Pratidin TV

Odisha's Digital News Platform

ବିଶ୍ୱାସ ନା ଅନ୍ଧବିଶ୍ୱାସ ; ପ୍ରବଚନରେ ଭଲ ହେଉଛି ମାରାତ୍ମକ କ୍ୟାନ୍ସର ଓ ହାର୍ଟ ରୋଗ …..

1 min read

କେନ୍ଦ୍ରାପଡା ; କ୍ୟାନ୍ସର ରୋଗର ନା ଶୁଣିଲେ ମନରେ ଭୟ ଆସେ ,ଥରେ ରୋଗ ହେଲେ ତାହା ଭଲ ହେବା ମୁସ୍କିଲ ହୋଇପଡ଼େ । କ୍ୟାନ୍ସର ରୋଗୀଙ୍କ ଜୀଭନ କିଛି ଅଭିଶାପ୍‌ରୁ କମ୍ ନୁହେଁ । ଅନେକ କଷ୍ଟ ଯନ୍ତ୍ରଣା ପାଇଁ ଖୁବ୍ କମ୍ ଲୋକ ରୋଗ ସହ ଲଢି କ୍ୟାନ୍ସରକୁ ହରାଇ ନୂଆ ଜୀବନ ପାଆନ୍ତି । କିନ୍ତୁ ତା ପାଇଁ ବି ଖର୍ଚ୍ଚ ବହୁତ ହୋଇଥାଏ । କଣ ଆପଣ ବିଶ୍ୱାସ କରିବେ ଯଦି ଆମେ ଆପଣଙ୍କୁ କହିବୁ କ୍ୟାନ୍ସର ଭଳି ମାରାତ୍ମକ ରୋଗରୁ ଆପଣ ମାଗଣାରେ ଠିକ୍ ହୋଇ ପାରିବେ ! ଚାଲନ୍ତୁ ଜାଣିବା କ୍ୟାନ୍ସର ସହ ଜଡିତ କିଛି ଏଭଳି ଆଶ୍ଚର୍ଯ୍ୟ କର କଥା …

ସକାଳେ ସନ୍ଧ୍ୟା ରେ ଗୁପ୍ତ ମନ୍ତ୍ର ଜପ କରିବା ସହିତ ଆମିଷ ଖାଦ୍ୟ କୁ ନିଷୋଧ ସହିତ ପାଣି ପ୍ରଚୁର ପିଇଲେ କ୍ୟାନ୍ସର ଭଳି ମାରାତ୍ମକ ରୋଗରୁ ମୁକ୍ତି ମିଳୁଛି । ବିନା ଖର୍ଚ୍ଚରେ ରୋଗ ଭଲ ହୋଉଛି । ଆଧୁନିକ ତା ବିଜ୍ଞାନ ଯୁଗରେ ଏଭଳି କରି ପାରୁଛନ୍ତି ବୋଲି ଦାବି କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଂଚଳ ର ଜଣେ ଯୁବକ । ବିଶ୍ବାସ ଅନ୍ଧ ବିଶ୍ବାସ ଭିତରେ ରୋଗିଙ୍କ ଙ୍କ ଭିଡ଼ ଜମୁଛି ଯୁବକ ଙ୍କ ଘରେ ।ଚାଲିଛି ଆଧ୍ୟାତ୍ମିକତା ପ୍ରବଚନ ର ବାଣୀ,ଜଣେ ଯୁବକ ଙ୍କ ମୁଖ ମଣ୍ଡଳ ରୁ ଅନବରତ ନିର୍ଗତ ହୋଇଚାଲିଛି । ଚାଲିଛି ବେଦ ପାଠ ମନ୍ତ୍ର ଧୋନିର ଉଚ୍ଚାରଣ. ଆଉ ସେ ବେଦ ପାଠ ଧାର୍ମିକ ବାଣୀ ଶୁଣିବାକୁ ବହୁ ଶ୍ରୋତା ବି ଉପସ୍ଥିତ ଅଛନ୍ତି ମା ଙ୍କ ମନ୍ଦିର ବେଢାରେ । ଆପଣ ମାନେ ଭାବୁଥିବେ କୌଣସି ସାଧୁ ସନ୍ଥ କିମ୍ବା ଜ୍ଞାନୀ ଗୁଣି ବିଦ୍ୱାନ ପ୍ରବଚକ ଗାଁ ଲୋକଙ୍କୁ ପ୍ରବଚନ ଦେଉଛନ୍ତି ବୋଲି.ଯଦି ଆପଣ ସେମିତି କିଛି ଭାବୁଥାନ୍ତି ତେବେ ଆପଣଙ୍କ ଅନୁମାନ ସମ୍ପୂର୍ଣ ଭୁଲ ।

Advertisement

କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ର ବିଲିକଣା ଗାଁ ରେ ଏମିତି ଗୋଟେ ଜାଗା ଅଛି ଯେଉଁଠି ଗୁଣି ଗାରେଡି ନୁହୋଁ ସମ୍ପୂର୍ଣ ଆଧ୍ୟାତ୍ମିକ ଦୈବୀ ଶକ୍ତି ଓ ମହାପ୍ରଭୁ ଶିବଶକ୍ତି ଙ୍କୁ ସାଧନ ଦ୍ୱାରା କ୍ୟାନ୍ସର ଭଳି ମାରାତ୍ମକ ରୋଗର ସଫଳ ଚିକିତ୍ସା ସହିତ ରୋଗର ନିରାକରଣ ପଦ୍ଧତି ସରଳ ଉପାୟରେ ବୁଝାଇଥାନ୍ତି. ଆମେ କହୁଚୁ ଆଳି ବ୍ଲକ ପତ୍ରପୁର ପଂଚାୟତ ବିଲିକଣା ଗାଁ ର ଚମତ୍କାରୀ ଯୁବକ ଅନିରୁଦ୍ଧ ପରିଡା ଙ୍କ କଥା । ଆଖପାଖ ଅଂଚଳ ରେ କାଳିଆ ଭାଇ ନାମରେ ବେଶ ପରିଚିତ । ବୟସ ୩୮ ତାଙ୍କ ପରିବାର କହିଲେ ଗୋଟେ ପୁଅ ଝିଅ ଓ ଧର୍ମପତ୍ନୀ,ଅନିରୁଦ୍ଧ ବାଙ୍ଗାଲୋର ସହର ରେ ପାଣିପାଇପ କାମ ଛାଡି ଗତ ଗୋଟିଏ ବର୍ଷ ହେବ ବିଲିକଣା ଗାଁ ରେ ଥିବା ମା ଖରାଖାଇ ଠାକୁରାଣୀ ଗ୍ରାମଦେବତୀ ଙ୍କ ପୀଠରେ ଦୈନିକ ତାଙ୍କ ପାଖକୁ ଆସୁଥିବା କ୍ୟାନ୍ସର ରୋଗୀ ମାନଙ୍କୁ ଓ ରୋଗୀଙ୍କ ସମ୍ପର୍କୀୟ ଲୋକଙ୍କୁ ଦୈବୀଶକ୍ତି ପ୍ରବଚନ ମାଧ୍ୟମରେ ସଚେତନତା ର ବାର୍ତ୍ତା ଦେବା ସହିତ କ୍ୟାନ୍ସର ରୋଗୀର କାନରେ ଗୁପ୍ତ ମନ୍ତ୍ରଣ ଦେଇ କ୍ୟାନ୍ସର ଓ ହାର୍ଟ କିଡ଼ନୀ ଫେଲ ରୋଗୀମାନଙ୍କୁ ଆରୋଗ୍ୟ କରାଉଥିବା ନେଇ ସେ ଦାବି କରିଛନ୍ତି ।

ଏମିତି କି ସେ ୧୦ ରୁ ୧୫ ଜଣ କ୍ୟାନ୍ସର ଓ ହାର୍ଟ ଭଳି ମାରାତ୍ମକ ରୋଗିଙ୍କୁ ଦୈବୀଶକ୍ତି ଗୁପ୍ତ ମନ୍ତ୍ର ଦ୍ୱାରା ଭଲ କରିପାରିଛନ୍ତି ବୋଲି ତାଙ୍କ ସମର୍ଥକ ମାନେ ମତ ଦେଇଛନ୍ତି । ଅନିରୁଦ୍ଧ ଘରେ ବସି ମୋବାଇଲ ଫୋନ ଯୋଗେ ମଧ୍ୟ ଯଦି ତାଙ୍କ କହିବା ମୁତାବକ ରୋଗୀଟିଏ ଅନୁସରଣ କରେ ତେବେ ଗୁପ୍ତ ମନ୍ତ୍ର ଦ୍ୱାରା କ୍ୟାନ୍ସର ଭଳି ଜୀବାଣୁ ମାରାତ୍ମକ ରୋଗକୁ ସମ୍ପୂର୍ଣ ଭଲ କରିପାରନ୍ତି । ତାହା ପୁଣି କେବଳ ୩୦ ଦିନ ଭିତରେ ବୋଲି ସେ ଯୁକ୍ତି ବାଢିଛନ୍ତି । ଏଥିପାଇଁ ସେ କୌଣସି ରୋଗୀଠାରୁ ଆଜି ଯାଏଁ ଟଙ୍କା ଟିଏ ବି ଗ୍ରହଣ କରିନାହାନ୍ତି । ସେ ବାବା କି ସନ୍ନ୍ୟାସୀ ହେବାକୁ କେବେ ମନ ବଳେଇନଥିବା ବେଳେ ସେସବୁଠୁ ସେ ବେଶ ଦୂରରେ , ଏମିତି ସବୁ ବିଚକ୍ଷଣ ଚିନ୍ତାଧାରା ପାଇଁ ଆଖ ପାଖ ପଡୋଶୀ କେହି କେହି ବ୍ୟକ୍ତିବିଶେଷ ତାଙ୍କୁ ପାଗଳ ର ମଧ୍ୟ ଆଖ୍ୟା ଦେଇଛନ୍ତି । ତେବେ ସେ ପାଗଳ ର ଆଖ୍ୟା କୁ ସେ ଭୃକ୍ଷେପ ନ କରି ନିଜର ମହତ କାର୍ଯ୍ୟରେ ସବୁବେଳେ ନିଜକୁ ସମର୍ପିତ କରିଛନ୍ତି । ତେବେ ବିନା ପାରିଶ୍ରମିକରେ କ୍ୟାନ୍ସର ରୋଗୀର ମନ ଜାଣି ରୋଗର ସରଳ ଉପାୟ ବାହାର କରୁଥିବା ଅନିରୁଦ୍ଧ ଅଳ୍ପ କିଛିଦିନ ଭିତରେ ଆଖ ପାଖ ଅଂଚଳରେ ବେଶ ଲୋକପ୍ରିୟ ହୋଇପାରିଛନ୍ତି।

Leave a Reply

Your email address will not be published. Required fields are marked *