Pratidin TV

Odisha's Digital News Platform

ପିଲାଙ୍କ ଭବିଷ୍ୟତ ସହ ଖେଳ , ପରୀକ୍ଷା ୧୦ ଟାରେ ସାର୍ ଆସୁଛନ୍ତି ୧୧ଟାରେ ।

ପୁରୀ : ପିଲାଙ୍କ ଭବିଷ୍ୟତ ସହ ଖେଳ ଖେଳୁଛନ୍ତି ଶିକ୍ଷକ । ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ୍ ଅନ୍ତର୍ଗତ ମହୁରା ପଞ୍ଚାୟତ ଦୁବାଇ ପୁର ପ୍ରାଥମିକ ବିଦ୍ୟାଳୟ ରେ ଦେଖାଦେଇଛି ଏଭଳି ଘଟଣା । ଅନେକ ସମୟ ନିଜେ ସ୍କୁଲ ର ପ୍ରଧାନ ଶିକ୍ଷକ ବିଳମ୍ବରେ ଆସି ସ୍କୁଲ ଗେଟ୍ ଖୋଲନ୍ତି ।

ସକାଳ ୧୦ ଟାରୁ ୪ ଟା ଯାଏ ସ୍କୁଲ ଖୋଲା ରହିବାର ନିୟମ ଥିବା ବେଳେ । ସାର୍ ୧୦.୩୦ କୌଦିନ ୧୧ ଟାରେ ଆସନ୍ତି । ଏମିତି ଅନେକ ଥର ଘଟିବା ପରେ ସ୍ଥାନୀୟ ଲୋକେ ପ୍ରଧାନ ଶିକ୍ଷକଙ୍କୁ ନାଁରେ ବିଓଙ୍କ ଆଗରେ ଅଭିଯୋଗ କରିଥିଲେ । ଏହା ସହ ଲିଖିତ ଦରଖାସ୍ତ ମଧ୍ୟ ଦେଇଥିଲେ । କିନ୍ତୁ କୌଣସି ସୁଫଳ ମିଳିପାରିନାହିଁ ।

ଅନ୍ୟପଟେ ସାର୍ ପରୀକ୍ଷା ଦିନ ମଧ୍ୟ ୧୧ ଟାରେ ଆସି ପହଞ୍ଚିଛନ୍ତି । ପିଲାଙ୍କ ପରୀକ୍ଷା ୧୦ଟାରେ ଥିବା ବେଳେ ସାର୍ ବୁଧବାର ୧୧ଟା ସମୟରେ ଆସି ସ୍କୁଲ ଗେଟ୍ ଖୋଲିଥିଲେ । ଏନେଇ ଅଭିଭାବକମାନେ ଶିକ୍ଷକଙ୍କ ବଦଳୀ ନେଇ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *