ବୁଷ୍ଟର ଡୋଜ୍ ପରେ ନେଇପାରିବେନି ନାଜାଲ୍ ଭ୍ୟାକ୍ସନି , ଜାଣନ୍ତୁ କାହିଁକି ..
1 min readନୂଆଦିଲ୍ଲୀ : ଡିସେମ୍ବର ୨୭ ଅର୍ଥାତ୍ ଗତକାଲି ଭାରତରେ ବାୟୋଟେକ୍ ନାଜାଲ୍ ଭ୍ୟାକସିନକୁ ମଞ୍ଜୁର ସହ ଏହାର ମୂଲ୍ୟ ପ୍ରକାଶ କରାଯାଇଛି । ଅନ୍ୟ ଦେଶରେ ବଢୁଥିବା କରୋନାର ବେଗକୁ ଲକ୍ଷ୍ୟ କରି ଭାରତ ସରକାର ଆଗୁଆ ସଚେତନ ହେବାକୁ ବୁଦ୍ଧିମତା ମନେକରିଛି । ତେବେ ଭାରତରେ ବର୍ତ୍ତମାନ ଲୋକେ ବୁଷ୍ଟର ଡୋଜ୍ ଭାବେ ନାଜାଲ୍ ଟିକା ନେଇପାରିବେ । କିନ୍ତୁ ଯେଉଁମାନେ ପୂର୍ବରୁ କରୋନା ପାଇଁ ତୃତୀୟ ବୁଷ୍ଟର ଡୋଜ୍ ନେଇସାରିଥିବେ ସେମାନେ ଏହି ନାଜାଲ ଟିକା କୁ ବ୍ୟବହାର କରିପାରିବେ ନାହିଁ । ଏନେଇ ଏକ କାରଣ ଦର୍ଶାଇଛନ୍ତି ଦେଶର କୋଭିଡ୍ ଟାକ୍ସଫୋର୍ସର ମୁଖ୍ୟ ଡାକ୍ତର ଏନକେ ଅରୋରା ।
ନାଜାଲ ଟିକାକୁ କରୋନା ବିରୋଧରେ ପ୍ରଥମ ବୁଷ୍ଟର ଭାବେ ବ୍ୟବହାର କରିବାକୁ ଅନୁମତି ମିଳିଛି। ଉଦାହରଣ ସ୍ୱରୂପ, ଯଦି ଜଣେ ବ୍ୟକ୍ତି ବୁଷ୍ଟର ଡୋଜ୍ ନେଇ ସାରିଛନ୍ତି, ତା’ହେଲେ ସେ ନାଜାଲ ଟିକା ନେଇ ପାରିବେ ନାହିଁ। ଯେଉଁମାନେ ବୁଷ୍ଟର ଡୋଜ୍ ନେଇ ନାହାନ୍ତି, ସେମାନଙ୍କ ପାଇଁ ନାଜାଲ ଟିକାର ବ୍ୟବସ୍ଥା ହୋଇଛି। ଏହି କାର୍ୟ୍ୟକ୍ରମ ଜରିଆରେ କୋ ୱିନ ଆପ୍ରେ ୪ର୍ଥ ଡୋଜ୍ ପାଇଁ ମଧ୍ୟ ପଞ୍ଜୀକରଣ ପାଇଁ ଅନୁମତି ମିଳିବ ନାହିଁ।”
ସେ ଆହୁରି କହିଛନ୍ତି, “ଥରେ ଭାବନ୍ତୁ ଯେ କରୋନା ବିରୋଧରେ ଆପଣ ୪ର୍ଥ ଡୋଜ୍ ନେବେ। ହେଲେ ଏହି ବାରମ୍ବାର ଟିକାକରଣ ପାଇଁ ଗୋଟିଏ ଶବ୍ଦ ରହିଛି, ତାହା ହେଲା ଆଣ୍ଟିଜେନ ସିଙ୍କ। ଯଦି ଜଣେ ବ୍ୟକ୍ତି ନିୟମିତ ଭାବେ ରୋକ ପ୍ରତିରୋଧକ ଶକ୍ତି ବୃଦ୍ଧି ଆଶାରେ ନିର୍ଦ୍ଦିଷ୍ଟ ପ୍ରକାରର ଆଣ୍ଟିଜେନ ନେବେ, ତା’ହେଲେ ଏହାକୁ କୁପ୍ରଭାବ ଦେଖାଯିବ। ଏହାକୁ ଶରୀର ଗ୍ରହଣ କରିବ ନାହିଁ କିମ୍ବା ଅତ୍ୟନ୍ତ ଦୁର୍ବଳ ଭାବେ ଗ୍ରହଣ କରିବ। ଖାସ ଏହି କାରଣ ପାଇଁ ପ୍ରାଥମିକ ଅବସ୍ଥାରେ ଏମଆରଏନଏ ଟିକାକୁ ୬ ମାସ ବ୍ୟବଧାନରେ ନେବାକୁ କୁହାଯାଇଥିଲା। ପରବର୍ତ୍ତୀ ଅବସ୍ଥାରେ ଏହାକୁ ୩ ମାସକୁ କମାଇ ଦିଆଯାଇଥିଲା। କିନ୍ତୁ ଏହାର ଫାଇଦା ସେତେ ମିଳି ନଥିଲା। ତେଣୁ କରୋନା ବିରୋଧରେ ଟିକାର ୪ର୍ଥ ଡୋଜ୍ ନେବାର କୌଣସି ମୂଲ୍ୟ ନାହିଁ। ବୁଷ୍ଟର ଡୋଜ୍ ପରେ ପୁଣି ଟିକା ନେବାକୁ ପଡ଼ିବ ବୋଲି ଏଯାଏ କୌଣସି ବିଜ୍ଞାନଭିତ୍ତିକ ପ୍ରମାଣ ମିଳିନି।”
୧୮ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ନାଜାଲ୍ ଟିକା ନେଇପାରିବେ । ଏହା ବହୁତ ସରଳ ଯେପରିକି ପ୍ରତ୍ୟେକ ନାକରେ ଚାରୋଟି ଡ୍ରପ୍, ସମୁଦାୟ ୦.୫ ମି.ମି. ପକାଇବାକୁ ପଡ଼ିବ । ଅନ୍ୟ ଟିକା ପରି ଏହି ଟିକା ପାଇଁ ଆମକୁ ୧୫ ରୁ ୩୦ ମିନିଟ୍ ଅପେକ୍ଷା କରିବାକୁ ପଡିବ । ଏହାର ପାର୍ଶ୍ୱପ୍ରତିକ୍ରିୟା ମଧ୍ୟ ନାହିଁ। ନାକରେ କିଛି ସମୟ ପାଇଁ ବ୍ଲକେଜ ଆସିପାରେ। କିନ୍ତୁ ଏହା ଅତ୍ୟନ୍ତ ସୁରକ୍ଷିତ ଟିକା ବୋଲି ପରୀକ୍ଷାରୁ ଜଣାପଡ଼ିଛି।