳୁଥିବା ସମର୍ଥନ ଦେଖି ସେ ଭାବବିହ୍ବୋଳ ହୋଇପଡ଼ିଛନ୍ତି। ଗତକାଲି କବାଡ଼ି ଓ ହଳିର ପୂର୍ବତନ ଖେଳାଳିମାନଙ୍କର ଏକ ଦଳ ଭିନେଶଙ୍କ ଘରେ ପହଞ୍ଚିଥିଲା। ସେମାନେ ସେଠାରେ ଭିନେଶଙ୍କୁ ଗଙ୍ଗାଜଳ ପିଆଇ ନିଜନିଜର ସମର୍ଥନ ଜଣାଇଥିଲେ। ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି, ଭିନେଶଙ୍କ ଘରେ ପହଞ୍ଚିଥିବା ଖେଳାଳିମାନେ ପାଦରେ ଚାଲିଚାଲି ହରିଦ୍ବାର ଯାଇ ଏହି ଗଙ୍ଗା ଜଳ ସଂଗ୍ରହ କରିଥିଲେ। ଭିନେଶ ତାଙ୍କ ଗ୍ରାମରେ ପହଞ୍ଚିବା ପରେ ପୂର୍ବତନ ଖେଳାଳିମାନେ ଉକ୍ତ ଗଙ୍ଗାଜଳ ସହ ପହଞ୍ଚି ସମର୍ଥନ ଜଣାଇଥିଲେ।