Pratidin TV

Odisha's Digital News Platform

ଇମ୍ରାନ ଖାନ୍ ଓ ବୁଶ୍ରା ବିବିଙ୍କୁ ଆଉ ସାତ ବର୍ଷ ଜେଲ୍ , ଦଣ୍ଡାଦେଶ ଶୁଣାଇଲେ କୋର୍ଟ …

1 min read

ଜେଲ୍ ର ଚାରିକାନ୍ଥ ଭିତରୁ ଆଉ ବାହାରି ପାରିବେନି ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ । ବିବାଦ ଭିତରେ ଛନ୍ଦି ହୋଇ ରହିଥିବା ପିଟିଆଇ ସଂସ୍ଥାପକ ଏବଂ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ପୁଣି ଝଟ୍‌କା ଲାଗିଛି । ସପ୍ତାହ ଭିତରେ ତୃତୀୟ ଥର ପାଇଁ ତାଙ୍କ ବିରୋଧରେ କୋର୍ଟ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ପୂର୍ବରୁ ଜେଲରେ ବନ୍ଦ ଥିବା ୭୧ ବର୍ଷୀୟ ଇମ୍ରାନ ଖାନ୍‌ଙ୍କୁ ଗୁପ୍ତ ତଥ୍ୟ ଲିକ୍ କରିବା ମାମଲାରେ ୧୦ ବର୍ଷ ଜେଲ ଦଣ୍ଡ ରେ ଦଣ୍ଡିତ କରାଯାଇଥିଲା । ଏହାପରେ ତୋଶଖାନା ମାମଲାରେ ତାଙ୍କୁ ୧୪ ବର୍ଷ ପାଇଁ ଜେଲ୍ ଦଣ୍ଡରେ ଦଣ୍ଡିତ କରିଥିଲେ କୋର୍ଟ । ପୁଣି ଏବେ ସାତ ବର୍ଷ ଜଲ୍ ଦଣ୍ଡରେ ଦଣ୍ଡିତ ହେଲେ ଇମ୍ରାନ ଖାନ୍ । ତାଙ୍କ ସହିତ ତାଙ୍କ ପତ୍ନୀ ବୁଶ୍ରା ବିବିଙ୍କୁ ମଧ୍ୟ ସାତ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରାଯାଇଛି ।

କୋର୍ଟ ଉଭୟଙ୍କ ବିବାହକୁ ବେଆଇନ ଘୋଷଣା କରିବା ସହ ୭ ବର୍ଷ ଜଲେ୍ ଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ୫ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ଦେବାକୁ କୁହାଯାଇଛି । ବୁଶରାଙ୍କ ପ୍ରଥମ ସ୍ୱାମୀ ଖାୱାର ମନେକା ଦୁଇଟି ବିବାହ ମଧ୍ୟରେ ବାଧ୍ୟତାମୂଳକ ବିରତି ବା ଇଦ୍ଦାତ ପାଳନ କରିବାର ଇସଲାମିକ ପ୍ରଥାକୁ ଉଲ୍ଲଂଘନ କରିଥିବା ଅଭିଯୋଗ କରି ଏକ ମାମଲା ଦାୟର କରିଥିଲେ । ବିବାହ ପୂର୍ବରୁ ବି ଇମ୍ରାନଙ୍କ ସହ ସମ୍ପର୍କ ଥିବା ଅଭିଯୋଗ ଆଣିଥିଲେ ତାଙ୍କ ପୂର୍ବତନ ସ୍ୱାମୀ ।

Advertisement

ଜେଲରେ ଦୀର୍ଘ ୧୪ ଘଣ୍ଟାର ଶୁଣାଣି ପରେ ଅଦାଲତ ଶୁଣାଣି ଶେଷ କରି ଏହି ରାୟ ଶଣାଇଥିଲେ । ଇସଲାମର ଶରିୟତ ଅନୁଯାୟୀ, ଯେ କୌଣସି ମୁସଲିମ ମହିଳା ନିଜ ସ୍ୱାମୀଙ୍କ ମୃତ୍ୟୁ କିମ୍ବା ଛାଡପତ୍ର ପରେ ସଙ୍ଗେ ସଙ୍ଗେ ଦ୍ୱିତୀୟ ବିବାହ କରିପାରିବେ ନାହିଁ । ସେମାନଙ୍କୁ କିଛି ସମୟ ଅପେକ୍ଷା କରିବାକୁ ପଡିବ । ଏହି ଅପେକ୍ଷାର ସମୟକୁ ଇଦ୍ଦତ କୁହାଯାଏ । ଇଦ୍ଦତର ସମୟ ଅବଧି ହେଉଛି ୪ ମାସ ୧୦ ଦିନ ।

Leave a Reply

Your email address will not be published. Required fields are marked *