(ଭିଡିଓ)ସାବଧାନ କଟକବାସୀ : ବାଦମବାଡିରୁ ଠାବ ହେଲା ନକଲି ଆକ୍ୱାଗାର୍ଡ କମ୍ପାନୀ , ଜବତ ହେଲା ଲକ୍ଷ ଲକ୍ଷ ଟଙ୍କାର ନକଲି ଆକ୍ୱାଗାର୍ଡ
1 min readକଟକ : କଟକ ସହର ପାଲଟିଯାଇଛି ନକଲି ଜିନିଷର ଗନ୍ଥାଘର । ଲୋକଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଲୁଟୁଛନ୍ତି ଠକ । ନକଲି ତେଲ, ଘିଅ, ଡିଟରଜେଣ୍ଟ୍ ଫ୍ୟାକ୍ଟ୍ରି,ମସଲା, ସସ୍ ଓ ଚାହା ଓ ଜର୍ଦ୍ଦା କରାଖାନା ହେବା ପରେ ନକଲି ଆକ୍ୱାଗାର୍ଡ କରାଖାନା ଠାବ କରିଛି ପୁଲିସ । ଯାହାକୁ ନେଇ ବର୍ତ୍ତମାନ କଟକ ସହରରେ ହଇଚଇ ସୃଷ୍ଟି ହୋଇଛି । କାଚ ଲଗାଇ ଦୃଷ୍ଟି ଅକର୍ଷଣ ପାଇଁ ବଡ ବଡ ଦୋକାନ ଖୋଲିଦେଉଛନ୍ତି ସିନା କିନ୍ତୁ ସେଥିରେ ରଖୁଛନ୍ତି ନକଲି ଜିନିଷ । ବାଦାମ ବାଡ଼ି ଅଞ୍ଚଳରୁ ଜବତ ହୋଇଛି ୯୦ ଲକ୍ଷ ଟଙ୍କାର ନକଲି ଆକ୍ୱା ଗାର୍ଡ ଓ ୟୁରେକା ଫୋବସ ର ମେସିନ୍ ।
ଗତକାଲି ଏହାର କାଉଣ୍ଟର ରେ ଚଢାଉ କରାଯାଇଥିବା ବେଳେ ଆଜି ଗୋଦାମ ଉପରେ ଚଢାଉ କରି ବିପୁଳ ପରିମାଣର ନକଲି ମେସିନ୍ ଜବତ କରାଯାଇଛି। ଜୋନ୍ ୬ ଏ ସି ପି ଅମରେନ୍ଦ୍ର ପଣ୍ଡା ଙ୍କ ନେତୃତ୍ଵରେ ବାଦାମ ବାଡ଼ି ଥାନା ଅଧିକାରୀ ଓ ମଧୁପାଟଣା ଥାନା ଅଧିକାରୀ ସମେତ ପୋଲିସ ଟିମ୍ ଏହି ଚଢାଉ ରେ ସାମିଲ ଥିଲେ। ଏହା ସହ ପ୍ରକୃତ ଆକୱା ଗାର୍ଡ କମ୍ପାନୀର ବରିଷ୍ଠ ଅଧିକାରୀ ମଧ୍ୟ ପହଞ୍ଚି ଥିଲେ। ଗତ କାଲି ମାର୍ଶାଘାଇ ଥାନା ପୋଲିସ ବାଦାମ ବାଡ଼ି ଥାନା ପୋଲିସ ର ସହାୟତା ରେ ଏହି ନକଲି ମେସିନ୍ ବିକ୍ରେତା ଙ୍କ ଉପରେ ଚଢ଼ାଉ କରିବା ପରେ ସମସ୍ତ ଘଟଣା ସାମ୍ନାକୁ ଆଣିଥିଲା।
ଏହାପରେ କଟକ କମିଶନରେଟ୍ ପୋଲିସ୍ ଆସିଥିଲା ଆକ୍ସନ ମୋଡ କୁ ଆଉ ଏହି ଘଟଣାରେ ଦୁଇଜଣ ଅଭିଯୁକ୍ତ ଙ୍କୁ ଗିରଫ କରିବା ସହ ଗୋଦାମ କୁ ଚଢାଉ କରି ମେସିନ୍ ଗୁଡ଼ିକୁ ଜବତ କରିଛି। ଏହି ନକଲି ମେସିନ୍ ଓ ଯନ୍ତ୍ରାଂଶ ଗୁଡ଼ିକୁ ଦୋକାନୀ ମାନଙ୍କୁ କମ୍ ଟଙ୍କାରେ ଯୋଗାଇ ଦେଉଥିଲେ ଯାହା ଫଳରେ ସୁରୁଖୁରୁରେ ବ୍ୟବସାୟ ଚାଲୁଥିଲା। ଏହି ନକଲି ମେସିନ୍ ଅସଲି ମେସିନ୍ ଭଳି କାର୍ଯ୍ୟ କରେନି । ଏହାର କୌଣସି ସୁରକ୍ଷା ଯାଞ୍ଚ ନହେବା ଯୋଗୁଁ କେମିକାଲ ପ୍ରତିକ୍ରିୟା ମଣିଷ ଶରୀର ଉପରେ ପଡ଼ିବାର ଯଥେଷ୍ଟ ସମ୍ଭାବନା ରଥିଥାଏ। ଆଗକୁ ଏହି ନକଲି ମେସିନ୍ ବ୍ୟବସାୟ ରେ କିଏ କିଏ ସଂପୃକ୍ତ ଅଛନ୍ତି ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ ଜାରି ରହିଥିବା କଥା କହିଛନ୍ତି ଏ ସି ପି ।