Pratidin TV

Odisha's Digital News Platform

ଭଙ୍ଗା ପୋଲ କଲା ହନ୍ତସନ୍ତ ; ରୋଗୀଙ୍କୁ ବୋହି ଦେଢ କିଲୋମିଟର ଦୌଡିଲେ ପରିବାର …..

1 min read

ଉଦଳା ; ସାମ୍ନାକୁ ଆସିଲା ଭଙ୍ଗା ପୋଲର କରୁଣ କାହାଣୀ । ଉଦଳା-ବାଲେଶ୍ୱର ରାସ୍ତାର କଇଁସାରୀ ଜାମୁଘାଟ ପୋଲ ଭାଙ୍ଗିବା ପରେ ତାହାର ପରିଣାମ ସାମ୍ନାକୁ ଆସିଛି । ଜଇଦା ଗ୍ରାମର ଜଣେ ମହିଳାଙ୍କ ଶରୀର ଅସୁସ୍ଥ ହୋଇ ଗୁରୁତର ହୋଇଥିଲା ତତସହିତ ସେ ଚେତାଶୂନ୍ୟ ହୋଇପଡିଥିଲେ । ତାଙ୍କୁ ଚିକିତ୍ସା ନିମନ୍ତେ ଡାକ୍ତରଖାନା ଭର୍ତି କରିବା ନିମନ୍ତେ ୧୦୮ ଆମ୍ବୁଲାନ୍ସକୁ ଫୋନ କରାଯାଇଥିଲା ।

ତେବେ ଆମ୍ବୁଲାନ୍ସ ଆସି ପୋଲ ଏ ପାଖରେ ଛିଡା ହେବାରୁ ଗାଁ ଭିତରୁ ପାଖାପାଖି ଦେଢ କିଲୋମିଟର ରୋଗୀକୁ ଧରି ଭଙ୍ଗା ପୋଲ ଉପରେ ଦୌଡିଲେ ପରିବାର ଲୋକେ । ରୋଗୀଙ୍କୁ ଦେଢ କିଲୋମିଟର କୋଳରେ ଧରି ପରିବାର ଲୋକେ ଭଙ୍ଗା ପୋଲ ଉପରେ ଦୌଡି ଆସି ଆମ୍ବୁଲାନ୍ସ ପାଖରେ ପହଂଚିଥିଲେ ।

ପରେ ତାଙ୍କୁ ଆମ୍ବୁଲାନ୍ସରେ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତି କରାଯାଇଛି । ଉକ୍ତ ଭିଡିଓ ଏବେ ସାମ୍ନାକୁ ଆସିଛି । ଯାହାକି ଭଙ୍ଗା ପୋଲ ପଛର ଯନ୍ତ୍ରଣାକୁ ସାମ୍ନାକୁ ଆଣିଛି । ତେବେ ଦେଖିବା ବାକି ରହିଲା ସମୃକ୍ତ ମାମାଲା ସାମ୍ନାକୁ ଆସିବା ପରେ କେତେ ଶୀଘ୍ର ଏହାର ସମାଧାନ ବାହାରି ପାରୁଛି ।

Leave a Reply

Your email address will not be published. Required fields are marked *