Pratidin TV

Odisha's Digital News Platform

ବାରୁଦ କାରଖାନାରେ ଭୟଙ୍କର ବିସ୍ପୋରଣ , ଖଣ୍ଡବିଖଣ୍ଡିତ ହୋଇ ପଡିଛି ମୃତଶରୀର …

1 min read

ଶନିବାର ସକାଳେ ବେମେଟରା ଜିଲ୍ଲାର ଛତିଶଗଡର ସବୁଠାରୁ ବଡ ବିସ୍ଫୋରକ (ଡାଇନାମାଇଟ୍) କାରଖାନାରେ ଏକ ବଡ଼ ବିସ୍ଫୋରଣ ହୋଇଛି । ଯେଉଁଥିରେ ପ୍ରାୟ ୧୦ ରୁ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି । ତେବେ ଆହତଙ୍କ ସଂଖ୍ୟା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ କାରଣ ଆବର୍ଜନାଗୁଡିକ ବର୍ତ୍ତମାନ ସୁଦ୍ଧା ସଫା ହୋଇ ନାହିଁ ଏବଂ ଏହା ଆଶଙ୍କା କରାଯାଉଛି ଯେ ଅନେକ ଅଳିଆ ଗଦାରେ ଫସି ରହିଛନ୍ତି ।

ସୂଚନା ପାଇଁ ଘଟଣାସ୍ଥଳରେ ପ୍ରଶାସନ ଓ ପୋଲିସ ପହଞ୍ଚିଥିଲେ। ଆହତମାନଙ୍କୁ ଚିକିତ୍ସା ପାଇଁ ରାୟପୁରର ବିଆର ଆମ୍ବେଦକର ଡାକ୍ତରଖାନାକୁ ଅଣାଯାଇଥିଲା। ଆମ୍ବେଦକର ହସ୍ପିଟାଲର PRO ଶୁଭ୍ରା ଠାକୁର TOI କୁ କହିଛନ୍ତି ଯେ ବର୍ତ୍ତମାନ ଆହତମାନଙ୍କ ଅବସ୍ଥା ଯାଞ୍ଚ କରାଯାଉଛି।

Advertisement

“ଝଊଜୠ ଟିମ୍ ଘଟଣାସ୍ଥଳରେ ପହଞ୍ଚିବା ଏବଂ ବର୍ଜ୍ୟବସ୍ତୁ ସଫା କରିବାକୁ ଯାଉଛି। ଏହା ଏକ ବିସ୍ଫୋରକ କାରଖାନା ଥିଲା ଯାହା ଭିତରେ ରାସାୟନିକ ପଦାର୍ଥ ରହିଥିଲା । ଏହି ଘଟଣା ଘଟିବା ସମୟରେ ପରିସର ଭିତରେ ଉପସ୍ଥିତ ଥିବା ଲୋକଙ୍କ ସଂଖ୍ୟା ଯାଞ୍ଚ କରିବା ପାଇଁ ଆମେ କାରଖାନା ପରିଚାଳନା ସହ ଆଲୋଚନା କରୁଛୁ ବୋଲି ଶର୍ମା କହିଛନ୍ତି।ଯେଉଁଠାରେ ଶ୍ରମିକମାନେ କାର୍ଯ୍ୟ କରୁଥିଲେ ଏବଂ ବିସ୍ଫୋରଣ ଘଟିଥିଲା ସେହି ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ବୋଲି ସେ କହିଛନ୍ତି।

ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, କାରଖାନା ଭିତରେ ୨୦ ଫୁଟ ଗଭୀରର ଏକ ଗାତ ସୃଷ୍ଟି ହୋଇଯାଇଥିବା ଦେଖିବାକୁ ମିଳିଛି। କେବଳ ସେତିକି ନୁହେଁ ଫ୍ୟାକ୍ଟ୍ରି ଆଖପାଖରେ ଥିବା ଅନେକ ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।ବିସ୍ଫୋରଣ ଯୋଗୁ ମୃତଦେହ ଗୁଡିକ ଖଣ୍ଡବିଖଣ୍ଡିତ ହୋଇ ଚାରିଆଡେ ବିଛାଡି ହୋଇ ପଡିଛି। ଆଉ କିଛି ଗୁରୁତର ମାନେ ହସ୍ପିଟାଲରେ ହିଁ ନିଜ ପ୍ରାଣ ହରାଇଛନ୍ତି । ସେ କହିଛନ୍ତି ଯେ ଆହତ ଲୋକଙ୍କୁ ଚିକିତ୍ସା ଯୋଗାଇବା ପାଇଁ ଡାକ୍ତରୀ ଦଳ ଏବଂ ଆମ୍ବୁଲାନ୍ସ ପହଞ୍ଚିଛି।

Leave a Reply

Your email address will not be published. Required fields are marked *