Pratidin TV

Odisha's Digital News Platform

ବିଷାକ୍ତ ଛତୁ ଖାଇ ପରିବାରର ୪ଜଣ ଅସୁସ୍ଥ…

1 min read

ରାଜଗାଙ୍ଗପୁର : ଛତୁ ଏକ ଏଭଳି ଜିନିଷ ଯାହାକୁ ଆମିଷ ଓ ନିରାମିଷ ଉଭୟ ଖାଉଥିବା ଲୋକେ ପସନ୍ଦ କରିଥାନ୍ତି । ତେବେ ବର୍ଷା ଦିନରେ ଏହି ଛତୁ ଅଧିକ ପରିମାଣରେ ଚାଷ ହୋଇଥାଏ । ଏହା ସହ ଗାଁ ମାନଙ୍କରେ ଛତୁ ଗୁଡିକ କୁଟା ଗଦା , ଘାସ ଇତ୍ୟାଦି ସ୍ଥାନରେ ଆପେ ଆପେ ଉଠିଥାଏ । ତେବେ ଆପଣମାନେ ଯଦି ଏହି ଛତୁକୁ ଖାଉଥାନ୍ତି ତେବେ ସାବଧାନ । ଛତୁ ଖାଇବା ହୋଇପାରେ ଆପଣଙ୍କ ପାଇଁ କାଳ !

ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାର ୪ଜଣ ଅସୁସ୍ଥ ହୋଇ ପଡ଼ିଛନ୍ତି। ଏପରି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ବ୍ଲକ ମାଲିଡିହି ପଞ୍ଚାୟତ ର ରାଣୀପିୟା ଗ୍ରାମରେ ।ସମସ୍ତଙ୍କୁ ଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisement

ରାଣିପିୟା ଗ୍ରାମର ଆଖପାଖରେ ରହୁଥିବା ଦୁଇ ପରିବାର ନିଜ ଘର ବାଡ଼ି ପଟେ ଫୁଟିଥିବା ଛତୁ ଆଣି ତାକୁ ଆଜି ସକାଳୁ ରୋଷେଇ କରି ଖାଇଥିଲେ। ଛତୁ ଖାଇବାର କିଛି ସମୟ ପରେ ବିଜୟ କୁଜୁର (୨୦)ଆର୍ଜୁନ କୁଜୁର (୩୪)
ଶାଖ ତିର୍କୀ( ୨୨)ପ୍ରକାଶ ତିର୍କୀ (୩୨) ପେଟ ରେ ଯନ୍ତ୍ରଣା ଅନୁଭବ କରିବା ସହ ମୁଣ୍ଡ ବୁଲାଇ ଥିଲା। ପରେ ସେମାନଙ୍କୁ ବାନ୍ତି ମଧ୍ୟ ହୋଇଥିଲା। ପରିବାର ଲୋକେ ଚିକିତ୍ସା ପାଇଁ ୪ଜଣଙ୍କୁ ତୁରନ୍ତ ରାଜଗାଙ୍ଗପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ସେଠାରେ ସେମାନଙ୍କର ପ୍ରାଥମିକ ଚିକିତ୍ସା କରାଯାଇଥିଲା ।

Leave a Reply

Your email address will not be published. Required fields are marked *