Pratidin TV

Odisha's Digital News Platform

ସୋସିଆଲ ମିଡିଆରେ ଘୁରି ବୁଲୁଛି ନିର୍ବାଚନ ବିଜ୍ଞପ୍ତି , ଖବରକୁ ନେଇ ସ୍ପଷ୍ଟ କଲେ ନିର୍ବାଚନ କମିଶନ ..

1 min read

ପାଖେଇ ଆସିଲାଣି ସାଧାରଣ ନିର୍ବାଚନ । ଆରମ୍ଭ ହୋଇଗଲାଣି କାଉନଡାଉନ । ଯାହାକୁ ନେଇ ସାରା ଦେଶରେ ଦେଖିବାକୁ ମିଲିଛି ନିର୍ବାଚନୀ ତାତି । ଉଭୟ ବିଧାନସଭା ଏବଂ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ରହିଛନ୍ତି ସମସ୍ତ ରାଜନୈତିକ ଦଳ । କେବେ ହେବ ନିର୍ବାଚନ ତାରିଖ ଘୋଷଣା , କେବେ ହେବ ମତ ଦାନ । ଏହାକୁ ଏବେ ସମସ୍ତଙ୍କ ମନରେ ପ୍ରଶ୍ନ । ହେଲେ ଏବେ ସୋଶିଆଲ ମିଡିଆରେ ନିର୍ବାଚନ ତାରିଖକୁ ନେଇ ଏକ ବିଜ୍ଞପ୍ତି ଘୁରି ବୁଲିଛି ।

ଏହି ବିଜ୍ଞପ୍ତି ଅନୁଯାୟୀ, ୧୨ ମାର୍ଚ୍ଚରେ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି, ପ୍ରାର୍ôଥପତ୍ର ଦାଖଲ ତାରିଖ ୧୮ ମାର୍ଚ୍ଚ ରହିଥିଲା । ସେହିପରି ଭୋଟଦାନ ତାରିଖ ୧୯ ଏପ୍ରିଲ ରହିଥିବାବେଳେ ଭୋଟ ଗଣତି ୨୨ ମେ’ ରହିିଥିଲା । ହେଲେ ଏହି ବିଜ୍ଞପ୍ତିକୁ ସମ୍ପୂର୍ଣ୍ଣ ଫେକ୍ ବୋଲି ଆଜି ଇସିଆଇ ସୋସିଆଲ ମିଡିଆ ‘ଏକ୍ସ’ ରେ ଜଣାଇଛି । ଏହିପରି ଫେକ୍ ବିଜ୍ଞପ୍ତିରୁ ଦୂରେଇ ରହିବାକୁ ଇସିଆଇ ପକ୍ଷରୁ କୁହାଯାଇଛି । ତେବେ ଏପରି ବିଭ୍ରାନ୍ତ ଖବର କିଏ ପୋଷ୍ଟ କଲା ତାହା ତଦନ୍ତ କରାଯିବ ବୋଲି କୁହାଯାଇଛି ।

Leave a Reply

Your email address will not be published. Required fields are marked *