Pratidin TV

Odisha's Digital News Platform

ଗିରଫ ହେଲେ ଆଉ ଜଣେ ଭଣ୍ଡବାବା , ତନ୍ତ୍ର ମନ୍ତ୍ର କରି ଠକୁଥିଲେ ଟଙ୍କା ..

ସରିଲା ଭଣ୍ଡବାବାର ଖେଳ । ଏବେ ଗିରଫ ହେଲା ଭଣ୍ଡ ବାବା । ଅନ୍ଧ ବିଶ୍ୱାସ ଗୁଣି ଗାରେଡି କରି ଲୋକଙ୍କୁ ଭୁଆଁ ବୁଲାଇ ଟଙ୍କା ଲୁଟୁଥିଲା ଏହି ଭଣ୍ଡ ବାବା ମିତ୍ର ଭାନୁ ଭୋଇ । ଏବେ ଧରାପଡି ଜେଲର ଚାରିକାନ୍ଥ ଭିତରେ । ସୂଚନାନୁଯାୟୀ ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବ୍ଲକ ସୁନାମୁଦୀ ଗାଁ ରେ ନିଜର ତନ୍ତ୍ର ପୀଠ କରି ପ୍ରାୟ ବର୍ଷେ ହେବ ଗୁଣି ଗାରୁଡ଼ି କରି ଲୋକ ଙ୍କ ରୋଗ ଦୁଃଖ ତଥା ଗୁଣି ହୋଇଛି ବୋଲି ସେ ଲୋକ ଙ୍କୁ କହି ଭୁଆଁବୁଲାଉ ଥିଲା ।

ଲୋକଙ୍କୁ ଭଲ କରିଦେବାକୁ ଦାବି କରିବା ସହ ମଣିଷ ଖୁପୁରି ଓ କୁଆଁରୀ ହାଡ କୁ ପାଖରେ ରଖିଥିଲା । ଆଉ ଯେଉଁମାନେ ତାଙ୍କ ପାଖକୁ ଆସୁଥିଲେ ତାଙ୍କୁ ମନ୍ତ୍ର ତନ୍ତ୍ର କରି ମାଡ ମାରିବା ଏବଂ ମାନସିକ ନିର୍ଯ୍ୟାତନା ଦେଇଥାନ୍ତି । ଯାହାର ଭିଡିଓ ସୋସିଆଲ ମିଡ଼ିଆରେ ଛାଡି ଏ ଭଣ୍ଡ ବାବା ବାହବା ନେଇଥାନ୍ତି । ସାରା ଅଞ୍ଚଳରେ ଭୟ ର ବାତାବରଣ ସୃଷ୍ଟି କରି ଦବ ଦବା ଦେଖାଉଥିଲା ବର୍ଷ ବର୍ଷ ହେବ ଅଞ୍ଚଳରେ ଭଣ୍ଡବାବାଙ୍କ ଦବଦବା ଚାଲିଆସିଥିଲା । ତେବେ ଏହି ଘଟଣା ବଲାଙ୍ଗୀର ଏସ,ପି ଜାଣିବା ପରେ ।ଏହି ଭଣ୍ଡ ବାବାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପାଟଣାଗଡ ପୋଲିସ ।

Leave a Reply

Your email address will not be published. Required fields are marked *