Pratidin TV

Odisha's Digital News Platform

ମହାକାଶରେ ଘଟିବ ମହାଜାଗତିକ ଦୃଶ୍ୟ , ଏପ୍ରିଲ୍ ୮ରେ ଅଦୃଶ୍ୟ ହୋଇଯିବ ସୂର୍ଯ୍ୟ, ଦିନ ହୋଇଯିବ ରାତି !

1 min read

୨୦୨୪ ମସିହାରେ ମହାକାଶରେ ଘଟିବ ମହାଜାଗତିକ ଦୃଶ୍ୟ । ସାରାବିଶ୍ୱବାସୀ ଏକ ବିରଳ ସ୍ୱର୍ଗୀୟ ଘଟଣାର ମୁକସାକ୍ଷୀ ହେବାକୁ ଯାଉଛନ୍ତି । ଆସନ୍ତା ମାସ ୮ ତାରିଖରେ ହେବାକୁ ଯାଉଛି ସୂର୍ଯ୍ୟଗ୍ରହଣ । ଆଉ ଏହି ସୂର୍ଯ୍ୟଗ୍ରହଣ ଅନ୍ୟ ସୂର୍ଯ୍ୟଗ୍ରହଣ ଠାରୁ ସମ୍ପୂର୍ଣ୍ଣ ସ୍ୱତନ୍ତ୍ର । କାରଣ ଏହା ହେଉଛି ପୂର୍ଣ୍ଣ ସୂର୍ଯ୍ୟଗ୍ରହଣ । କାରଣ ଏହି ସମୟରେ ପରାଗ ସମ୍ପୂର୍ଣ୍ଣ ରୂପେ ସୂର୍ଯ୍ୟଙ୍କୁ ଗ୍ରାସ କରିବ, ଯାହା ଫଳରେ ଦିନରେ ରାତିର ଭ୍ରମ ସୃଷ୍ଟି ହେବ । ଏହା ହେଉଛି ଏକମାତ୍ର ସୂର୍ଯ୍ୟଗ୍ରହଣ ଯେଉଁଠାରେ ଲୋକମାନେ ଖାଲି ଆଖିରେ ସୂର୍ଯ୍ୟପରାଗ ଦେଖି ପାରିବେ ।

ଏହି ଗ୍ରହଣ ଦେଖିବା ପାଇଁ କୌଣସି ସ୍ୱତନ୍ତ୍ର ଚଷମା ବ୍ୟବହାର କରିବାକୁ ପଡିବ ନାହିଁ । ପରାଗ ସମ୍ପୂର୍ଣ୍ଣ ଗ୍ରାସ କରିବା ପରେ ସୂର୍ଯ୍ୟଙ୍କୁ ଖାଲି ଆଖିରେ ଦେଖିହେବ । ବୈଜ୍ଞାନିକଙ୍କ କହିବା ଅନୁସାରେ, ଚଳିତ ବର୍ଷ ଯେଉଁ ପୂର୍ଣ୍ଣ ସୂର୍ଯ୍ୟ ପରାଗ ଦେଖାଯିବ ତାହା ଖୁବ୍ ବିରଳ । କାରଣ ଆମେରିକାରେ ଆଗାମୀ ୨୦ ବର୍ଷ ପର୍ଯ୍ୟନ୍ତ ଏପରି ବିରଳ ଦୃଶ୍ୟ ଦେଖାଯିବ ନାହିଁ । ୨୦୪୪ ମସିହା ପର୍ଯ୍ୟନ୍ତ ଆମେରିକା ଆକାଶରେ ଏପରି ପୂର୍ଣ୍ଣ ସୂର୍ଯ୍ୟ ପରାଗ ଦୃଶ୍ୟମାନ ହେବନି ।

Advertisement

Leave a Reply

Your email address will not be published. Required fields are marked *