Pratidin TV

Odisha's Digital News Platform

ସତ ମାନିଲା ପରୀକ୍ଷାର୍ଥୀ, ପରୀକ୍ଷାର ଗୋଟେ ଦିନ ପୂର୍ବରୁ ହୋଇଥିଲା ପ୍ରଶ୍ନପତ୍ର ଲିକ

1 min read

ସାମ୍ନାକୁ ଆସିଲା ସତ | ନିଟ୍-ୟୁଜି ୨୦୨୪ ପରୀକ୍ଷା ମାମଲାର ହେଲା ବଡ ଖୁଲାସା | ସତ ମାନିଲା ପରୀକ୍ଷାର୍ଥୀ | ପରୀକ୍ଷା ପୂର୍ବରୁ ହୋଇଥିଲା ପେପର ଲିକ | ଏନେଇ ଏହି ମାମଲାରେ ଗିରଫ ହୋଇଥିବା ନିଟ୍‌ ପରୀକ୍ଷାର୍ଥୀ ଅନୁରାଗ ଯାଦବ ସ୍ୱୀକାର କରିଛନ୍ତି।

ସୂଚନା ଅନୁଯାୟୀ, ମାମଲାରେ ଗିରଫ ହୋଇଥିବା ନିଟ୍‌ ପରୀକ୍ଷାର୍ଥୀ ଅନୁରାଗ ଯାଦବ କହିଛି କି, ପରୀକ୍ଷା ହେବ ପୂର୍ବ ଦିନ ଆସିଥିଲା ପ୍ରଶ୍ନପତ୍ର | ଯେଉଁ ପ୍ରଶ୍ନ ଲିକ୍‌ ହୋଇଥିଲା ତାହା ପରୀକ୍ଷାରେ ଆସିଥିଲା ଏବଂ ପରୀକ୍ଷାରେ ୧୦୦ ପ୍ରତିଶତ ସମାନ ପ୍ରଶ୍ନ ପଚରା ଯାଇଥିଲା।

ଅନୁରାଗ କହିବାନୁସାରେ, ତାଙ୍କ ପିଉସା ଏହି ସେଟିଂ କରିଥିଲେ | ତାଙ୍କୁ କୋଟାରୁ ପାଟନା ଡାକି ପ୍ରଶ୍ନ ଉତ୍ତର ରାତିରେ ଘୋଷ କରାଯାଇଥିଲା | ଏହାପରେ ପରୀକ୍ଷା ପରେ ପୋଲିସ ତାଙ୍କୁ ଗ୍ରାଫ କରିଥିଲା | ଏହି ପ୍ରଶ୍ନପତ୍ର ଗୋଟିଏ ଦିନ ପୂର୍ବରୁ ତାଙ୍କ ପାଖକୁ ଆସିଥିଲା ବୋଲି ସେ ଖୁଲାସା କରିଛନ୍ତି।

ୟାଦବ ଏପରି ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ନେଇ ଏକ ସ୍ୱୀକାରୋକ୍ତି ପତ୍ର ଦେଇଛନ୍ତି। ଯେଉଁଥିରେ ତାଙ୍କର ହସ୍ତାକ୍ଷର ବି ରହିଛି। ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସେ ଏହି ସ୍ୱୀକାରୋକ୍ତିରେ କହିଛନ୍ତି, ତାଙ୍କ ସମ୍ପର୍କୀୟ ସିକନ୍ଦର ପ୍ରସାଦ ୟାଦବେନ୍ଦୁ ଏହି ଲିକ୍‌ ପେପର୍‌ର ସବୁ ବ୍ୟବସ୍ଥା କରିଥିଲେ।

Leave a Reply

Your email address will not be published. Required fields are marked *