ମୃତ୍ୟୁ ଝିଅ ପାଇଁ ଚାଲିଛି ବର ଖୋଜା , ପରିବାର ଲୋକ ଦେଲେ ବିଜ୍ଞାପନ..
1 min readବିବାହ ପାଇଁ ବିଜ୍ଞାପନ ଏକ ଉତ୍ତମ ମାଧ୍ୟମ ସାଜିଛି । ସୋସିଆଲ ମିଡିଆ ହେଉ କିମ୍ବା ଖବର କାଗଜ ହେଉ ସେଥିରେ ଉତ୍ତମ ପାତ୍ର ଖୋଜିବା ପାଇଁ ବିଜ୍ଞାପନ ଦେଇ ଖୁବସହଜରେ ଉପଯୁକ୍ତ ବର ଏବଂ କନିଆଁ ଖୋଜିପାଇଯାଉଛନ୍ତି । ପରିବାର ଲୋକମାନେ ମଧ୍ୟ ନିଜ ପୁଅଝିଅ ମାନଙ୍କ ପାଇଁ ଉତ୍ତମ ପାତ୍ର ଖୋଜିବା ପାଇଁ ବିଜ୍ଞାପନ ଦେଇଥାନ୍ତି । ହେଲେ କେବେ ଶୁଣିଛନ୍ତିକି ଗୋଟେ ମୃତ ଝିଅ ପାଇଁ ପରିବାର ଲୋକେ ବିବାହ ବିଜ୍ଞାପନ ଦେବାର । ଏବେ ୩୦ ବର୍ଷ ପୂର୍ବରୁ ମୃତବରଣ କରିଥିବା ଝିଅ ପାଇଁ ଖୋଜା ଚାଲିଛି ଜୀବନସାଥି । ଏ ଖବର ଯେତିକି ଅଜବ ଲାଗୁଛି ସେତିକି ଆଶ୍ଚର୍ଯ୍ୟ କରୁଛି । ଏପରି ଏକ ବିଜ୍ଞାପନ କର୍ଣ୍ଣାଟକର ଏକ ଖବର ପ୍ରକାଶ ପାଇଛି ।
ଯାହା ସମସ୍ତଙ୍କୁ ଚକିତ କରିଦେଇଛି । ବିଜ୍ଞାପନରେ କୁହାଯାଇଥିଲା ଯେ କୁଲାଲ ଜାତିର ଓ ବାଙ୍ଗେରା ଗୋତ୍ରର ଝିଅ ପାଇଁ ପୁଅ ଆବଶ୍ୟକ। ବିଜ୍ଞାପନରେ ଏହା ମଧ୍ୟ ଲେଖାଯାଇଥିଲା, ‘ପ୍ରାୟ ୩୦ ବର୍ଷ ପୂର୍ବେ ଝିଅଟିର ମୃତ୍ୟୁ ହୋଇସାରିଛି। ଯଦି ସମାନ ଜାତି ଓ ଭିନ୍ନ ଗୋତ୍ରର କୌଣସି ପୁଅ ଅଛନ୍ତି, ଯିଏକି ୩୦ବର୍ଷ ପୂର୍ବେ ମୃତ୍ୟୁବରଣ କରିଛନ୍ତି ଏବଂ ତାଙ୍କ ପରିବାର ପ୍ରିଥା ମଦୁଭେ’ କରିବାକୁ ଇଚ୍ଛୁକ, ସେମାନେ ଦିଆଯାଇଥିବା ଫୋନ୍ ନମ୍ବରରେ ଯୋଗାଯୋଗ କରିପାରିବେ । ଯାହାକୁ ଦେଖିବାପରେ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ ।
ସୂଚନାନୁଯାୟୀ ଦକ୍ଷିଣ କନ୍ନଡରେ ଏପରି ଏକ ସମୁଦାୟ ଅଛନ୍ତି ଯେଉଁମାନେ କି ମରି ଯାଇଥିବା ଅବିବାହିତ ପିଲାମାନଙ୍କୁ ଆତ୍ମାଙ୍କ ସହ ବିବାହ କରାଇଥାନ୍ତି। ବର୍ଷ ବର୍ଷ ଧରି ଚାଲି ଆସୁଥିବା ଏହି ପରମ୍ପରା ଏବେ ବି ସେଠାରେ ଉଜ୍ଜୀବୀତ ରହିଛି। ଏହାକୁ କୁଲେ ମେଣ୍ଡିମ କିମ୍ବା ପ୍ରେଥା ମଦୁବେ କୁହାଯାଏ । ଏଥିରେ ଦୁଇ ଆତ୍ମା ମଧ୍ୟରେ ବିବାହ ହୋଇଥାଏ । ବିଜ୍ଞାପନ ଦେବା ପରେ ପରିବାର ସହିତ ବର୍ତମାନ ପର୍ଯ୍ୟନ୍ତ ୫୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଯୋଗାଯୋଗ କରିଛନ୍ତି। ଖୁବ ଶୀଘ୍ର ଆନୁଷ୍ଠାନିକ ଭାବେ ବିବାହ କାର୍ୟ୍ୟ ସମ୍ପନ୍ନ କରାଯିବ ବୋଲି ପରିବାରଙ୍କ ପକ୍ଷରୁ କୁହାଯାଇଛି । ଏହି ବିବାହ କରାଯିବା ପରେ ପରିବାରରେ କୌଣସି ଅସୁବିଧା ରହି ନ ଥାଏ ବୋଲି ବିଶ୍ୱାସ ରହିଛି ।