Pratidin TV

Odisha's Digital News Platform

ସିଲଭର ସିଟିରେ ପୁଳା ପୁଳା ନକଲି ନୋଟ ଠାବ , ଦଶହରା ବଜାରରେ ନକଲି ଟଙ୍କା ନେବାରୁ ବଞ୍ଚନ୍ତୁ ।

1 min read

କଟକ : ସିଲଭର ସିଟିରେ ନକଲି ନୋଟ । ନକଲି ନୋଟ ମାଫିଆ ଙ୍କ ଟାର୍ଗେଟ ରେ କଟକ ସହର । ଦଶହରା ବଜ଼ାରରେ କୋଟି କୋଟି ଟଙ୍କା ମାର୍କେଟରେ ଛାଡିବା ଯୋଜନା ।ଟାର୍ଗେଟ ରେ ଦଶହରା କୁ ଆସିଥିବା ଛୋଟ ଛୋଟ ଉଠା ଦୋକାନୀ । ଜଗତପୁର ଅଞ୍ଚଳ ଏକ ହୋଟେଲ ନିକଟରୁ ନକଲି ନୋଟ ଠାବ ହୋଇଛି । ବିଲଡର ବେଶରେ ଆସି ଲୋକଙ୍କୁ ନକଲି ନୋଟ କାରବାର ପାଇଁ ପ୍ରୋଲଭନ ଦେଖାଉଥିଲା ନୋଟ ଦଲାଲ । ଖବର ପାଇ ଘଟଣା ସ୍ଥଳରୁ ଉଠାଇ ନେଲା ପୋଲିସ । ଆଉ ଜଣେ ବ୍ୟକ୍ତିକୁ ଅଟକ ରଖି ପଚରାଉଚରା କରୁଛି ଜଗତପୁର ପୋଲିସ ।

ସୂଚନା ମୁତାବକ ନିଜକୁ ଏକ ବିଲଡର କହି ଜଗତପୁର ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଠାରୁ ଜମି କିଣାଇଦେବା ବାବଦକୁ ୧ଲକ୍ଷ ୬୦ହଜାର ଟଙ୍କା ନେଇଥିଲା ନକଲି ନୋଟ ଦଲାଲ । ଜମି ନ କରାଇ ପାରିବାରୁ ବାରମ୍ବାର ଟଙ୍କା ମାଗିଥିଲେ ଜୈନିକ ବ୍ୟକ୍ତି । ଆଉ ଆଜି ଟଙ୍କା ଦେବାପାଇଁ ଜଗତପୁର ଅଞ୍ଚଳର ଏକ ହୋଟେଲ ନିକଟକୁ ଡାକି ହୋଟେଲ ରେ ଖୁଆଇ ଟଙ୍କାଦେବା ପରିବର୍ତ୍ତେ ଏକ ନୂଆ ବ୍ୟବସାୟୀ କରିବା ପାଇଁ ଲୋକଟିକୁ ପ୍ରଭାବିତ କରିଥିଲା । ଯୁବକ ଜଣକ ନୂଆ ବ୍ୟବସାୟ କ’ଣ ପଚାରିବାରୁ ନକଲି ନୋଟ କାରବାରର ବ୍ୟବସାୟ ସାମ୍ନାକୁ ଆସିଥିଲା । ଦଲାଲ ଜଣକ ଡେମୋ ଦେଖାଇ କହିଥିଲା ମାତ୍ର ଅଢେଇ ଲକ୍ଷ ଟଙ୍କା ଦେଲେ ଏକ କୋଟି ନକଲି ନୋଟ ଦିଆଯିବ ।

Advertisement

ବ୍ୟକ୍ତି ଜଣକ ପ୍ରୋଲଭନର ଶିକାର ନ ହୋଇ ତୁରନ୍ତ ପୋଲିସ୍ କୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ଘଟଣା ସ୍ଥଳରୁ ଅନୁଗୁଳ ବନ୍ତଳା ଥାନା ଅଞ୍ଚଳର ନିର୍ମଳ ଦେହୁରୀ ନାମକ ବ୍ୟକ୍ତିକୁ ଉଠାଇ ନେଇଥିବା ବେଳେ ଏହାର ମାଷ୍ଟର ମାଇଣ୍ଡ ରାହାସ ନାୟକ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା । ପୋଲିସ ଘଟଣା ସ୍ଥଳରୁ କିଛି ନକଲି ନୋଟ୍, ଲିକ୍ୟୁଇଡ୍ ଏବଂ କିଛି କାଗଜ ପତ୍ର ଜବତ କରି ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଏହାର ଚେର କେଉଁ ରାଜ୍ୟ ଯାଏଁ ଲମ୍ବିଛି ତାହା ତଦନ୍ତ ପରେ ଜଣା ପଡ଼ିବ ବୋଲି ସୂଚନା ଦେଇଛନ୍ତି କଟକ ଜୋନ-୧ ଏସିପି ।

Leave a Reply

Your email address will not be published. Required fields are marked *