Pratidin TV

Odisha's Digital News Platform

ବାହାଘର ପୂର୍ବରୁ ସବୁକିଛି ଛାରଖାର କରିଦେଲା ନିଆଁ ; ହେଲେ ହାତ ଛାଡିଲେନି ଜ୍ୱାଇଁ , ଦେଲେ ପ୍ରତିଶୃତି କରିନେବେ ବୋହୂ ।

ନିଆଁ ଜାଳି ପୋଡି ସବୁ ଛାରଖାର କରିଦେଲା ,ହେଲେ ଜାଳି ପାରିଲାନି ଏ ସମ୍ପର୍କର ବନ୍ଧନ । ହୀରାମଣିଙ୍କୁ କେବଳ ଗୋଟିଏ ଶାଢ଼ୀରେ ନିଜ ପତ୍ନୀ କରିନେବେ ବୋଲି ପ୍ରତିଶୃତି ଦେଲେ ଜ୍ୱାଇଁ । ସତରେ ଏମିତି ଜ୍ୱାଇଁ କେବଳ ଭାଗ୍ୟବାନଙ୍କୁ ହିଁ ମିଳିଥାଏ ବୋଲି କହିଛନ୍ତି ଚାନ୍ଦବାଲି ବ୍ଲକ ଉତୁକୁଡା ଗ୍ରାମର ରବୀନ୍ଦ୍ର ।

ନିଜ ଝିଅ ବାହାଘର ପାଇଁ କାହିଁ କେଉଁ କାଳରୁ ଖଣ୍ଡିଏ ଜିନିଷ ସାଇତିଥିଲେ । ସୁନା ଗହଣା ସହ ଶାଢୀ ଚୁଡି ଠୁ ଆରମ୍ଭ କରି ବାସନ କୁଶନ ଛୁଞ୍ଚିରୁ ସୂତା ଯାଏଁ । ବାହାଘର ପାଇଁ ଦିନ ବାର ସବୁ ଠିକ୍ ହେଲା ଜ୍ୱାଇଁବି ମନକୁ ପାଇଲା , କିନ୍ତୁ ବିଧାତା ସବୁ ସାରିଦେଲା , ରାତି ପାହିଥିଲେ ବାହାଘର ହୋଇଥାନ୍ତା କିନ୍ତୁ ଘରପୋଡି ସବୁ ଲଗ୍ନ ଆସବାବ ପତ୍ର ପୋଡି ପାଉଁଶ ହୋଇଗଲା । ରବୀନ୍ଦ୍ର ଓ ତାଙ୍କ ସ୍ତ୍ରୀ ମାନସିକ ଭାବେ ଭାଂଗିପଡ଼ିଥିଲେ ଆଉ ଭାବୁଥିଲେ କେମିତି କରିବେ ଝିଅର ବାହାଘର କାହାକୁ ମାଗିବେ କେଉଁଠି ଜ୍ୱାଇଙ୍କୁ ଆଣି ବସାଇବେ ? ଜ୍ୱାଇଁ ଜାଣିଲେ କଣ ମୋ ଝିଅକୁ ବାହା ହେବା ପାଈଁ ମନାକରିଦେବ ! ଏମିତି ଅନେକ ପ୍ରଶ୍ନ ଘେରରେ ଗୁଡାଇ ହେଉଥିଲେ ରବୀନ୍ଦ୍ର । ହେଲେ ସବୁ ପ୍ରଶ୍ନର ଉତ୍ତରକୁ ସ୍ୱପ୍ନ କରି ପାଖରେ ପହଞ୍ଚିଗଲେ ଜ୍ୱାଇଁ ଓ ତାଙ୍କ ପରିବାର । କୁହନ୍ତିନି ବିପଦର ବନ୍ଧୁ ଯିଏ ପ୍ରକୃତ ବନ୍ଧୁ ।

କେବଳ ଖଣ୍ଡିଏ ଶାଢୀ ପିନ୍ଧାଇ ରବୀନ୍ଦ୍ର ଙ୍କ ଝିଅ ହୀରାମଣୀଙ୍କୁ ବାହା ହୋଇ ନେଇଯିବା ପାଇଁ କଥା ଦେଲେ ଜ୍ୱାଇଁ । ଆଉ କଣ ଏହି ପଦୁଟିଏ କଥାରେ ରବିନ୍ଦ୍ରଙ୍କ ଖୁସି ଆକାଶଛୁଆଁ ହୋଇଯାଇଥିଲା । କାରଣ ଆଜିର ଯୁଗରେ ଏଭଳି ମଣିଷ ମିଳିବା କଷ୍ଟକର ବୋଲି ରବିନ୍ଦ୍ର କହିଥିଲେ । ଭାଗ୍ୟରେ ଥିଲେ ମିଳେ ଏପରି ଜ୍ୱାଇଁ କହି ରବିନ୍ଦ୍ର କାନ୍ଦି ପକାଇଥିଲେ ।

Leave a Reply

Your email address will not be published. Required fields are marked *