୧୬ ଲକ୍ଷ ୧୧ ହଜାର ଟଙ୍କାର ନକଲି ନୋଟ ଜବତ କଲା ଏସଟିଏଫ୍
1 min readଭୁବନେଶ୍ୱର : ରାଜ୍ୟରେ ପୁଣି ନକଲି ନୋଟର ଚାଲାଣର ବଡ ରାକେଟ୍ କୁ ଧରିଛି ଏସଟିଏଫ୍ । ରାଉଲକେଲାରୁ ୧୬ ଲକ୍ଷ ୧୧ ହଜାର ଟଙ୍କାର ନକଲି ନୋଟ ଜବତ କରିଛି ଟିମ୍ । ସୂଚନା ଅନୁଯାୟୀ ରାଉଲକେଲାର ସେକ୍ଟର ୧୫ ଥାନା ଅଞ୍ଚଳରୁ ଏହି ନକଲି ନୋଟକୁ ଆଜି ଜବତ କରାଯାଇଛି । ରାଉଲକେଲା ପୋଲିସ ଏବଂ ଏସଟିଏଫ୍ ର ମିଳିତ ଉଦ୍ୟମରେ ଏହି ନକଲି ନୋଟର ପର୍ଦାଫାସ କରାଯାଇଛି । ଏହି ନକଲି ନୋଟ ଜବତ କଲାବେଳେ ଟିମ୍ ସେକ୍ ଅହମଧ ନାମକ ଜଣେ ଅଭିଯୁକ୍ତକୁ ଗିରଫ ମଧ୍ୟ କରିଛି ।
ତେବେ ଆଜି କୌଣସି ସୂତ୍ରରୁ ଖବର ପାଇ ରାଉଲକେଲା ପୋଲିସ ଓ ଏସଟିଏଫ୍ ଆଜି ସକାଳ ସମୟରେ ସେକ୍ଟର ୧୫ ଥାନା ଅଧୀନ ସେକ୍ଟର ୧୭ ସ୍ଥିତ ଏକ ଘରେ ଚଢାଉ କରିଥିଲା । ସେଠାରେ ସେକ୍ ଅହମଦ ସହ ୧୬ଲକ୍ଷ ୧୧ ହଜାର ନକଲି ନୋଟ ଏବଂ ଏକ ଲ୍ୟାପଟପ୍ ଓ କଲର ପ୍ରିଣ୍ଟର ମେସିନ ସହ ଅନ୍ୟାନ ଜିନିଷ ଜବତ କରିଛି ଟିମ୍ ।