Pratidin TV

Odisha's Digital News Platform

୨୦ କିଲୋମିଟର କାନ୍ଧରେ ବୁହାହେଲା ଶବ ।

1 min read

କୋରାପୁଟ୍ ; ଆମ୍ବୁଲାନ୍ସ କୁ ଡାକିଲେ,କିନ୍ତୁ, ଆମ୍ବୁଲାନ୍ସ ଆସିଲା ନାହିଁ । ଅନ୍ୟ ଗାଡି ପାଇଁ ହାତରେ ଟଙ୍କା ନଥିବାରୁ ବାଧ୍ୟ ହୋଇ ୨୦ କିଲୋମିଟର ଶବ କୁ ଭାରରେ ବୋହି ଆଣିଲେ ସମ୍ପର୍କୀୟ ଓ ବନ୍ଧୁବାନ୍ଧବ ।ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଫୁପୁଗାଁ ଗ୍ରାମରେ ।

ଘଟଣା ଅନୁସାରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ କୁମଲି ଗ୍ରାମପଞ୍ଚାୟତ ନିକଟ ପୁର୍ଣିଗୁଡା ଗ୍ରାମର କରୁଣା ଆମନାତ୍ୟ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଫୁପୁଗାଁର ଅଭି ଆମନାତ୍ୟ ଙ୍କୁ ବିବାହ କରିଥିଲେ । ବିବାହ ପରେ ତାଙ୍କର ଗୋଟିଏ ପୁଅ ଏବଂ ଦୁଇ ଟି ଝିଅ ରହିଛନ୍ତି । ତେବେ ସାନ ଝିଅ ଜନ୍ମ ହୋଇ ୩ମାସ ହେଇଥିବାରୁ କରୁଣା ଅମାନାତ୍ୟ ତାଙ୍କ ବାପା ଙ୍କ ଘର ପୁର୍ଣିଗୁଡା କୁ ଯାଇଥିଲେ । ସେଠାରେ ତାଙ୍କର ଦେହାନ୍ତ ରାତିରେ ହେଇଥିଲା । ତେବେ ସେଠାରେ ଅନେକ କସରତ ପରେ ମଧ୍ୟ ସରକାରୀ ଗାଡି କି କୌଣସି ସରକାରୀ ସାହାଯ୍ୟ ସୁବିଧା ନ ମିଳିଥିଲା ।

Advertisement

ସେମାନେ ଗରିବ ଶ୍ରେଣୀ ର ହୋଇଥିବାରୁ ଅର୍ଥାଭାବରୁ କୌଣସି ଗାଡିର ବ୍ୟବସ୍ଥା କରିପାରିନଥିଲେ । ଫଳରେ ତାଙ୍କ ସମ୍ପର୍କୀୟମାନେ କୌଣସି ଉପାୟ ନପାଇ ପ୍ରାୟ ୨୦ କିଲୋମିଟର ଖଟିଆରେ ବୋହି କି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଜଗନ୍ନାଥପୁର ପଞ୍ଚାୟତର ଫୁପୁଗାଁ ଗ୍ରାମକୁ ଠାରେ ଆଣି ଶବ ସଂସ୍କାର କରିଥିଲେ । ଯାହାକୁ ନେଇଁ ଗ୍ରାମବାସୀ ସରକାରୀ ଯୋଜନା ମାନଙ୍କୁ ତାଛଲ୍ୟ କରିବା ସହ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *