Pratidin TV

Odisha's Digital News Platform

ପୁଅ ଗୋଡ଼ରେ ଶିକୁଳି ; ଜୀବନ ଯନ୍ତ୍ରଣାରେ କଷ୍ଟ ଭୋଗୁଛନ୍ତି ପରିବାର, କେବେ ପଡିବ ପ୍ରଶାସନର ନଜର ….

ଅସ୍ତରଙ୍ଗ : ନାଁ କଅଁଳ ବୟସ, ନାଁ କଅଁଳ ମୁହଁ. ଗୋଟିଏ ଭେଣ୍ଡିଆ ପୁଅର ସେବା କରୁଛନ୍ତି ଦାଦା. ହାତ ଧରାଇ ଚଳାଉଛନ୍ତି ଦାଦା. ପୁତୁରା ଗୋଡ଼ରେ ଲୁହାର ଶିକୁଳି ପଡିଛି. ଏ ଦୃଶ୍ୟ ହୁଏତ ଆପଣଙ୍କୁ ବାଧ୍ୟ୍ୟ କରୁଥିବ ପୁତୁରା ବୟସ ଓ ଦାଦା ବୟସ ବିଷୟରେ ଭାବିବାକୁ. ଏ ବୟସରେ ଦାଦା ମୁଣ୍ଡରୁ ଝାଳ ପୋଛିବା ବଦଳରେ ଦାଦା ପୁତୁରା ସମସ୍ତ ସେବା କରୁଛନ୍ତି. ଭେଣ୍ଡିଆ ପୁତୁରା ଶିକୁଳି ରେ ବନ୍ଧା ହୋଇ ଘରେ ପଡିଛି । ଦାଦା କେତେ କଣ ଭାବିଥିଲେ ପୁତୁରା ବଟକୃଷ୍ଣ ବି. କମ୍ ପାଠ ପଢ଼ିଛନ୍ତି । ମୋର ପୁତୁରା ଅଛି ବୃଦ୍ଧ ବୟସରେ ପୋଷିବା ବଦଳରେ ଶିକୁଳି ବନ୍ଧା ହୋଇଛି । ଆଉ ଦାଦା ସେବା କରି ଚାଲିଛନ୍ତି । ଅନ୍ୟ ପଟେ ଦେବେନ୍ଦ୍ର ଲେଙ୍କା ଉପରେ ବୋଝ ଉପରେ ବୋଝ ଭଳି ଭାଇ ରାଜକିଶୋର ଲେଙ୍କା ଦେହାନ୍ତ ପରେ ରାଜକିଶୋର ଙ୍କ ପତ୍ନୀ କାଞ୍ଚନ ବେୱା, ଝିଅ ଡଲି ଲେଙ୍କା, ପୁଅ ବଟକୃଷ୍ଣ ଲେଙ୍କା ୩ ଜଣ ମାନସିକ ବିକୃତ ହୋଇଥିବା ବେଳେ ଦେବେନ୍ଦ୍ର ସମସ୍ତ ଙ୍କ ସେବା କରିବାରେ ଲାଗିଛନ୍ତି ।

ଏ ଦୃଶ୍ୟ ହେଉଛି ଅସ୍ତରଙ୍ଗ ବ୍ଲକ ଆଳଙ୍ଗପୁର ପଂଚାୟତ ଅଧିନସ୍ତ ବରପଦା ଗ୍ରାମର ଦୃଶ୍ୟ । ବରପଦା ଗ୍ରାମର ଦେବେନ୍ଦ୍ର ଲେଙ୍କା ଙ୍କ ଉପରେ ବୋଝ ଉପରେ ନଳିତା ବିଡା ପରି ୩ ଜଣ ମାନସିକ ବିକୃତ ରୋଗୀ । ଦେବେନ୍ଦ୍ର ୩ ଜଣ ମାନସିକ ବିକୃତ ଙ୍କ ସେବା କରିବାରେ କେତେବେଳେ ଦିନ ସରିଯାଏ ଜାଣି ପାରନ୍ତି ନାହିାଁ ସରକାର ଙ୍କ କେତେ ଜନ ହିତକର ଯୋଜନା ରହିଛି । ମାତ୍ର ଅସହାୟ ୩ ମାନସିକ ବିକୃତ କୌଣସି ସହାୟତା ହେଉ ଅବା ପ୍ରଶାସନ ତରଫରୁ ନିଦ୍ଧିଷ୍ଟ ସ୍ଥାନରେ ରହିବା ବନ୍ଦୋବସ୍ତ କରାଇଲେ ଗ୍ରାମବାସୀ ଖୁସି ହେବେ ।

ତେବେ ଆଜକୁ ପନ୍ଦର ବର୍ଷ ହେବ ବଟକୃଷ୍ଣ ମାନସିକ ବିକୃତ ହୋଇ ଶିକୁଳି ରେ ବନ୍ଧା ହୋଇଥିବା ବେଳେ ତାଙ୍କ ଉପରେ ପ୍ରଶାସନ ନଜର ପଡୁଛି ତାହା ହିଁ ଅପେକ୍ଷା ।

Leave a Reply

Your email address will not be published. Required fields are marked *