Pratidin TV

Odisha's Digital News Platform

IAS,IPSଙ୍କ ଫ୍ୟାକ୍ଟ୍ରି ହେଉଛି ଉତ୍ତରପ୍ରଦେଶର ଏହି ଗାଁ

1 min read

ଗାଁରୁ ବାହାରୁଛନ୍ତି ଗୋଟେ ପରେ ଗୋଟେ IAS-IPS | ଯେଉଁଥିପାଇଁ IAS-IPS ଫ୍ୟାକ୍ଟ୍ରି କୁହାଯାଉଛି ଏହି ଗାଁକୁ | ଉତ୍ତରପ୍ରଦେଶର ମାଧପଟି ଗାଁକୁ upsc ର କାରଖାନା ମଧ୍ୟ କୁହାଯାଏ | ତେବେ ଏଠାରେ ବହୁ ସଂଖ୍ୟାରେ IAS-IPS ଓ PCS ଅଧିକାରୀ ବାହାରିଛନ୍ତି | ୪ ହଜାର ଜନସଂଖ୍ୟା ବିଶିଷ୍ଟ ଏହି ଗାଁରୁ ୪0 ରୁ ଅଧିକ ଅଧିକାରୀ ବଡ ବଡ ପଦବୀରେ ନିଯୁକ୍ତି ପାଇଛନ୍ତି | ସେମାନଙ୍କ ମଧ୍ୟରୁ ଅନେକ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ମଧ୍ୟ କାର୍ଯ୍ୟରତ | ତେବେ ୟୁନିୟନ ଜନସେବା ଆୟୋଗ ବା UPSC ର ପରୀକ୍ଷା ଦୁନିଆର ସବୁଠୁ କଠିନ ପରୀକ୍ଷା ବୋଲି ବିବେଚନା କରଯାଏ | ଏହି ଦେଶରେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥାନ୍ତି | କିନ୍ତୁ ସେମାନଙ୍କ ମଧ୍ୟରୁ ହଜାରରୁ ୧୨00 ଜଣ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥାନ୍ତି | ସେଥିମଧ୍ୟରୁ କିଛି IAS ଅଧିକାରୀଆଉ କିଏ IPS ଅଧିକାରୀ ହୋଇଥାନ୍ତି ତ ଆଉ କିଏ IFS ଅଧିକାରୀ ହୋଇଥାନ୍ତି |

ତେବେ ଏମିତି ଏକ ଗାଁ ଭାରତରେ ଅଛି ଯାହାକୁ UPSCର କାରଖାନ ବୋଲି କୁହାଯାଏ | ବାସ୍ତବରେ ଏହି ଗାଁରୁ ଏତେ ମାତ୍ରାରେ IAS-IPS ବାହାରିଛନ୍ତି ଯାହାକୁ ଦେଖି ଲୋକେ ହୋଇଛନ୍ତି ଆଶ୍ଚର୍ଯ୍ୟ | ଏହି ଗାଁର ନା ରହିଛି ମାଧପଟି | ଯାହା ଉତ୍ତରପ୍ରଦେଶ ଜୈନପୁରରେ ଅବସ୍ଥିତ | ଏହି ଗାଁ ୭ କିମି ଦୂରରେ ରହିଛି | ତେବେ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏହି ଗାଁରେ ୪0 ଉର୍ଦ୍ଧ୍ବ IAS-IPS ଅଧିକାରୀ ବାହାରିଛନ୍ତି | ସେମାନଙ୍କ ମଧ୍ୟରୁ ଅନେକ ବଡ଼ ବଡ଼ ପଦବୀରେ କାର୍ଯ୍ୟରତ ଅଛନ୍ତି | ଏହି ପାଦ ଅଧିକାର କରି ଏମାନେ କେବଳ ନିଜ ପରିବାରକୁ ନୁହେଁ ବରଂ ସମ୍ପୂର୍ଣ୍ଣ ଗାଁକୁ ମଧ୍ୟ ଗୌରବାନ୍ୱିତ କରୁଛନ୍ତି | ତେବେ ଆଶ୍ଚର୍ଯ୍ୟକର କଥା ହେଉଛି ଏହି ଗାଁରେ କେବଳ ପୁଅମାନେ ନୁହେଁ ବୋହୂମାନେ ମଧ୍ୟ ଅଫିସର ହୋଇଛନ୍ତି |

Leave a Reply

Your email address will not be published. Required fields are marked *