Pratidin TV

Odisha's Digital News Platform

ପୂର୍ବତନ ମେୟରଙ୍କ ଗାଡି ଉପରକୁ ହେଲା ବୋମାମାଡ଼, ଶିବଶଙ୍କରଙ୍କ ବଞ୍ଚିଗଲା ଜୀବନ

1 min read

ବ୍ରହ୍ମପୁର : ପୂର୍ବତନ ମେୟରଙ୍କ ଉପରକୁ ହେଲା ବୋମାମାଡ । ଗୋଷାଣି ନୂଆଗାଁ ଇଙ୍ଗ ସାହି ମଠ ମନ୍ଦିର ନିକଟରେ ହୋଇଛି ଏହି ବୋମାମାଡ । ବ୍ରହ୍ମପୁରରୁ ପୂର୍ବତନ ମେୟର ଥିଲେ ଶିବଶଙ୍କର ଦାଶ । ସେ କାରରେ ଥିବା ବେଳେ ତାଙ୍କ କାର ଉପରକୁ ହୋଇଥିଲା ବୋମାମାଡ । ତେବେ ଏତିରେ କାରର କାଚ ଭାଙ୍ଗି ଯାଇଥିବା ବେଳେ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ । ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ କେହି ଦୁବୃତ୍ତ ଶିବଶଙ୍କର ଦାସଙ୍କ ଗାଡି ଉପରକୁ ବୋମାମାଡ କରିଥିଲେ । କାହାର କିଛି କ୍ଷୟକ୍ଷତି ହୋଇ ନଥିବା ସୂଚନା ମିଳିଛି । ଗାଡିର ଆଗ ଭାଗ ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି । ହଠାତ ବୋମାମାଡ କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ଦୁର୍ବୃତ୍ତ । ତେବେ କେଉଁ କାରଣରୁ ଏହା ଘଟିଲା ତା ବର୍ତ୍ତମାନ ସୁଧା ଅସ୍ପଷ୍ଟ ରହିଛି ।ଖବର ପାଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

Advertisement

Leave a Reply

Your email address will not be published. Required fields are marked *