Pratidin TV

Odisha's Digital News Platform

ପୂଜାଆଢୁଆରେ ଅସଲି ବ୍ରାଣ୍ଡ ବୋତଲରେ ବିକ୍ରି ହେଉଛି ନକଲି ମଦ, ମାଡିବସିଲା ଅବକାରୀ ବିଭାଗ, ଜଣେ ଗିରଫ

ସମ୍ବଲପୁର : ବ୍ରାଣ୍ଡ ନକଲି କୁ ମାଲ ବି ନକଲି । ଯିଏ ଭଲ କରି ଥରେ ଦେଖିବ ସେ ବି ଧୋକା ଖାଇଯିବ । ଅଧିକ ଟଙ୍କା ରୋଜଗାର କରିବା ଲୋଭରେ କେତେ ଯେ ତଳକୁ ଖସି ଯାଉଛନ୍ତି ଲୋକେ ତା କେହି ସ୍ୱପ୍ନରେ ବି ଭାବି ପାରିବେ ନାହିଁ । କିସମ କିସମ ର ନକଲି ମଦ ବୋତଲରେ ଅସଲି ବ୍ରାଣ୍ଡର ଷ୍ଟିକର ଲଗାଇ ଚଳାଇଛନ୍ତି ବେପାର । ଆଉ ନକଲି ମଦ କାରବାର କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ମଦ ମାଫିଆ । ପୂଜାବଜାରରେ ଏହି ନକଲି ମଦ ଚଢା ଦରରେ ବିକ୍ରି କରିବାକୁ ଯୋଜନା ଚାଳିଥିବା ବେଳେ ମାଫିଆଙ୍କ ପ୍ଲାନର ଫସର ଫାଟିଯାଇଛି । ଏପରି କିଛି ବେଆଇନ କାରଖାନା ଉପରେ ଚଢ଼ାଉ କରି ସମ୍ବଲପୁର ଗୁଇନ୍ଦା ଅବକାରୀ ବିଭାଗ । ଏହି ରେଡ୍ ଦ୍ୱାରା ବିପୁଳ ପରିମାଣ ର ନକଲି ମଦ ତିଆରି ସାମଗ୍ରୀ ସହ ଜଣକୁ ଗିରଫ କରିଛି ପୋଲିସ ।

ସମ୍ବଲପୁର ଶାସନ ଥାନା ଅନ୍ତର୍ଗତ ରାଣୀଖିଣ୍ଡା ର ସରୋଜ ବେହେରା ନାମକ ଜଣେ ବ୍ୟକ୍ତି ଏହି ନକଲି ମଦ ତିଆରି କରୁଥିବା ଅଭିଯୋଗ ରେ ସମ୍ବଲପୁର ଗୁଇନ୍ଦା ଅବକାରୀ ବିଭାଗ ଚଢ଼ାଉ କରି ଗିରଫ କରିଛି । ତାଙ୍କ ଠାରୁ ୮ ଲିଟର ସ୍ପିରିଟ,୫ ଲିଟର ନକଲି ଫରେନ ଲିକର,୫ ହଜାର ୭ ଶହ ଟି ନକଲି ଲୋଗୋ ଥିବା ଷ୍ଟିକର , ୩ ଶହ ୪୫ ଟି ନକଲି ଠିପି ଓ ସିଲ କରିବାର ମେସିନ କୁ ଜବତ କରିଛି ଅବକାରୀ ଗୁଇନ୍ଦା ବିଭଗ । ଏନେଇ ଗୁଇନ୍ଦା ଅବକାରୀ ବିଭାଗ ଡେପୁଟି କମିଶନର ସୂଚନା ଦେଇଛନ୍ତି ।

ସୂଚନାମୁତାବକ, ସୋନପୁର ଅବକାରୀ ବିଭାଗ ଗତକାଲି ଜଣେ ବ୍ୟକ୍ତି ଙ୍କୁ ନକଲି ମଦ ସହ ଗିରଫ କରିବା ପରେ ତାକୁ ପଚାର ଉଚରା କରିଥିଲା ।ଏହି କାରବାରରେ ସମ୍ବଲପୁରର ଲିଙ୍କ ଥିବା ଜଣା ପଡିଛି । ସୋନପୁର ର ଅଭିଯୁକ୍ତ ଜଣକ ସମ୍ବଲପୁର ର ସରୋଜ ବେହେରା ଙ୍କ ଠାରୁ ଏହି ନକଲି ମଦ କିଣି ଥିବାର ସୂଚନା ଦେବାପରେ ଏନେଇ ସମ୍ବଲପୁର ଗୁଇନ୍ଦା ବିଭାଗ ଏହାର ତଦନ୍ତ ଆରମ୍ଭ କରିଥିଲା । ରେଡ୍ କରି ସମ୍ବଲପୁର ରାଣୀଖିଣ୍ଡା ଠାରୁ ସରୋଜ ବେହେରା ଙ୍କୁ ଗିରଫ କରିଥିଲା । ସୂଚନା ଯୋଗ୍ୟଯେ ଗିରଫ ଅଭିଯୁକ୍ତ ସରୋଜ ବେହେରା ପୂର୍ବରୁ ଅର୍ଥାତ ଗତ ମାର୍ଚ୍ଚ ମାସରେ ନକଲି ମଦ କାରବାର ରେ ଗିରଫ ହୋଇ ୪୫ ଦିନ ଜେଲ ରେ ଥିଲେ ।

Leave a Reply

Your email address will not be published. Required fields are marked *