Pratidin TV

Odisha's Digital News Platform

ବିନା ପରୀକ୍ଷାରେ ଯୁବକ ବନିଗଲେ ଆଇପିଏସ ଅଫିସର , ନକଲି ଅଫିସରକୁ ମାଡ଼ି ବସିଲା ପୋଲିସ ..

1 min read

ବୟସ ୧୮। କିନ୍ତୁ ଆଇପିଏସ ଅଫିସର। ନା ୟୁପଏସସି ପରୀକ୍ଷା  ଦେଇଛନ୍ତି ନା ପାସ୍ କରିଛନ୍ତି।  ତଥାପି ଦେହରେ ଆଇପିଏସ ଅଫିସରର ବର୍ଦ୍ଦି।  ଏକଥା ଶୁଣିଲେ ମନରେ ସନ୍ଦେହ ଆସିବ ନିଶ୍ଚୟ । କାରଣ  ବିନା ୟୁପିଏସସି (UPSC) ପରୀକ୍ଷା ଆଇପିଏସ (IPS) ହେବା ଅସମ୍ଭବ । ଏଥିପାଇଁ କଠିନ ପରିଶ୍ରମ କରିବାକୁ ପଡିଥାଏ । କିନ୍ତୁ ଆମେ ଆପଣଙ୍କୁ ଏମିତି ଜଣେ ଯୁବକଙ୍କ ବିଷୟରେ କହିବୁ ଯିଏ କି ବିନା ପାଠପଢା ଓ ୟୁପିଏସି ପରୀକ୍ଷା ରେ ଉତୀର୍ଣ୍ଣ ହୋଇ ଵନିଯାଇଛନ୍ତି ଆଇପିଏସ ଅଫିସର । ହେଲେ ଶେଷରେ ପୋଲିସ ହାତରେ ଧରାପଡ଼ି ଜେଲ ଯାଇଛନ୍ତି । ଏହି ଯୁବକ ଜଣକ ହେଉଛନ୍ତି ବିହାର ଲଖିସରାଇ ଗୋବର୍ଦ୍ଧନ ବିଘା ଗ୍ରାମର ବାସିନ୍ଦା ମିଥିଳେଶ କୁମାର ।

ପୁଲିସ ମିଥଲେଶକୁ ଧରିବା ପରେ ଆଇପିଏସ ପୋଷାକରେ ଯେଭଳି ଆଇପିଏସଙ୍କୁ ଥାନାକୁ ସସମ୍ମାନେ ସ୍ୱାଗତ କରାଯାଏ, ସେଭଳି ସ୍ୱାଗତ କରିଥିଲେ। ଚୌକି ଦେଇଥିଲେ ବସିବାକୁ। ଆଉ ସାର୍ ବୋଲି ସମ୍ୱୋଧନ କରି ଏମିତି ଜାଲି ଆଇପିଏସ ହୋଇ ବୁଲିବା ପଛର ରହସ୍ୟ ଓଗାଳିଥିଲେ। ନିଜର ପରିଚୟ ଆଇପିଏସ ଅଫିସର ବୋଲି ଦେଇଥିଲେ ମିଥଲେଶ। ମିଥଲେଶ କହିଛି, କିଛି ମାସ ତଳେ ମନୋଜ ସିଂ ନାମକ ବ୍ୟକ୍ତିଙ୍କୁ ସେ ଭେଟିଥିଲା। ମନୋଜ ସିଂ ତାଙ୍କଠୁ ଦୁଇ ଲକ୍ଷ ଟଙ୍କା ନେଇ ଆଇପିଏସ ଅଫିସର କରିଦେବ ବୋଲି ପ୍ରଲୋଭନ ଦେଖାଇଥିଲା। ଗଲା ମାସରେ ମନୋଜଙ୍କୁ ମିଥଲେଶ ବି ୨ ଲକ୍ଷ ଟଙ୍କା ଦେଇଥିଲେ। କିନ୍ତୁ ଟଙ୍କା ନେବା ପରେ ମନୋଜ ଶୁକ୍ରବାର ସକାଳେ ଡାକି ଏକ ସରକାରୀ ସ୍କୁଲ ପାଖରେ ଆଇପିଏସ ଅଫିସରଙ୍କ ପୋଷାକ ଧରାଇଦେଲା। ଖୁବ୍ ଶୀଘ୍ର କେଉଁଠି ଡ୍ୟୁଟି ପଡ଼ିବ, ଜଣାଇ ଦିଆଯିବ ବୋଲି କହିଥିଲା ମନୋଜ। ଏହି ପୋଷାକ ପିନ୍ଧି ଗାଁକୁ ଫେରିଥିଲା ମିଥଲେଶ। ଆଉ ପୁରା ଗାଁରେ ବୁଲିଥିଲା। ଏହା ପରେ ବାଇକରେ ସିକନ୍ଦରା ପହଞ୍ଚିଥିଲା। ନିଜ ମାଆଙ୍କୁ ପୁଲିସ ଅଫିସର ହୋଇଗଲି କହି ଖୈରାକୁ ଯାଇ ବାକି ୩୦ହଜାର ଟଙ୍କା ମନୋଜଙ୍କୁ ଦେବାକୁ ବାହାରିଥିଲା ମିଥଲେଶ। ସିକନ୍ଦରା ଯାଇ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦୁଲାରୀ ଦେବୀ ଓ ପୂର୍ବତନ ବିଧାନ ପରିଷଦ ଆଶାୟୀ ଗୁଡ୍ଡୁ ଯାଦବଙ୍କ ଘର ଆଗରେ ବୁଲୁଥିଲା।

Advertisement

ଲୋକଙ୍କଠୁ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ମିଥଲେଶର ବାଇକ ଜବତ କରି ଥାନାକୁ ନେଇଥିଲା। ମିଥଲେଶ ମାଞ୍ଝୀ ପାଖରୁ ଆଧାର କାର୍ଡ, ପାନ୍ କାର୍ଡ, ଭୀମ ସାଓଙ୍କ ନାଁରେ ଦୁଇ ଲକ୍ଷ ଟଙ୍କାର ଏକ ଚେକ୍, ଗହଣା ଦୋକାନର ସାଦା ରସିଦ ସମେତ ଅନେକ କାଗଜପତ୍ର ଜବତ ହୋଇଛି। ଏ ସମ୍ପର୍କରେ ଏକ ମାମଲା ରୁଜୁ କରି ପୁଲିସ ଛାନଭିନ୍ ଆରମ୍ଭ କରିଛି। ପୁଲିସ ଅଫିସର କରିଦେବେ କହି ଲକ୍ଷ ଲକ୍ଷ ଟଙ୍କା ଆଦାୟ କରୁଥିବା ଗ୍ୟାଙ୍ଗକୁ ଖୋଜୁଛି ପୁଲିସ। ମିଥଲେଶ ପାଖରୁ ଏକ ପିସ୍ତଲ ବି ଜବତ କରାଯାଇଛି। ଯାହାକି ନକଲି ବୋଲି ଜଣାପଡ଼ିଛି। ଆଇପିଏସ ହେବା ଖୁସିରେ ମିଥଲେଶ ସିକନ୍ଦରା ଛକରେ ବୁଲିଥିଲା। ଖୁସିରେ ସିଙ୍ଗଡ଼ା ବି ଖାଇଥିଲା। ଆଉ ଲୋକଙ୍କୁ କହୁଥିଲା, ସେ ଆଇପିଏସ ଅଫିସର। ତାହାର ଗତିବିଧି ଦେଖି ଲୋକେ ପୁଲିସକୁ ସୂଚନା ଦେବା ପରେ ଥାନାକୁ ନେଇଯାଇଥିଲା ପୁଲିସ। ଫେକ୍ ଆଇପିଏସ ସାଜି କାହାକୁ ଠକିବା କି ଚୂନ ଲଗାଇବାର ଉଦ୍ଦେଶ୍ୟ ନଥିଲା। ବରଂ ଟଙ୍କା ବିନିମୟରେ ପୁଲିସ ଅଫିସର କରିଦେବାର ପ୍ରଲୋଭନରେ ପଡ଼ି ଏବେ ଥାନାରେ ମିଥଲେଶ। ମିଥଲେଶଙ୍କ ଭଳି ଏମିତି କେତେ ଲୋକଙ୍କୁ ପୁଲିସ ଅଫିସର କରିଦେବୁ ବୋଲି କହି ଚୂନ ଲଗେଇଥିବ ଗ୍ୟାଙ୍ଗ ।   ମାତିଥିବା ପୁରା ଗ୍ୟାଙ୍ଗକୁ ଧରିବାକୁ ଏବେ ଛାନଭିନ ଆରମ୍ଭ କରିଦେଇଛି ପୁଲିସ।

Leave a Reply

Your email address will not be published. Required fields are marked *