Pratidin TV

Odisha's Digital News Platform

ହାତ ଧରିଲେ ବରିଷ୍ଠ ନେତା ଜୟରାମ ପାଙ୍ଗୀ, ଅକ୍ଟୋବରରେ ଛାଡିଥିଲେ ବିଜେପି..

1 min read

ପ୍ରଥମ ଶଙ୍ଖ ପରେ ବିଜେପି ଆଉ ଶେଷର କଂଗ୍ରେସରେ ଯୋଗ ଦେଇଛନ୍ତି କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ । ଆଜି ଭୁବନେଶ୍ୱରରେ କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ହାତରେ ସାମିଲ ହୋଇଛନ୍ତି । ଏହି ଅବସରରେ କଂଗ୍ରେସର ଅନ୍ୟତମ ବରିଷ୍ଠ ନେତା ବିଜୟ ପଟ୍ଟନାୟକ, ନିରଞ୍ଜନ ପଟ୍ଟନାୟକ ଓ ପ୍ରସାଦ ହରିଚନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ । କଂଗ୍ରେସକୁ ଶକ୍ତିଶାଳୀ କରିବାକୁ ଓ ବିଜେଡି ସରକାରକୁ କ୍ଷମତାଚ୍ୟୁତ କରିବାକୁ ଜୟରାମ ଏହି ଦଳରେ ଯୋଗ ଦେଇଛନ୍ତି । ତେବେ ପୂର୍ବରୁ ଜୟରାମ ପାଙ୍ଗୀ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଦଳ ଭାରତ ରାଷ୍ଟ୍ର ସମିତିରେ ଥିଲେ । ତା’ ପୂର୍ବରୁ ସେ ବିଜେପି, ବିଜେଡି ଓ ଜନତା ଦଳରେ ସାମିଲ ହୋଇଥିଲେ । ସେ ୪ ଥର ବିଧାନସଭାକୁ ଓ ଥରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । କୋରାପୁଟରୁ ବିଜେଡି ଟିକେଟରେ ସେ ସାଂସଦ ନିର୍ବଚିତ ହୋଇଥିଲୋ ପରେ ୨୦୧୯ରେ ବିଜେପିରେ ସାମିଲ ହୋଇ ଲୋକସଭା ନିର୍ବାଚନ ଲଢ଼ିଥିଲେ ।


ସୂଚନାମୁତାବକ,୧୯୭୭ ମସିହାରେ ଜନତା ପାର୍ଟି ଟିକେଟ୍‌ରେ ଜୟରାମ ପାଙ୍ଗୀ ପ୍ରଥମେ ପଟ୍ଟାଙ୍ଗୀରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୧୯୯୦ରେ ସେହି ଆସନରୁ ସେ ଦ୍ୱିତୀୟ ଥର ଜନତା ପାର୍ଟି ଟିକେଟ୍‌ରେ ବିଧାନସଭାକୁ ଯାଇଥିଲେ । ୨୦୦୦ ଓ ୨୦୦୪ରେ ସେ ବିଜେଡି ଟିକେଟରେ ପଟ୍ଟାଙ୍ଗୀ ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୯ ସାଧାରଣ ନିର୍ବାଚନରେ ଜୟରାମ ପାଙ୍ଗୀଙ୍କୁ ବିଜେଡି କୋରାପୁଟ ଲୋକସଭା ଆସନରୁ ପ୍ରାର୍ଥୀ କରିଥିଲା । ସେ ଏହି ନିର୍ବାଚନରେ ବିଜୟୀ ହୋଇଥିଲେ । ୨୦୧୭ରେ ସେ ବିଜେଡି ଛାଡ଼ି ଦେଇଥିଲେ । ପରେ ସେ ବିଜେପିରେ ମିଶିଥିଲେ । ୨୦୧୯ ସାଧାରଣ ନିର୍ବାଚନରେ ସେ ବିଜେପି ଟିକେଟ୍‌ରେ କୋରାପୁଟ ଲୋକସଭା ଆସନରୁ ପ୍ରାର୍ଥୀ ହୋଇ ପରାସ୍ତ ହୋଇଥିଲେ । ତେବେ ସେ ଅକ୍ଟୋବରରେ ବିଜେପି ଛାଡିଥିଲେ । ଠିକ ମାସକ ପରେ ସେ ଆଜି ଶେଷରେ କଂଗ୍ରେସରେ ଯୋଗ ଦେଇଛନ୍ତି ।

Advertisement

Leave a Reply

Your email address will not be published. Required fields are marked *