Pratidin TV

Odisha's Digital News Platform

ନିର୍ବାଚନୀ ହିଂସାରେ ଯାଇଥିଲା ଦିଲ୍ଲୀପଙ୍କ ଜୀବନ;ବିଜେପି ପକ୍ଷରୁ ଶପଥ ସମାରୋହରେ ପରିବାରଙ୍କୁ ହେଲା ନିମନ୍ତ୍ରିତ

1 min read

ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହରେ ସାମିଲ ହେବେ ଜନୈତିକ ହିଂସାରେ ପ୍ରାଣ ହରାଇଥିବା ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟର ବିଜେପି କର୍ମୀ ଦିଲ୍ଲୀପ ପାହନଙ୍କ ପରିବାର। ଶପଥ ସମାରୋହରେ ଯୋଗ ଦେବା ପାଇଁ ସ୍ୱତନ୍ତ୍ର ଭାବେ ବିଜେପି ପକ୍ଷରୁ ହୋଇଛି ନିମନ୍ତ୍ରଣ |

ସୂଚନା ଅନୁଯାୟୀ, ଚଳିତ ସାଧାରଣ ନିର୍ବାଚନରେ ଖଲ୍ଲିକୋଟରେ ପ୍ରାକ୍ ନିର୍ବାଚନ ହିଂସାକାଣ୍ଡ ଘଟିଥିଲା। ପୋଷ୍ଟର ମାରିବାକୁ କେନ୍ଦ୍ର କରି ଶ୍ରୀକୃଷ୍ଣଶରଣପୁର ଗାଁରେ ବିଜେଡି କର୍ମୀମାନେ ହିଂସାକାଣ୍ଡ ଘଟାଇଥିଲେ। ବିଜେଡି କର୍ମୀମାନଙ୍କ ଆକ୍ରମଣରେ ବିଜେପି କର୍ମୀ ଦିଲ୍ଲୀପ ପାହାନଙ୍କ ମୃତ୍ୟୁ ଘଟିଥିଲା | ତାଙ୍କ ସହ ଅନ୍ୟ କିଛି ଲୋକ ଆହତ ହୋଇଥିଲେ |

Advertisement

ଆଜି ଓଡିଶାକୁ ମିଳିବ ନୂଆ ମୁଖ୍ୟମନ୍ତ୍ରୀ | ରାଜ୍ୟରେ ବିଜେପି ସରକାର ଶୁଭାରମ୍ଭ ସହ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ମୋହନ ମାଝୀ | ଅପରାହ୍ମ ୪ଟା ୫୫ ରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି | ଏନେଇ ପ୍ରସ୍ତୁତିର ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି | ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଅଛି | ଏହି ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ହେବେ ସାମିଲ |

Leave a Reply

Your email address will not be published. Required fields are marked *