Pratidin TV

Odisha's Digital News Platform

ଧୋକା ଦେଲା ଫେସବୁକ୍ ପ୍ରେମ , ଅଧା ରାସ୍ତାରେ ହାତ ଛାଡି ଚାଲିଗଲା ସ୍ୱାମୀ ।

ପାରାଦ୍ୱୀପ ; ଫେସବୁକ ପ୍ରେମ ହେଲା କାଳ, ପୂର୍ବରୁ ସ୍ତ୍ରୀ ପିଲା ଥାଇ ବି ନିରୀହ ଝିଅକୁ ବାଧ୍ୟ କରି ବିବାହ କଲା ଯୁବକ । ଘରେ ସତ୍ୟନାରାୟଣ ପୂଜା ଚାଲିଥିବା ସମୟରେ ପ୍ରେମିକ ସହିତ ଘରୁ ଫେରାର ହୋଇଯିବା ଆଜି ଝିଅଟି ପାଈଁ ସାଜିଛି କାଳ । ଘରୁ ଫେରାର ହୋଇ ମନ୍ଦିର ରେ ସାତଜନ୍ମ କୁ ସାକ୍ଷୀରଖି ବିବାହ କରିଥିଲେ । ଦିନ କେତୋଟି ଭିତରେ ସବୁ ଓଲଟପାଲଟ ହୋଇଗଲା ।

ପୂର୍ବରୁ ବିବାହିତ ଯୁବକଟି ଫେସବୁକ ପ୍ରେମରେ ପଡି ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକର ଗଦେଇଗିରି ନାଗପୁର ଗ୍ରାମର ସୁମିତ୍ରା ଗିରି ଙ୍କୁ ତାଙ୍କ ଘରୁ ବାଧ୍ୟ କରି ମନ୍ଦିର ରେ ବିବାହ କରି ସ୍ତ୍ରୀ ର ପରିଚୟ ଦେଇଥିଲା । ହେଲେ ପୁଅର ଘରକୁ ଆସିବା ପରେ ସୁମିତ୍ରା ହତବାକ ହୋଇ ପଡିଥିଲା । ଯେଉଁ ପୁଅଟିକୁ ବିଶ୍ୱାସ କରି ବିବାହ କରିଥିଲା ସେ ପୂର୍ବରୁ ବିବାହିତ ଏବଂ ତାର ସ୍ତ୍ରୀ, ପିଲା ଘରେ ଥିବା ଦେଖି ଏହାର ପ୍ରତିବାଦ କରିବାରୁ ଆରମ୍ଭ ହୋଇଥିଲା ମାଡ଼, ଗାଳି ।

ଶେଷରେ ପାରାଦ୍ୱୀପ ରାଜରାସ୍ତା ରେ ଝିଅ ଟିକୁ ଛାଡ଼ିଦେଇ ଲମ୍ପଟ ଯୁବକ ଜଣକ ଫେରାର ହୋଇଯାଇଛି । ଷଣ୍ଢକୁଦ ଅଞ୍ଚଳ ରେ ଝିଅଟି କାନ୍ଦି କାନ୍ଦି ରାସ୍ତାରେ ଯାଉଥିବା ଦେଖି କିଛି ସ୍ଥାନୀୟ ଲୋକ ପୋଲିସ କୁ ଖବର ଦେଇଥିଲେ । ଖବର ମିଳିବା ପରେ ଜଟାଧାରୀ ମୁହାଣ ସାମୁଦ୍ରିକ ଥାନା ପୋଲିସ ଝିଅଟିକୁ ଉଦ୍ଧାର କରିଛି । ତେବେ ସବୁଠୁ ବିଡମ୍ବନାର ବିଷୟ ଉକ୍ତ ଯୁବକ ପରିଚୟ ସଠିକ ମିଳିପାରିନଥିବା ବେଳେ ଝିଅର ବାପାଙ୍କୁ ଫୋନ ଯୋଗେ ଯୋଗାଯୋଗ କଲା ପରେ ସେ ଯୁବକ ର ନାଁ ମାନସ ରାୟ କହୁଥିବା ବେଳେ ଝିଅ ସଂଜୀବ ବିଶ୍ୱାସ ବୋଲି କହୁଛି । ତେବେ ପୋଲିସ ଝିଅଟିକୁ ଉଦ୍ଧାର କରିବା ପରେ ଘଟଣା ର ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *