Pratidin TV

Odisha's Digital News Platform

ଅଣାୟତ୍ତ ବାଂଲାଦେଶ : ସର୍ବଦଳୀୟ ବୈଠକ ଡାକିଲେ ବୈଦେଶିକ ମନ୍ତ୍ରୀ ..

1 min read

ଏବେ ଅଶାନ୍ତ ହୋଇପଡିଛି ବାଂଲାଦେଶ । ଯାହାଉପରେ ଏବେ ଭାରତ ସରକାର  ତୀକ୍ଷ୍ଣ ନଜର ରଖିଛନ୍ତି। ସର୍ବଦଳୀୟ ବୈଠକରେ ବିରୋଧୀ ଦଳର ନେତାମାନଙ୍କୁ ଏନେଇ କେନ୍ଦ୍ର ସୂଚନା ପ୍ରଦାନ କରିଛନ୍ତି। ସରକାର କହିଛନ୍ତି ଯେ ବର୍ତ୍ତମାନ ବାଂଲାଦେଶରେ ୧୨ ରୁ ୧୩ ହଜାର ଭାରତୀୟ ଅଛନ୍ତି। ତେବେ ଦେଶର ପରିସ୍ଥିତି ଏତେ ଭୟଙ୍କର ନୁହେଁ ଯେ ଆମ ନାଗରିକମାନଙ୍କୁ ସେଠାରୁ ସ୍ଥାନାନ୍ତର କରିବାକୁ ପଡିବ।

ସୂଚନାନୁସାରେ, କେନ୍ଦ୍ର ସରକାର ବୈଠକରେ କହିଛନ୍ତି ଯେ ବାଂଲାଦେଶର ପ୍ରତ୍ୟେକ ପରିସ୍ଥିତି ଉପରେ ଆମେ ତୀକ୍ଷ୍ଣ ନଜର ରଖିଛୁ। ପରିସ୍ଥିତି ଯାହା ବି ହେବ, ବିରୋଧୀଙ୍କୁ ଏ ସମ୍ପର୍କରେ ଅବଗତ କରାଯିବ। ସେଠାରୁ ପ୍ରାୟ ୮ ହଜାର ଭାରତୀୟ ଛାତ୍ର ଫେରି ଆସିଛନ୍ତି। ଅବଶିଷ୍ଟ ଲୋକଙ୍କୁ ବର୍ତ୍ତମାନ ସ୍ଥାନାନ୍ତର କରିବାର କୌଣସି ଆବଶ୍ୟକତା ନାହିଁ ବୋଲି କେନ୍ଦ୍ର ସରକାର ସୂଚନା ପ୍ରଦାନ କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ସୂଚନା ଦେଇ ଆହୁରି ମଧ୍ୟ କହିଛନ୍ତି ଯେ ଶେଖ ହସିନାଙ୍କ ଉପରେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ସରକାର ନେଇଥିବା ପଦକ୍ଷେପକୁ ନେଇ ବିରୋଧୀ ସନ୍ତୁଷ୍ଟ ଅଛନ୍ତି।

Advertisement

Leave a Reply

Your email address will not be published. Required fields are marked *