Pratidin TV

Odisha's Digital News Platform

ଶବ ନାହିଁ ଚାଲିଛି କ୍ରିୟା କର୍ମ ; ଘରୁ ଉଠିଲା କୋକେଇ କିନ୍ତୁ ନଥିଲା ଶବ

1 min read

ଭଦ୍ରକ : ଶବ ନାହିଁ , କିନ୍ତୁ ରୀତି ନୀତିରେ ଶବ ସତ୍କାର ହେଲା । ନିୟମ ମୁତାବକ ଶବ ପୋତିବା ଠାରୁ କଷା ଖାଇବା , ଦୁଇ କାଠିଆ ବସିବା ସହ ସମସ୍ତ ବିଧି ମଧ୍ୟ ପାଳନ ହେଉଛି । ଦୀର୍ଘ ୨୪ ବର୍ଷ ହେବ ମା ନିଖୋଜ ଥିବା ବେଳେ , ପୁଅ ଦେଖିଥିବା ସ୍ୱପ୍ନ ପାଇଁ ଯଥା ରୀତି ସତ୍କାର ଓ କ୍ରିୟା କର୍ମ କରାଯାଉଛି । ଭଦ୍ରକ ରୁ ଦେଖିବାକୁ ମିଳିଛି ଏମିତି ଏକ ଅଭାବନୀୟ ଶୁଦ୍ଧିକ୍ରିୟାର ଦୃଶ୍ୟ।

ଘର ସାମନାରୁ କୋକେଇ ଉଠୁଛି , କାନ୍ଦ ବୋବାଳି ରେ ହେଉଛି ଶବ ସତ୍କାର । କିନ୍ତୁ କୋକେଇ ରେ ଶବ ନାହିଁ । କେବଳ ଅରୁଆ ଚାଉଳ ରେ ତିଆରି ହୋଇଥିବା ଏକ ପିତୁଳା । ଆଖି , କାନ , ହାତ ଗୋଡ଼ ମଧ୍ୟ ତିଆରି ହୋଇଛି । ଆଉ ଏହି ପ୍ରତିକୃତି ର ଶବ ହେଉଛି ଲୀଳାବତୀ ନାୟକ ଙ୍କର । ଘର ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଗୋବିନ୍ଦପୁର ପଞ୍ଚାୟତ କୋରୁଆ ଗାଁ ରେ । ପ୍ରାୟ ୨୪ ବର୍ଷ ତଳୁ ଲୀଳାବତୀ ନିଖୋଜ ହୋଇଯାଇଛନ୍ତି । ସବୁ ଆଡେ ଖୋଜିଛନ୍ତି ଦୁଇ ପୁଅ ଓ ସ୍ୱାମୀ । ପ୍ରାୟ ୯ ବର୍ଷ ତଳୁ ସ୍ୱାମୀ ଆନନ୍ଦ ଚନ୍ଦ୍ର ନାୟକ ଙ୍କର ମଧ୍ୟ ଦେହାନ୍ତ ହୋଇଛି । ଦୁଇ ପୁଅ ଭାବିଥିଲେ ମା ହୁଏତ ଜୀବିତ ଥାଇ ପାରନ୍ତି । କିନ୍ତୁ କିଛିଦିନ ତଳେ ଏକ ଦୁସ୍ବପ୍ନ ଦେଖିଲେ । ମାଙ୍କୁ କାନ୍ଧରେ ବୋହି ମଶାଣିକୁ ନେଉଛନ୍ତି । ତା ପରେ ପୁରୀ ଯାଇ ମୁକ୍ତିମଣ୍ଡପରେ ପଣ୍ଡିତଙ୍କୁ ଭେଟି ଦୁଃଖ ଜଣାଇବା ପରେ ତାଙ୍କୁ ଶୁଦ୍ଧିକ୍ରିୟା ପାଇଁ ଉପଦେଶ ମିଳିଥିଲା । ଆଉ ତା ପରେ ଯଥା ବିଧି ଶବ ର ପ୍ରତିକୃତିକୁ ସତ୍କାର ସହ ଶୁଦ୍ଧି ହେଉଛନ୍ତି ପରିବାର ଓ ସାହି ଭାଇ ।

Advertisement

ତେବେ ଶବ ର ପ୍ରତିକୃତି କୁ ଯଥା ବିଧି କୋକେଇ ରେ ସଜାଇ ନେଇ ଗାଁ ମଶାଣି ରେ ପୋତି ଛନ୍ତି । ଘରେ ଦୁଇ କାଠିଆ ବସିଛି । କଷା ଖାଇବା ପାଇଁ ପରିବାର ଓ ବନ୍ଧୁ ଙ୍କୁ ଜଣାଇ ଦିଆଯାଇଛି । ଆଉ ଏବେ ସମସ୍ତ କ୍ରିୟା ସହ ଦଶାହ ଓ ଏକା ଦଶାହ ପାଇଁ ପରିବାର ପ୍ରସ୍ତୁତି କରିଛନ୍ତି । କିନ୍ତୁ ଗାଁ ର ବରିଷ୍ଠ ମାନେ କହନ୍ତି ଯେ ଏମିତି କେବେ ଦେଖି ନାହାନ୍ତି । କିନ୍ତୁ ମୁକ୍ତି ମଣ୍ଡପ ର ପଣ୍ଡିତ ଓ ବିଦ୍ୱାନ ଙ୍କ ଅନୁମତି ନେଇ ଶୁଦ୍ଧି ହେଉଛନ୍ତି । ଦଶାହ କର୍ମ ପାଇଁ ବନ୍ଧୁ ବନ୍ଧବ ଙ୍କୁ ଖବର ଦିଆଯାଇଛି । ଏକାଦସାହ ରେ ଗ୍ରାମବାସୀ ଙ୍କୁ ମଧ୍ୟ ନିମନ୍ତ୍ରଣ କରାଯିବ । ଦୀର୍ଘ ୨୪ ବର୍ଷ ହେବ ମା ଙ୍କୁ ଖୋଜି ଖୋଜି ନୟାନ୍ତ ହୋଇଥିଲେ , ଆଉ ଏବେ ନିୟମ ଓ ପରମ୍ପରା କୁ ପାଳନ କରୁଛନ୍ତି ପୁରା ପରିବାର ।

Leave a Reply

Your email address will not be published. Required fields are marked *