Pratidin TV

Odisha's Digital News Platform

ନକଲି ପୋଲିସ ଇନ୍ସପେକ୍ଟରଙ୍କୁ ବାନ୍ଧିଲା ଅସଲି ପୋଲିସ ; ରଖିଥିଲେ ୩ ସ୍ତ୍ରୀ , ଫସାଉଥିଲେ ୪ ନମ୍ବରକୁ ….

1 min read

ନକଲି ପୋଲିସ କୁ ଗିରଫ କଲା ଅସଲି ପୋଲିସ । ଆତ୍ମଘୋଷିତ ନକଲି ପୋଲିସକୁ ଆଜି ଗିରଫ୍ କରିଛି ଖଂଡଗିରି ଥାନା ପୋଲିସ । ବାବୁ କେବଳ ନକଲି ପୋଲିସ ନଥିଲେ ବରଂ ନକଲି ନା, ଆଧାର, ଭୋଟର କାର୍ଡ ମଧ୍ୟ ପ୍ରସ୍ତୁତ କରିଥିଲେ। ନକଲି ପୋଲିସ ମନୋଜ୍ କୁମାର ମିଶ୍ର ନିଜକୁ ପୋଲିସ ଇନ୍ସପେକ୍ଟର କହି ପରିଚୟ ଦେଇଥିଲେ । କିନ୍ତୁ ମନୋଜ୍ କୁମାର ମିଶ୍ର ଙ୍କ ପ୍ରକୃତ ନାମ ସୁବାସ ଚନ୍ଦ୍ର କଂଅର, ଘର ଭଦ୍ରକ।

କିଛିଦିନ ପୁର୍ବରୁ ଜଣେ ଯୁବତୀକୁ ଙ୍କୁ ପୋଲିସ ଇନ୍ସପେକ୍ଟର କହି ବିବାହ କରିଥିଲେ। ଯୁବତୀ ଙ୍କ ସନ୍ଦେହ ହେବାରୁ ଖଂଡଗିରି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାର ଖଂଡଗିରି ପୋଲିସ ନକଲି ପୋଲିସ ସୁବାସ ଚନ୍ଦ୍ର କଂଅର କୁ ଗିରଫ କରିଛି। ତଦନ୍ତ ସମୟରେ ନକଲି ପୋଲିସ ବାବୁ ୩ ଜଣଙ୍କୁ ବିବାହ କରିଥିବା ଜଣାପଡ଼ିଛି। ସୋସିଆଲ ମିଡ଼ିଆ ରେ ନିଜକୁ ପୋଲିସ ଅଫିସରର ପରିଚୟ ଦେଇ , ଆଉ ପୋଲିସ ୟୁନିଫର୍ମ ପିନ୍ଧା ଫଟୋ ଛାଡି ଝିଅ ମାନଙ୍କୁ ଫସାଉଥିଲେ ।

Advertisement

ଏହା ସହ ନିଜର ବୟସ କମ କହୁଥିଲେ। ଯୁବତୀଙ୍କୁ ପ୍ରେମ ନିବେଦନ କରୁଥିଲେ । ମିଛ ଫୋଟ ଦେଇ ଯୁବତୀଙ୍କୁ ବିବାହ କରିବା ପରେ ଭଡ଼ା ଘରେ ନେଇ ରଖୁଥିଲେ । ଖଂଡଗିରି ଜଣେ ଯୁବତୀଙ୍କ ବିବାହ କରିବା ପାଇଁ ୩୫ ବୟସ କହିଥିଲେ । ପୋଲିସ ବାବୁଙ୍କ ପ୍ରକୃତ ବୟସ ୫୫ । ଘରେ ୨୫ ବର୍ଷ ର ପୁଅ ଥିବା ଜାଣିବାକୁ ପାଇଛି ପୋଲିସ । ଗିରଫ ପରେ ଫେକ ଆଧାର କାର୍ଡ, ଭୋଟର କାର୍ଡ , ପୋଲିସ ପୋଷାକ ଯବଦ କରିଛି ପୁଲିସ। ଆପ ବ୍ୟବହାର କରି ଫୋଟ ଏଡିଟିଙ୍ଗ କରୁଥିଲା ନକଲି ପୋଲିସ । ଏବେ ଅସଲି ପୋଲିସ ହାତରେ ଗିରଫ ହେଇ ଜେଲ ଗଲେ ରାଇକିଆ ନକଲି ପୋଲିସ ।

Leave a Reply

Your email address will not be published. Required fields are marked *