Pratidin TV

Odisha's Digital News Platform

ପାରିବାରିକ କଳହର ଭୟଙ୍କର ରୂପ ; ରାଗରେ ସୁବର୍ଣ୍ଣରେଖା ନଦୀକୁ ଡେଇଁପଡିଲେ ମହିଳା

ଜଳେଶ୍ୱର : ପାରିବାରିକ କଳହ ରୁ ରାଜଘାଟ ବ୍ରିଜରୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ । ଗରୁତର ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କଲେ ସ୍ଥାନୀୟ ତିନି ଯୁବକ । ସୂଚନାମୁତାବକ ଆଜି ସକାଳେ ସ୍ୱାମୀ ସହ ଝଗଡା ଲାଗିବା ପରେ ଆତ୍ମହତ୍ୟା କରିବାକୁ ନିଷ୍ପତି ନେଇଥିଲେ । ଏଭଳି ଏକ ଅଭାବନୀୟ ଘଟଣା ବାଲେଶ୍ୱର ଜିଲ୍ଲାରେ ଘଟିଛି ।

ତେବେ ନଦୀକୁ ଡେଇଁଥିବା ମହିଳା ଜଣଙ୍କ ହେଉଛନ୍ତି ବାଲେଶ୍ବର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଶେକସରାଇ ଗ୍ରାମର ନବକୃଷ୍ଣ ନାୟକଙ୍କ ସ୍ତ୍ରୀ । ଆଜି ସକାଳ ପ୍ରାୟ ୮ ସମୟରେ ରାଜଘାଟ ନୂଆ ବ୍ରିଜରୁ ସେ ଡେଇଁ ପଡ଼ିଥିଲେ ।

ଖବର ପାଇ ସ୍ଥାନୀୟ ଯୁବକ ନିଶିକାନ୍ତ ଦେ,ବରୁଣ ଗିରି ଓ ରାଜେନ୍ଦ୍ର ଦାସ ତିନି ଯୁବକ ପହଁରି ଯାଇ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ । ମହିଳାଙ୍କୁ ପ୍ରଥମେ ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲ ପରେ ବାଲେଶ୍ବର ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି ।

Leave a Reply

Your email address will not be published. Required fields are marked *