Pratidin TV

Odisha's Digital News Platform

ଅନ୍ଧବିଶ୍ୱାସ ଅନ୍ଧାର ଗଳିରେ ବାଟବଣା ମଣିଷ ….

1 min read

ଜଳେଶ୍ୱର : ଠାକୁରାଣୀ ଉଭା ହେଲେ ଆଉ କହିଲେ ତୋ ପୁଅ ବଞ୍ଚିଛି । ଡାକ୍ତରଙ୍କ ମୃତ ଘୋଷଣା ପରେ ବି ପୂଜାର୍ଚ୍ଚନା । ଜଳେଶ୍ୱର ଥାନା ବାଇଗଣବାଡ଼ିଆ କିଶୋର ଦଣ୍ଡପାଟଙ୍କ ନାବାଳକ ପୁଅ ଜୀବନ ଦଣ୍ଡପାଟ ଗାଧୋଇବା ବେଳେ ବିଦ୍ୟୁତ ଆଘାତରେ ଶୁକ୍ରବାର ତାଙ୍କର ମୃତ୍ୟୁ ଘଟିଥିଲା । ଏହାପରେ ପରିବାର ପୁଅକୁ ଉଦ୍ଧାର କରି ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଭର୍ତ୍ତି କରିଥିଲେ । ଡାକ୍ତର ତାଙ୍କୁ ମୃତ ଘୋଷଣା ପରେ ଟାଟା ପାୱାର ଦାୟୀ ଦର୍ଶାଇ କାମର୍ଦା-ବାଲିଆପାଳ ମୁଖ୍ୟରାସ୍ତା ବନ୍ଦ କରିଥିଲେ ।

ପରେ ପରିବାର ଲୋକେ ଅନ୍ଧବିଶ୍ଵାସ ବଶବର୍ତ୍ତୀ ହୋଇ ଠାକୁରାଣୀ ଦ୍ୱାରସ୍ତ ହୋଇଥିଲେ। ସେଠାରେ ପ୍ରାୟ ୧ଘଣ୍ଟା ଧରି ପୂଜାର୍ଚ୍ଚନା କରାଯିବା ପରେ ପୁଅ ବଞ୍ଚିଛି ବୋଲି କହିବାରୁ ପୁଣି ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇଥିଲେ କିନ୍ତୁ ପୁଣି ଡାକ୍ତର ତାଙ୍କୁ ଚେକ୍ କରାଇ ମୃତ ଘୋଷଣା କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *